Home ଓଡ଼ିଶା ପ୍ରସୂତୀ ମହିଳା ମୟୁରୁମ୍ ବିବି ବସ୍‌ଷ୍ଟାଣ୍ଡ ରେ କନ୍ୟା ସନ୍ତାନ ଜନ୍ମ ଦେଲେ

ପ୍ରସୂତୀ ମହିଳା ମୟୁରୁମ୍ ବିବି ବସ୍‌ଷ୍ଟାଣ୍ଡ ରେ କନ୍ୟା ସନ୍ତାନ ଜନ୍ମ ଦେଲେ

175

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୯/୦୭-ସାରା ରାଜ୍ୟରେ କରୋନା ଆଳ ଦେଖାଇ ଅନ୍ୟ ରୋଗୀମାନଙ୍କୁ ଚିକିତ୍ସାରେ ଅବହେଳା କରାଯାଉଥିବା ଅଭିଯୋଗ ହୋଇ ଆସୁଅଛି । ସେହିଭଳି ଭାବରେ ନୟାଗଡ ଜିଲ୍ଲା ରାଜସୁନାଖଳା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ପ୍ରସୂତୀ ମହିଳାଙ୍କୁ କରୋନା ଆଳ ଦେଖାଇ ଫେରାଇ ଦେବାପରେ ସେ ରାଜସୁନାଖଳା ବସ୍‌ଷ୍ଟାଣ୍ଡ ରେ ରାତିସାରା ରହି ସକାଳୁ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିବା ଜଣା ପଡିଛି । ସ୍ଥାନୀୟ ଲୋକ ଓ ଜନୈକ ଗଣମାଧ୍ୟମ ପ୍ରତିନିଧି ସହଯୋଗ କରି କନ୍ୟା ସନ୍ତାନ ଜନ୍ମ ଦେବା ପରେ ମହିଳାଙ୍କୁ ରାଜସୁନାଖଳା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଆଡମିଶନ୍ କରିଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ରଣପୁର ବ୍ଲକ୍ ଗୁଣ୍ଡୁରିଆ ଗ୍ରାମର ହାଇଦର୍ ଖାଁଙ୍କ ପତ୍ନୀ ମୟୁରୁମ୍ ବିବି ଗତ ୨୮ ତାରିଖ ରାତ୍ରିରେ ପ୍ରସୂତୀ ଯନ୍ତ୍ରଣା ହେବାରୁ ନିଜେ ୧୦୨ ଆମ୍ବୁଲାନ୍ସ କୁ ଡାକି ନିଜ ୧୦ ବର୍ଷର ଝିଅକୁ ସାଙ୍ଗରେ ନେଇ ରାଜସୁନାଖଳା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଁଚିଥିଲେ । କାର୍ଯ୍ୟରତ ଡାକ୍ତର ଅମିତ୍ ପଟ୍ଟନାୟକ ସେତେବେଳେ ଉପସ୍ଥିତ ନଥିଲେ । ଜଣେ ଷ୍ଟାଫ୍ ନର୍ସ କହିଲେ ଯେ ତୁମକୁ କାଳେ କରୋନା ହୋଇଥିବ ତେଣୁ ତୁମେ ଏବେ ଯାଅ କାଲି ସକାଳୁ ଆସିବ । ପ୍ରସୂତୀ ମହିଳା ଜଣକ ଅନ୍ୟ ଉପାୟ ନ ପାଇ ନିଜ ୧୦ ବର୍ଷର ଝିଅକୁ ସାଙ୍ଗରେ ଧରି ରାଜସୁନାଖଳା ବସ୍‌ଷ୍ଟାଣ୍ଡକୁ ଚାଲିଚାଲି ଯାଇ ବସ୍‌ଷ୍ଟାଣ୍ଡ ରେ ରାତ୍ରିଯାପନ କରିଥିଲେ ।

ରାତିସାରା ବସ୍‌ଷ୍ଟାଣ୍ଡରେ ପ୍ରସବ ଯନ୍ତ୍ରଣାରେ ଛଟପଟ ହୋଇ ସକାଳୁ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ସୁଚନା ଅନୁଯାୟୀ ଏବେ ମା ଛୁଆଙ୍କ ସ୍ୱାସ୍ଥ୍ୟ ଭଲ ଥିବା ଜଣା ପଡିଛି । ଏ ସମ୍ପକେ ରାଜସୁନାଖଳା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଦାୟିତ୍ୱରେ ଥିବା ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ବୈଦ୍ୟନାଥ ନନ୍ଦଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଯେ ମୁଁ ରଣପୁର ଡାକ୍ତରଖାନାରେ ରହିଅଛି କେବଳ ଫୋନ୍ ଯୋଗେ ଗତ ରାତିରେ ଜାଣିବାକୁ ପାଇଲି ଯେ ଜଣେ ମହିଳା ପ୍ରସୂତୀ ରାତିରେ ଡାକ୍ତରଖାନାକୁ ଆସିଥିଲେ ତାଙ୍କ ସାଙ୍ଗରେ ଆଶାକର୍ମୀ ବି ନଥିଲେ । ମହିଳାଙ୍କୁ ଡାକ୍ତରଖାନାରେ ଆଡମିଶନ୍ କରାଯାଇଥିଲା କିନ୍ତୁ ଷ୍ଟାଫ୍ ନର୍ସଙ୍କ କହିବା ଅନୁଯାୟୀ ମହିଳା ଜଣଙ୍କର ସାମାନ୍ୟ ମାନସିକ ବିକୃତି ଥିଲା । ତେଣୁ ସେ ରାତିରେ ମେଡିକାଲ ଛାଡି ପଳାଇଥିଲେ । ଯଦି ଏହିଭଳି କିଛି ଘଟିଛି ତାହେଲେ ତଦନ୍ତ କରାଯ।।ଇ ଅଭିଯୁକ୍ତ କର୍ମଚାରୀଙ୍କ ବିରୁଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଘଟଣାଟି ରାଜସୁନାଖଳା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.