Home କେନ୍ଦୁଝର ଶାଳଣିଆଁରେ ଏସବିଆଇ ଏ.ଟି.ଏମ ଖୋଲିଲା

ଶାଳଣିଆଁରେ ଏସବିଆଇ ଏ.ଟି.ଏମ ଖୋଲିଲା

33

ହାଟଡ଼ିହି-୧୮ /୪, (ଓଡିଆପୁଅ / ବିକାଶ ବିଶ୍ୱାଳ) ଆନନ୍ଦପୁର ହାଟଡିହି ବ୍ଲକ ଶାଳଣିଆଁ ଠାରେ ଏସବିଆଇ ପକ୍ଷରୁ ଏକ ଏ.ଟି.ଏମ କାଉଣ୍ଟର ଉଦଘାଟିତ ହୋଇଯାଇଛି । ଏଠାରେ ପୁର୍ବରୁ ଏକ ବ୍ୟାଙ୍କ ଅଫ ଇଣ୍ଡିଆର ଏକମାତ୍ର ଏ.ଟି.ଏମ ଥିବାବେଳେ ଦୀର୍ଘଦିନ ହେଲା ଏହା ବନ୍ଦ ହୋଇଯିବାରୁ ଏ ଅଞ୍ଚଳର ଲୋକମାନେ ଟଙ୍କା ଉଠାଣ କ୍ଷେତ୍ରରେ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏନେଇ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇବା ସହ ଅନ୍ୟଏକ ଏ.ଟି.ଏମ କାଉଣ୍ଟର ଖୋଲିବାପାଇଁ ଦାବି ହୋଇ ଆସୁଥିଲା । ଆଜି ଏହି ଏଟିଏମ ଉଦଘାଟନ ଉତ୍ସବରେ ଯୋଗେନ୍ଦ୍ର ବେହେରା, ନୀଳମଣି କୁଅଁର, ଆଶିଷ ବେହେରା, ସୁଭାଶିଷ ବେହେରା, ଆନନ୍ଦ ଚରଣ ସ୍ୱାଇଁ, ସତ୍ୟଜିତ ରାଉତ, ସରୋଜ କୁମାର ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.