Home ଓଡ଼ିଶା ମତ୍ସ ଓ ପଶୁ ସମ୍ପଦ ବିଭାଗ ସଚିବ ତଥା ନୋଡାଲ ଅଫିସର ଙ୍କ ମାଲକାନଗରି ଜିଲ୍ଲାଗସ୍ତ,ବିଭିନ୍ନ...

ମତ୍ସ ଓ ପଶୁ ସମ୍ପଦ ବିଭାଗ ସଚିବ ତଥା ନୋଡାଲ ଅଫିସର ଙ୍କ ମାଲକାନଗରି ଜିଲ୍ଲାଗସ୍ତ,ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟର ସମୀକ୍ଷା

29

ମାଲକାନଗିରି,୧୯ା୯ (ଓଡିଆ ପୁଅ )ରାଜ୍ୟ ମତ୍ସ ଓ ପଶୁ ସମ୍ପଦ ବିଭାଗ ସଚିବ ତଥା ମାଲକାନଗରି ଜିଲ୍ଲାର ନୋଡାଲ ଅଫିସର ଆର.ରଘୁପ୍ରସାଦ ଦୁଇଦିନିଆ ମାଲକାନଗରି ଜିଲ୍ଲାଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ତଦାରଖ କରିଛନ୍ତି । ଜିଲ୍ଲା ଗ୍ରାମଉନ୍ନୟନ ସଂସ୍ଥା ର ସମ୍ମିଳନୀ କ କକ୍ଷରେ ଜିଲ୍ଲାପାଳ ବୀଶାଲ ସିଂ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ସଂପର୍କରେ ସମୀକ୍ଷା କରିଛନ୍ତି । ଏହା ବ୍ୟତିତ ମତ୍ସ ଓ ପୁଶୁ ସମ୍ପଦ ବିଭାଗର ସ୍ୱତନ୍ତ୍ର ସମୀକ୍ଷା ବୈଠକରେ ଯୋଗଦେଇ ଜିଲ୍ଲାରେ କିପରି ମତ୍ସ ଚାଷ କରାଯାଉଛି ଓ ପଶୁ ସମ୍ପଦ ମାନଙ୍କ ସୁରକ୍ଷା ଯତ୍ନ ସଂପର୍କରେ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ମତ୍ସ ଓ ପୁଶୁ ସମ୍ପଦ ସଚିବ ଶ୍ରୀ ରଘୁପ୍ରସାଦ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ କାଲିମେଳା ଅଚଂଳ ଗସ୍ତ କରି ୧୦୦୦ ବିଶିଷ୍ଟ ଅଣ୍ଡାଦିଆ କୁକୁଡା ଫାର୍ମ,୫୦୦ ବ୍ରୟଲର ଫାର୍ମ ପରିଦର୍ଶନ କରି କୁକୁଡା ଚାଷୀ ମାନଙ୍କ ସହିତ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ ।ମାଥିଲି ବ୍ଲକ ଠାରେ ଚାଲିଥିବା ମତ୍ସ ଚାଷ ପରିଦର୍ଶନ କରି ସେଠାକାର ମତ୍ସ ଚାଷୀମାନଙ୍କ ସହିତ ଆଲୋଚନା କରିଥିଲେ । ସଚିବ ଶ୍ରୀ ରଘୁପ୍ରସାଦ ଙ୍କ ସହିତ ଜିଲ୍ଲାପାଳ ବୀଶାଲ ସିଂ,ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ପିଡି ଡିଆରଡିଏ ବାଳ ମୁକୁନ୍ଦ ଭୂୟାଁ,ଜିଲ୍ଲାକୃଷି ଅଧିକାରୀ ଏମ.ଆନନ୍ଦ ରାଓ,ସିଡିଏମଓ ଡାକ୍ତର ପ୍ରଫୁଲକୁମାର ନନ୍ଦ,ଜିଲ୍ଲା ମୁଖ୍ୟ ପଶୁ ସମ୍ପଦ ଅଧିକାରୀ ଡା.ସାରଙ୍ଗଧର ସତପଥୀ,ଅତିରିକ୍ତ ପଶୁ ସମ୍ପଦି ଅଧିକାରୀ ଡା. ଅଶୋକ କୁମାର ତ୍ରୀପାଠୀ,ଡା.ଜି.ଏସ.ପି ସତପଥୀ,ଜିଲ୍ଲା ପଶୁ ସମ୍ପଦ ନୋଡାଲ ଅଧିକାରୀ ଡା.ବିକାଶ ଚନ୍ଦ୍ର ସରଦାର,କାଲିମେଳା ପ୍ରାଣୀ ଚିକିତ୍ସିକ ଡା.ଯଶବନ୍ତ ପାତ୍ର,ଡା.ଅମିୟ ଲାଲ ପ୍ରମୁଖ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କ ସହିତ ମତ୍ସ,ପଶୁ ସମ୍ପଦ,ବିଜୁଳି,ମୃତିକା ସଂର କ୍ଷଣ ଆଦିବିଭାଗର ଅଧିକାରୀ ମାନେ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.