Home ଜିଲ୍ଲା ପରିକ୍ରମା ମହମ୍ମଦ ହନିଫଙ୍କ ଶ୍ରାଦ୍ଧୋତ୍ସବ ପ୍ରସ୍ତୁତି ବୈଠକ

ମହମ୍ମଦ ହନିଫଙ୍କ ଶ୍ରାଦ୍ଧୋତ୍ସବ ପ୍ରସ୍ତୁତି ବୈଠକ

20

ଭଦ୍ରକ, ୧୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସଂଗ୍ରାମୀ ମହମ୍ମଦ ହନିଫଙ୍କ ୫୪ତମ ଶ୍ରାଦ୍ଧୋତ୍ସବ ପାଳନର ପ୍ରସ୍ତୁତି ବୈଠକ ସମାଜସେବୀ ଅନୁଷ୍ଠାନ ଫେଲୋସିପ୍‌ର କନଫେରେନ୍ସ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରସ୍ତୁତି ବୈଠକ ପ୍ରାରମ୍ଭରେ ଦୈନିକ ଖବର କାଗଜ ସମାଜର ପୂର୍ବତନ ସମ୍ପାଦକ ମନୋରମା ମହାପାତ୍ରଙ୍କ ମହାପ୍ରୟାଣ ଜନିତ ୧ ମିନିଟ ନିରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା । କୋଭିଡ଼ କଟକଣାକୁ ସମ୍ମାନ ଜଣାଇ ବିଗତ ବର୍ଷ ପରି ଚଳିତ ବର୍ଷ କବର ସ୍ଥାନରେ ମାଲ୍ୟାର୍ପଣ, ମିଷ୍ଟାନ୍ନ ବଣ୍ଟନ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ନିଷ୍ପତି ନିଆ ଯାଇଛି । ସନ୍ଧ୍ୟାରେ ରୋଭର୍ସ କ୍ଲବ ଠାରେ ସାଧାରଣ ସଭା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ସି୍ଥରିକୃତ କରାଯାଇଛି । ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକରେ ପୌରୋହିତ୍ୟ କରିଥିଲେ ପ୍ରଫେସର ଅଟଳ ବିହାରୀ ନାୟକ । ସୃତି କମିଟି ସଭାପତି ପରମାନନ୍ଦ ଦାସ ସଭାରେ ସଂଯୋଜନା କରିଥିଲେ । ସମ୍ପାଦକ ସେକ ଅନର ହୋସେନ, ଫେଲୋସିପର ସମ୍ପାଦକ ଫାରୁକ ଭାଇ, ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି, ପୂର୍ବତନ କାଉନସିଲ ସମାଜ ସେବୀ ସୁଧାକର ରାଉତ, କମିଟିର ସଦସ୍ୟ ଅବଦୁଲ କାଶିମ ଖାନ, ହରିପ୍ରସାଦ ନନ୍ଦି, ମୁସ୍ତାକ ଗହ୍ନର, ମିର୍ଜା ଇଜାଜ ବେଗ, ସେକ ଜହିରୁଦ୍ଦିନ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମନ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ଅବଦୁଲ କାଶିମ ଖାନ ଧନ୍ୟବାଦ ଅର୍ପଣ ପରେ ସଭା ସାଙ୍ଗ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.