Home ଓଡ଼ିଶା ୧୨ଚକିଆ ଟ୍ରକ ପଛରେ ଧକ୍କା ଦେଲା ୧୨ଚକିଆ ଟ୍ରକ, ଡ୍ରାଇଭର ଗୁରୁତର

୧୨ଚକିଆ ଟ୍ରକ ପଛରେ ଧକ୍କା ଦେଲା ୧୨ଚକିଆ ଟ୍ରକ, ଡ୍ରାଇଭର ଗୁରୁତର

253

ହରିଚନ୍ଦନପୁର, ୨୯ ଜୁଲାଇ,(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ କୁଆଝରଣ ଘାଟି ଉପରେ ଲୁହାପଥର ବୋଝେଇ ୧୨ଚକିଆ ଟ୍ରକ ପଛରେ ଧକ୍କା ଦେଲା ୧୨ଚକିଆ ଟ୍ରକ, ଡ୍ରାଇଭର ଗୁରୁତର । ଖବର ଅନୁଯାୟୀ ଆଜି ଅପରାହ୍ନ ୪ଘଟିକା ସମୟରେ ଲୁହାପଥର ବୋଝେଇ ହୋଇ ପାରାଦୀପ ଅଭିମୁଖେ ଯାଉଥିବା ଏକ ଟ୍ରକ ପଛରେ କୈାଣସି କାରଣରୁ ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ଧକ୍କା ଦେଇଥିବା ଟ୍ରକର ଡ୍ରାଇଭର ଟ୍ରକ ମଧ୍ୟରେ ଗୁରୁତର ଅବସ୍ଥାରେ ଦୀର୍ଘ ୧ ଘଣ୍ଟାରୁ ଅଧିକ ସମୟ ରହିଯାଇଥିଲେ । ଘଟଣାର ଖବର ପାଇ ହରିଚନ୍ଦନପୁର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ କଟର ଯୋଗେ ଅନେକ ଚେଷ୍ଠା ପରେ ଗାଡିର କିଛି ଅଂଶ କାଟି ଗୁରୁତର ଅବସ୍ଥାରେ ଚାଳକଙ୍କୁ ଉଦ୍ଧାର କରି ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଛନ୍ତି । ଡ୍ରାଇଭର ଜଣଙ୍କ ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଅଞ୍ଚଳର ସ୍ୱର୍ଗତ କଣ୍ଠ ମୁଳିଙ୍କ ପୁଅ ସାମ ମୁଳି(୪୫) ବୋଲି ଜଣାପଡିଛି । ସେ କେନ୍ଦ୍ରାପଡା ଅଞ୍ଚଳର ଲକ୍ଷ୍ମିଧର ସାମଲଙ୍କ ୧୨ଚକିଆ ଟ୍ରକରେ ଦୀର୍ଘଦିନ ହେବ ଚାଳକ ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି । ଉକ୍ତ ଦୁର୍ଘଟଣାରେ ଡ୍ରାଇଭରଙ୍କ ଦୁଇଟି ଗୋଡର ଆଣ୍ଠୁ ତଳରୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଥିବା ସହ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ଥିବାରୁ ତାଙ୍କର ଅଧିକରୁ ଅଧିକ ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.