Home କେନ୍ଦୁଝର ସମାଜସେବୀ ବିଶ୍ୱଜିତ ଦାସଙ୍କୁ ମଧୁସୁଦନ ସେବା ସମ୍ମାନ

ସମାଜସେବୀ ବିଶ୍ୱଜିତ ଦାସଙ୍କୁ ମଧୁସୁଦନ ସେବା ସମ୍ମାନ

45

ହାଟଡ଼ିହି-୧୮ /୪, (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ମୁଗୁପୁର ଗ୍ରାମର ସମାଜସେବୀ ବିଶ୍ୱଜିତ ଦାସଙ୍କୁ ବାଣୀପୀଠ ମହୋତ୍ସବରେ ମଧୁସୁଦନ ସେବା ସମ୍ମାନରେ ସମ୍ମାନୀତ କରାଯାଇଛି । ମୟୁରଭଞ୍ଜ ଜିଲ୍ଲାର ବଡସାହିଠାରେ ଅନୁଷ୍ଠିତ ବାଣୀପୀଠ ମହୋତ୍ସବର୪୧ତମ ବାର୍ଷିକ ସାରସ୍ୱତ ସମାରୋହରେ ବଡସାହି ବିଧାୟକ ସନାତନ ବିଜୁଳି ମୁଖ୍ୟ ଅତିôତ ଭାବେ ଯୋଗଦେଇ ମୁଗୁପୁର ଗ୍ରାମର ଗୀତ ଦାସ ଓ ପ୍ରଫୁଲ ଦାସଙ୍କ ସୁପୁତ୍ର ବିଶ୍ୱଜିତ ଦାସଙ୍କୁ ତାଙ୍କର ସମାଜସେବା କ୍ଷେତ୍ରରେ ଉଲେଖନୀୟ ଅବଦାନ ସହିତ ପ୍ରତିଭାଦୀପ୍ତ ଲେଖନୀ ଦ୍ୱାରା ସାହିତ୍ୟ ଓ ସଂସ୍କୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ଚଳାଇଥିବା ପ୍ରୟାସ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଶ୍ୱଜିତ ଦାସ ବୃକ୍ଷରୋପଣ, ସଡକ ସଫେଇ, ନିରାଶ୍ରୟ ଲୋକଙ୍କୁ ଖାଦ୍ୟ ଓ ପୋଷାକ ବଣ୍ଟନ, ଗରିବ ପିଲାମାନଙ୍କୁ ପାଠ୍ୟ ଉପକରଣ ଯୋଗାଇବା, ରକ୍ତଦାନ, ଗରିବ ପିଲାମାନଙ୍କୁ ମାଗଣା ଶିକ୍ଷା ପ୍ରଦାନ ଓ ଅସହାୟ ରୋଗୀ ମାନଙ୍କୁ ଚିକିତ୍ସା ସହାୟତା ଯୋଗାଇବା ଭଳି କାର୍ଯ୍ୟକ୍ରମ ହାତକୁନେଇ ନିଜକୁ ସମାଜସେବା କ୍ଷେତ୍ରରେ ଅଗ୍ରଣୀ ଭୁମିକା ଗ୍ରହଣ କରିଛନ୍ତି । ତାଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯିବାପରେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.