Home ଓଡ଼ିଶା ଲକଡାଉନ ଉଲଂଘନ ଯୋଗୁଁ ୫୧ ଗାଡି ଜବତ

ଲକଡାଉନ ଉଲଂଘନ ଯୋଗୁଁ ୫୧ ଗାଡି ଜବତ

208

ବୌଦ୍ଧ,୧୬ା୦୪(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା)  : ଦ୍ୱିତିୟ ପର୍ଯ୍ୟାୟରେ ମଇ ୩ ତାରିଖ ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି ହୋଇଥିବାବେଳେ ପ୍ରଥମ ଦିନରେ ହିଁ ଅମାନିଆଁ ବାଇକ ଚାଳକଙ୍କୁ ସାବାଡ କରିବାକୁ ବୌଦ୍ଧ ପୋଲିସ ପକ୍ଷରୁ ଉଦ୍ୟମ ହୋଇଛି । ବୁଧବାର ଦିନ ପୋଲିସ ପକ୍ଷରୁ ବିଭିନ୍ନ ଛକରେ ଗାଡିମଟର ଯାଞ୍ଚ କରାଯିବା ସହିତ ୫୧ ଗୋଟି ବାଇକ୍ ଜବତ କରାଯାଇଥିବା ଜଣାପଡିଛି । ଜବତ ଗାଡି ଗୁଡିକୁ ଥାନାକୁ ନେଇ ୫୦୦ ଟଙ୍କା ଲେଖାଏଁ ଫାଇନ ଆଦାୟ କରାଯିବା ସହିତ ଆଗକୁ ଆଉ ଲକଡାଉନ ଉଲଂଘନ ନକରିବାକୁ ଚେତାବନୀ ଦିଆଯାଇଛି । ଏପରିକି ଜିଲା ପ୍ରଶାସନ ପକ୍ଷରୁ ଗାଡି ପାଶ ପାଇଥବା କିଛି ବ୍ୟକ୍ତିବିଶେଷଙ୍କ ଗାଡିକୁ ମଧ୍ୟ ପୋଲିସ କର୍ମଚାରୀମାନେ ଅଟକାଇ ବିନା କାମରେ ବୁଲୁଥିଲେ ସେମାନଙ୍କୁ ତାଗିଦ କରାଯାଇଛି ।  ଥାନାରେ ଗାଡିମାଲିକମାନେ ଭିଡ ଜମାଇଥିବାବେଳେ ପୋଲିସ ପକ୍ଷରୁ ସାମାଜିକ ଦୂରତାକୁ ମଧ୍ୟ ପାଳନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.