Home ଓଡ଼ିଶା ଲକଡାଉନ ଯୋଗୁଁ ବୌଦ୍ଧ ନବୋଦୟରେ ଅଟକି ରହିଛନ୍ତି ଝାଡଖଣ୍ଡ ରାଜ୍ୟର ୨୩ ଛାତ୍ରଛାତ୍ରୀ

ଲକଡାଉନ ଯୋଗୁଁ ବୌଦ୍ଧ ନବୋଦୟରେ ଅଟକି ରହିଛନ୍ତି ଝାଡଖଣ୍ଡ ରାଜ୍ୟର ୨୩ ଛାତ୍ରଛାତ୍ରୀ

238

ବୌଦ୍ଧ,୧୬ା୦୪(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା)  : ଲକଡାଉନ ଯୋଗୁଁ ସାରାଦେଶରେ ରେଳ ଓ ବିମାନ ସେବା ସହିତ ଯାନବାହାନ ଚଳାଚଳ ବନ୍ଦ ରହିଥିବାବେଳେ ରାଜ୍ୟ ଓ ଜିଲା ଗୁଡିକର ସୀମାକୁ ମଧ୍ୟ ସିଲ କରାଯାଇଛି । ଫଳରେ ରାଜ୍ୟ ବାହାରକୁ ବିଭିନ୍ନ କାର୍ଯ୍ୟରେ ଯାଇଥିବା ଲୋକଙ୍କ ସମେତ ବାହାରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ମଧ୍ୟ ନିଜ ଘରକୁ ଫେରିପାରୁନାହାନ୍ତି । ସେହପରି ଦେଶର ସମସ୍ତ ଶିକ୍ଷାନୁଷ୍ଠାନକୁ ସରକାର ଛୁଟି ଘୋଷଣା କରିଥିବାବେଳେ ଲକଡାଉନ ଯୋଗୁଁ ବୌଦ୍ଧ ଜବାହର ନବୋଦୟ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଝାଡଖଣ୍ଡ ରାଜ୍ୟର ୨୩ ଜଣ ଛାତ୍ରଛାତ୍ରୀ ସେମାନଙ୍କ ଘରକୁ ଫେରିପାରୁନଥିବା ଜଣାଯାଇଛି । ସୂଚନା ମୁତାବକ ନବୋଦୟ ବିଦ୍ୟାଳୟ ର ଶିକ୍ଷାନିତି ଅନୁଯାୟୀ ନବମ ଶ୍ରେଣୀର ୩୦ ପ୍ରତିଶତ ଛାତ୍ରଛାତ୍ରୀ ବାହାର ରାଜ୍ୟର ନବୋଦୟ ବିଦ୍ୟାଳୟକୁ ବର୍ଷକ ପାଇଁ ଅଧ୍ୟୟନ ପାଇଁ ଯାଇଥାନ୍ତି । ଏହି ନିୟମ ଅନୁଯାୟୀ ବୌଦ୍ଧ ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଝାରଖଣ୍ଡ ରାଜ୍ୟର ନବୋଦୟ ବିଦ୍ୟାଳୟକୁ ଅଧ୍ୟୟନ ପାଇଁ ଯାଇଥିବାବେଳେ ସେହି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏଠାରେ ଅଧ୍ୟୟନ କରୁଥିଲେ । କିନ୍ତୁ ବୌଦ୍ଧର ଛାତ୍ରଛାତ୍ରୀମାନେ ଝାରଖଣ୍ଡରୁ ଫେରି ଛୁଟିରେ ନିଜ ଘରକୁ ଯାଇସାରିଥିବାବେଳେ ଏହି ଛାତ୍ରଛାତ୍ରୀମାନେ ଝାରଖଣ୍ଡ ଯିବା ପୂର୍ବରୁ ଲକଡାଉନ ଘୋଷଣା ହୋଇଯିବା ଯୋଗୁଁ ସେମାନେ ଫେରିପାରୁନଥିବା  ଜଣାଯାଇଛି ।  ବୌଦ୍ଧ ନବୋଦୟ ବିଦ୍ୟାଳୟର ସହକାରୀ ଅଧ୍ୟକ୍ଷ ସୁରେଶ କୁମାର ସାହୁଙ୍କୁ ପଚାରିବାରେ ଛାତ୍ରଛାତ୍ରୀମାନେ ଫେରିପାରିନଥିବା ଘଟଣାକୁ ସ୍ୱିକାର କରିବା ସହିତ ସେମାନଙ୍କ ଏଠାରେ ସଂପୁର୍ଣ୍ଣ ଯତ୍ନ ନିଆଯାଉଥିବା ପ୍ରକାଶ କରିଛନ୍ତି । ଅଟକି ରହିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଇଣ୍ଡୋର ଗେମ ସହିତ ସେମାନଙ୍କ ସ୍ୱଛତା,ଅଧ୍ୟୟନ,ଖାଇବା ସଂପର୍କରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି । ଏହାବ୍ୟତୀତ ବିଦ୍ୟାଳୟର ୨୬ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ରହିଥିବାବେଳେ ସେମାନେ ମଧ୍ୟ ଲକଡାଉନ ଯୋଗୁଁ  ଛୁଟିରେ ଘରକୁ ଫେରିପାରୁନଥିବା ସେ ପ୍ରକାଶ କରିଛନ୍ତି । ଏଠାରେ ଛାତ୍ରଛାତ୍ରୀଙ୍କ ପାଇଁ କୌଣସି ସମସ୍ୟା ନଥିଲେ ମଧ୍ୟ ଛୁଟିରେ ସେମାନେ ପରିବାର ନିକଟକୁ ଫେରିବାକୁ ଇଛା ପ୍ରକାଶ କରୁଛନ୍ତି । ତେଣୁ ଓଡ଼ିଶା ସରକାର ଝାଡଖଣ୍ଡ ସରକାରଙ୍କ ସହିତ ଆଲୋଚନା କରି ଛାତ୍ରଛାତ୍ରୀମାନଙ୍କ ତୁରନ୍ତ ଘରକୁ ଫେରିବା ପାଇଁ ବ୍ୟବସ୍ଥା କରିଦେଲେ ସେମାନେ ନିଜ ପରିବାର ସହିତ ଛୁଟି କଟାଇପାରନ୍ତେ ବୋଲି ଶ୍ରୀସାହୁ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.