Home ଜିଲ୍ଲା ପରିକ୍ରମା ଲୋପ ପାଇବ ଗୋ-ସଂପଦ; ପୁଲିସ୍ ଜାଣତରେ ଅନେକ ଡିପୋ

ଲୋପ ପାଇବ ଗୋ-ସଂପଦ; ପୁଲିସ୍ ଜାଣତରେ ଅନେକ ଡିପୋ

67

ଭଦ୍ରକ, ୧୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାର ଖୁବଶୀଘ୍ର ଲୋପ ପାଇବାକୁ ଯାଉଛି ଗୋ-ବଂଶ । ପୁଲିସ୍ ଓ ପ୍ରଶାସନର ପ୍ରତ୍ୟେକ୍ଷ ପ୍ରୋତ୍ସାହନରେ ଯେପରି ଭାବରେ ବେଆଇନ୍ ଗୋ-ଚାଲାଣ ଚାଲିଛି, ସେଥିରୁ ଏପରି ଆଶଙ୍କା ସୃଷ୍ଟି ହୋଇଛି । ହୁଏତ ଏପରି ଏକ ସମୟ ଆସିବ, ଯେତେବେଳେ ପରବର୍ତ୍ତୀ ବଂଶଧର ଗୋ ସଂପଦ କ’ଣ ଜାଣିନଥିବେ ଓ ନିଜ ଗୋମାତାଙ୍କୁ ଦେଖିବାକୁ ସେମାନଙ୍କୁ କୌଣସି ଚିଡିଆଖାନା ଯିବାକୁ ପଡିବ । ଏ ହେଉଛି ଆମ ଭଦ୍ରକ ଜିଲାରେ ବର୍ତ୍ତମାନର ବାସ୍ତବ ଚିତ୍ର । ଗୋ ଚାଲାଣ ନିମନ୍ତେ ଜିଲାର ଅନେକ ଡିପୋ ରହିଛି । ଏହି ଡିପୋ ଗୁଡିକରୁ ଗ୍ରାମାଞ୍ଚଳରୁ ଗୋରୁ ଅଣାଯାଉଛି । ସେଠାରୁ ବିଳମ୍ବିତ ରାତିରେ ବଡ ଟ୍ରକ୍ କିମ୍ବା କଣ୍ଟେନର ଯୋଗେ ଗୋରୁ ଲୋଡ୍ ହୋଇ ବାହାର ଅଂଚଳକୁ ପଠାଯାଉଛି । ବେଆଇନ୍ ଗୋ-ଚାଲାଣ ଉପରେ ଭଦ୍ରକ ପୁଲିସ୍‌ର ଲଗାମ ନାହିଁ । ଗୋରୁ ମାଫିଆମାନେ ସିଧାସଳଖ ପୁଲିସ୍‌କୁ ହାତରେ ରଖି ସମସ୍ତ ପ୍ରଚଳିତ ଆଇନ୍ କାନୁନ୍‌କୁ ଫୁ କରି ବେଆଇନ୍ ଭାବେ ଗୋ ଚାଲାଣ କରୁଛନ୍ତି । ଏପରିକି ଷଣ୍ଡଙ୍କୁ ମଧ୍ୟ ଚାଲାଣ କରିବାକୁ ପଛାଉ ନାହାଁନ୍ତି । ଏ ଦିଗରେ ପୁଲିସ୍‌ର ସହଯୋଗ ପାଇଁ ୧୬ନଂ ଜାତୀୟ ରାଜପଥ ଏବେ ବେଆଇନ୍ ଗୋରୁ ବ୍ୟବସାୟର ସେଫ କରିଡର ପାଲଟିଛି । ପୂର୍ବରୁ ନିୟମିତ ବ୍ୟବଧାନରେ ବହୁ ସଂଖ୍ରକ ଗୋରୁ ଭର୍ତ୍ତି ଗାଡି ଜବତ ହେଉଥିବାବେଳେ ଏବେ ଏହି ସଂଖ୍ୟା ନଗଣ୍ୟ ରହିଛି । ବରଂ ନିଜ ଜୀବନକୁ ବିପଦାପନ୍ନ କରି ଗୋସଂପଦ ରକ୍ଷା ଦିଗରେ କାର୍ଯ୍ୟରତ କିଛି ସାହସୀ ଯୁବକଙ୍କ ଉଦ୍ୟମ ଫଳରେ ଏହି ବେଆଇନ୍ କାରବାର ସଂପର୍କରେ ବହୁ ବିସ୍ଫୋରକ ତଥ୍ୟ ପଦାକୁ ଆସୁଛି ଓ ବହୁ ସଂଖ୍ୟକ ଗୋରୁଙ୍କୁ ବେଆଇନ୍ ଚାଲାଣ ବେଳେ ଉଦ୍ଧାର କରାଯାଇପାରୁଛି । ଭଦ୍ରକ ସମେତ କେନ୍ଦ୍ରାପଡା, ଖୋର୍ଦ୍ଧା, ଯାଜପୁର, ଜଗତସିଂହପୁର ଜିଲାରୁ ଗୋରୁ ମାଫିଆମାନେ ବେଆଇନ୍ ଭାବେ ଏହି କାର୍ଯ୍ୟ ଚଳାଇଛନ୍ତି ।

ଇତିମଧ୍ୟରେ ମାଫିଆ ନିଜର ତରିକା ବଦଳାଇ ସାରିଛନ୍ତି । ଟ୍ରକ ପରିବର୍ତ୍ତେ ଛୋଟଛୋଟ ପିକ୍‌ଅପ୍ ଭ୍ୟାନ୍ ଓ କଣ୍ଟେନର ଯୋଗେ ଗୋରୁ ଚାଲାଣ କରୁଛନ୍ତି । ସେମାନଙ୍କ ପଛରେ ରହିଛି ଜିଲା ମଧ୍ୟରେ ଯାଇଥିବା ୧୬ ନଂ ଜାତୀୟ ରାଜପଥ ପାଶ୍ୱର୍ସ୍ଥ ବିଭିନ୍ନ ଥାନାର ପୁଲିସ୍ କର୍ମଚାରୀଙ୍କ ପ୍ରତ୍ୟେକ୍ଷ ଆଶୀର୍ବାଦ । ବେଆଇନ୍ ଗୋରୁ ଗାଡିକୁ କେତେକ ଗୁଣ୍ଡାବାହିନୀ ସୁରକ୍ଷା ଦେଇ ନିର୍ଦ୍ଦିଷ୍ଟ ଅଂଚଳ ପାର କରାଉଥିବା ବେଳେ, ପୁଲିସ୍ ଏଗୁଡିକୁ ଦେଖି ନଦେଖିବା ପରି ରହୁଛି । ସବୁଠାରୁ ସ୍ପର୍ଶକାତର ପ୍ରସଙ୍ଗ ହେଉଛି ଏପରି ବେଆଇନ୍ ଗୋ ଚାଲାଣକୁ ବିରୋଧ କରୁଥିବା କେତେକ ଯୁବକଙ୍କ ସହିତ ଗୋରୁ ଗାଡିକୁ ସୁରକ୍ଷା ଦେଉଥିବା ଗୁଣ୍ଡାବାହିନୀ ସହ ବେଳେବେଳେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଉଛି । ଯାହାକି ଗମ୍ଭୀର ପରିସ୍ଥିତି ସୃଷ୍ଟି କରିବାର ସମ୍ଭାବନାକୁ ଏଡାଇ ଦିଆଯାଇପାରିବ ନାହିଁ । ଏକ ସୂଚନା ଅନୁଯାୟୀ, ପ୍ରତ୍ୟେକ ସପ୍ତାହରେ ୩ ଦିନ ଗୋରୁ ଭର୍ତ୍ତି ଟ୍ରକ ବାହାର ରାଜ୍ୟକୁ ଯାଉଛି । ଏହି ତିନିଦିନରେ ଜିଲାରୁ ପ୍ରାୟ ଦେଢଶହ ଟ୍ରକ୍ ଓ କଣ୍ଟେନର ଯୋଗେ ଗୋରୁଙ୍କୁ ଚାଲାଣ କରାଯାଉଛି । ତେଣୁ କ୍ରମେ କ୍ରମେ ଜିଲାରୁ ଗୋ ସଂପଦଙ୍କ ସଂଖ୍ୟା କମିବାରେ ଲାଗିଛି । ଏପରିକି ସରକାର ଗୋପାଳକମାନଙ୍କୁ ଯେଉଁ ସବ୍‌ସିଡି ଜରିଆରେ ଉନ୍ନତ କିସମର ଗୋରୁ ପାଳନ ପାଇଁ ଦେଇଥାନ୍ତି, ସେଗୁଡିକ ମଧ୍ୟ ବିକ୍ରି କରି ଦିଆଯାଉଛି । ଏହି ଗୋରୁମାନଙ୍କ ଆଧାର କାର୍ଡ କରାଯାଇଥାଏ । ଗୋରୁଙ୍କ କାନରେ ଆଧାର ନମ୍ବର ରହିଥାଏ । କିନ୍ତୁ ଗୋରୁ ଗୋଠରେ ଆଧାର ନମ୍ବର ଯୁକ୍ତ ଗୋରୁଙ୍କୁ ମଧ୍ୟ ଦେଖିବାକୁ ମିଳୁଛି । ପ୍ରଥମେ ଛୋଟ ଛୋଟ ଗୋରୁ ବେପାରୀ ବିଭିନ୍ନ ଗ୍ରାମରେ ପହଞ୍ôଚ ଗୋରୁ ମୂଲ୍ୟ ନିର୍ଦ୍ଧାରଣ କରିବା ସହ ଅଗ୍ରୀମ ଅର୍ଥ ପ୍ରଦାନ କରନ୍ତି । ପରେ ତାଙ୍କ ଦ୍ୱାରା ନିଯୁକ୍ତ ପିଲା ଏସବୁକୁ ସଂଗ୍ରହ କରି ଚଲାଇ ଚଲାଇ ଲୋଡିଂ ପଏଣ୍ଟରେ ପହଞ୍ଚାଇଥାନ୍ତି । ଜିଲାର ବିଭିନ୍ନ ସ୍ଥାନରେ ରହିଛି ଗୋରୁ ହାଟ । ଏ ସମସ୍ତ ହାଟରେ ଗୋରୁ ବେପାରୀଙ୍କୁ ଭିଡ ଜମିଥାଏ । ସେଇମାନେ ହିଁ ସମସ୍ତ ଗୋରୁଙ୍କୁ କିଣି ଗୋଠ କରି ଲୋଡିଂ ପଏଣ୍ଟକୁ ନେଇଥାନ୍ତି । ଲୋଡିଂ ପଏଣ୍ଟରେ ପୁଣି ମୂଲ୍ୟ ନିର୍ଦ୍ଧାରଣ ହେବା ପରେ ଏଗୁଡିକୁ ଚାଲାଣ କରାଯାଏ । ତେବେ ସରକାର ଏହି ଦିଗ ପ୍ରତି ଏବେ ଠାରୁ ସତର୍କ ନହେଲେ, ଜିଲାରୁ ଗୋବଂଶ ଖୁବଶୀଘ୍ର ଲୋପ ପାଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.