Home ଓଡ଼ିଶା ଲକଡାଉନରେ ନିର୍ମାଣ କାର୍ଯ୍ୟ ବନ୍ଦ, ଭୋକ ଉପବାସରେ ବାହାର ରାଜ୍ୟର ଶ୍ରମିକ

ଲକଡାଉନରେ ନିର୍ମାଣ କାର୍ଯ୍ୟ ବନ୍ଦ, ଭୋକ ଉପବାସରେ ବାହାର ରାଜ୍ୟର ଶ୍ରମିକ

217

ବୌଦ୍ଧ,୧୬ା୦୪(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା)  : ବୌଦ୍ଧ ସହରର ବିଭିନ୍ନ ଘରୋଇ ନିର୍ମାଣ କାର୍ଯ୍ୟରେ ବହୁ ସଂଖ୍ୟାରେ ବାହାର ରାଜ୍ୟର ଶ୍ରମିକ ନିୟୋଜିତ ହୋଇଥିବାବେଳେ ଲକଡାଉନ ଯୋଗୁଁ ସେମାନେ ଘରକୁ ଫେରିନପାରି ଭୋକ ଉପବାସରେ ପଡିରହିଥିବା ଜଣାଯାଇଛି । ସରକାରୀ ଭାବରେ ପଂଜିକୃତ ହୋଇଥିବା ଶ୍ରମିକମାନଙ୍କୁ ଚିହ୍ନଟ କରାଯାଇ ପ୍ରଶାସନ ପକ୍ଷରୁ ଖାଦ୍ୟ ଯୋଗାଇ ଦିଆଯାଉଥିବାବେଳେ ଆର୍ଥିକ ସାହାଯ୍ୟ ମଧ୍ୟ ଯୋଗାଇଦିଆଯାଉଅଛି । କିନ୍ତୁ ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟରୁ ଆସିଥିବା ଏହି ଶ୍ରମିକମାନଙ୍କ ଗୁହାରୀ ଶୁଣିବାକୁ କେହିନାହାନ୍ତି । ସହର ଗ୍ରାମାଞ୍ଚଳରେ ବିଭିନ୍ନ ସ୍ଥାନରେ ଭଡା ଘର ନେଇ ରହିଥିବା ଏହି ଶ୍ରମିକମାନଙ୍କ ନିକଟରେ ଘରଭଡା କିମ୍ବା କୌଣସି ପ୍ରକାର ଖାଦ୍ୟପଦାର୍ଥ ନଥିବା ଜଣାପଡିଛି । ଏହିଭଳି ଏକ ସୂଚନା ପାଇଁ ଜିଲା ଶ୍ରମ ଅଧିକାରୀ ନରେନ୍ଦ୍ର ରାଇକା ବୌଦ୍ଧ ଏନଏସି ନିର୍ବାହୀ ଅଧିକାରୀ ଇଂ. ମନୋରଂଜନ ପଣ୍ଡାଙ୍କ ସହିତ ସେଠାରେ ପହଞ୍ଚି ପ୍ରାୟ ୨୫ ଜଣ ବାହାର ରାଜ୍ୟର ଶ୍ରମିକଙ୍କୁ ଚାଉଳ,ଡାଲି ଓ ରାସନ ସାମଗ୍ରୀ ପ୍ରଦାନ କରିଥିବା ଜଣାଯାଇଛି । ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରମାନେ ବାହାର ରାଜ୍ୟର ଶ୍ରମିକମାନଙ୍କୁ ଖାଦ୍ୟ ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିବାବେଳେ ବୌଦ୍ଧଜିଲାର ବିଭିନ୍ନ ସ୍ଥାନରେ ରହିଥିବା ଏହି ଅଣପଂଜିକୃତ ଶ୍ରମିକମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଖାଦ୍ୟ ପଦାର୍ଥ ଯୋଗାଇ ଦିଆଗଲେ ସେମାନଙ୍କ ସମସ୍ୟା ଦୂର ହୋଇପାରନ୍ତା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.