Home ଜିଲ୍ଲା ପରିକ୍ରମା ରାସ୍ତାକଡ ମାଛ ବେପାରୀଙ୍କ ଆବର୍ଜନାରୁ ଅପରିଷ୍କାର ହେଉଛି ନୟନଯୋରୀ ଓ ଡ୍ରେନ୍‌, ସହରରେ ସୃଷ୍ଟି ହେଉଛି...

ରାସ୍ତାକଡ ମାଛ ବେପାରୀଙ୍କ ଆବର୍ଜନାରୁ ଅପରିଷ୍କାର ହେଉଛି ନୟନଯୋରୀ ଓ ଡ୍ରେନ୍‌, ସହରରେ ସୃଷ୍ଟି ହେଉଛି ଟ୍ରାଫିକ୍ ସମସ୍ୟା, ଦୁର୍ଗନ୍ଧରେ ଫାଟିପଡୁଛି ଯାତ୍ରୀଙ୍କ ନାକ

69

ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ଦୁଇଦିନରେ ଭଦ୍ରକ ସହରରେ ହୋଇଥିବା କେଇ ଅସରା ବର୍ଷା ଲୋକଙ୍କୁ ଆବର୍ଜନାର ଗନ୍ଧରେ ରୁନ୍ଧି ପକାଉଛି । ବିଶେଷକରି ସହରର ଯେଉଁ ଆଡକୁ ଦେଖ ଉଠା ମାଛ ଦୋକାନୀଙ୍କ ଭିଡ ରାସ୍ତାର ଦୁଇପାଶ୍ୱର୍ ନୟନଯୋରୀ ଓ ନୂତନ ଭାବେ ନିର୍ମିତ ହୋଇଥିବା ଡ୍ରେନ୍‌ଗୁଡିକୁ ଅପରିଷ୍କାର କରୁଥିବାରୁ ସେଥିରୁ ନିର୍ଗତ ପଚାଗନ୍ଧ ଯାତ୍ରୀଙ୍କୁ ଅତିଷ୍ଠ କରିଛି । ଭଦ୍ରକ ପୌରପାଳିକା ଅଧୀନରେ କଚେରୀ ବଜାରରେ ୧ ଓ ୨ ନଂ ମାଛ ମାର୍କେଟ୍ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ତାହା ଏବେ ବନ୍ଦ ହୋଇପଡିଛି । ପ୍ରଶାସନ ପକ୍ଷରୁ ଯଦିଓ ବାଇପାସ୍‌ସ୍ଥିତ ଆରଏମ୍‌ସି ମାର୍କେଟ୍ କମ୍ପେ୍ଲକ୍ସ ମଧ୍ୟରେ ମାଛ, ମାଂସ ଦୋକାନ ଉଠାଇ ନେବାପାଇଁ ସମସ୍ତ ପ୍ରସ୍ତୁତି ସରିଛି, ତେବେ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରୁନାହିଁ । ଫଳରେ ସହରର ରାସ୍ତାପାଶ୍ୱର୍ ଗୁଡିକରେ ଖୋଲାଖୋଲି ଭାବେ ମାଛ, ମାଂସ କଟାଯାଇ ବିକ୍ରି ହେଉଥିବାବେଳେ କାରୋନା ଜନିତ କଟକଣା ଯୋଗୁଁ ଭଦ୍ରକ କଲେଜ ପୋଲ ତଳେ ଜଣେ ଘରୋଇ ବ୍ୟକ୍ତିଙ୍କ ଜାଗାରେ ଗଢି ଉଠିଥିବା ମାଛ ମାର୍କେଟ୍‌ଟି ବନ୍ଦ ହୋଇଯାଇଛି । ଯେଉଁଥିପାଇଁ ସମସ୍ତ ମାଛ ବ୍ୟବସାୟୀମାନେ ନିଜ ମନଇଚ୍ଛା ମହତାବ ଛକ ନିକଟରୁ ଆରମ୍ଭ କରି ବନ୍ତଛକରୁ ଅର୍ଦ୍ଧନିର୍ମିତ କଲେଜ ପୋଲର ରାସ୍ତା ପାଶ୍ୱର୍ରେ ଭିଡ ଜମାଉଛନ୍ତି । ଏପରିକି ସେମାନେ ନୂତନ ଭାବେ ନିର୍ମାଣ ହୋଇଥିବା ଡ୍ରେନ୍ ଗୁଡିକ ଉପରେ ନିଜର ପସରା ମେଲାଇ ସମସ୍ତ ଆବର୍ଜନାକୁ ତା ମଧ୍ୟରେ ପକାଉଛନ୍ତି । ଯେଉଁଗୁଡିକ ନିଷ୍କାସିତ ହୋଇନପାରି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି । କେବଳ ଏହି ସ୍ଥାନ ନୁହେଁ ଭଦ୍ରକ ଡାହାଣୀଗଡିଆ ଛକର ଗୋଟିଏ ପାଶ୍ୱର୍ ଓ ବାଇପାସ୍‌ର ଇଲେକ୍ଟ୍ରି ଅଫିସ୍ ସମ୍ମୁଖରେ କେତେକ ମାଛ ବ୍ୟବସାୟୀ ନିଜର ଆସ୍ଥାନ ମେଲାଇ ପରିବେଶକୁ ଦୂଷିତ କରୁଛନ୍ତି । ଏବେ ଭଦ୍ରକରେ କରୋନା ଜନିତ ଲକଡାଉନ୍ ଓ ସଟଡାଉନ୍ ଉଠିଯିବା ପରେ ବସ୍ ଚଳାଚଳ ସ୍ୱାଭାବିକ ହୋଇଥିବାରୁ କଲେଜ ଛକ ଦେଇ ବାରିପଦା, ବାଲେଶ୍ୱରରୁ ଆସୁଥିବା ଓ ଭୁବନେଶ୍ୱର-କଟକ-ଭଦ୍ରକ ଦେଇ ଯାତାୟତ କରୁଥିବା ବସ୍ ଗୁଡିକ ଟ୍ରାଫିକ୍ ସମସ୍ୟାର ସମ୍ମୁଖୀନ ହେଉଛି । ଏହି ଉଠା ମାଛ ଦୋକାନୀ ଗୁଡିକ ମହତାବ ଛକରୁ କଲେଜ ପୋଲ ପର୍ଯ୍ୟନ୍ତ ରାସ୍ତା ପାଶ୍ୱର୍ରେ ବସିବା ଫଳରେ ଗ୍ରାହକମାନେ ସେମାନଙ୍କର ଯାନ-ବାହନ ଗୁଡିକୁ ରାସ୍ତାରେ ରଖି ଏଭଳି ଭିଡ ଜମାଉଛନ୍ତି ଯେ ବେଳେବେଳେ ଆମ୍ବୁଲାନ୍ସଟିଏ ଯିବାପାଇଁ ମଧ୍ୟ ଅଧଘଣ୍ଟା ଲାଗୁଛି । ଏ ଦିଗରେ ନା ଜିଲା ପ୍ରଶାସନ ନା ପୌରପାଳିକା କାହାର ଆଖିକୁ ଏହା ଦେଖାଯାଉଥିଲେ ମଧ୍ୟ ସେମାନେ ନୀରବ ଦର୍ଶକ ସାଜିଛନ୍ତି । କାହିଁକିନା ପୌର ପାଳିକା ପକ୍ଷରୁ ଏହି ଉଠା ମାଛ ଦୋକାନୀଙ୍କ ନିକଟରୁ ଟିକସ ଆଦାୟ କରାଯାଉଛି । ଏଣୁ ପୌର କର୍ତ୍ତୃପକ୍ଷ ଲୋକଙ୍କ ଗମନାଗମନ ଓ ସ୍ୱାସ୍ଥ୍ୟ ପ୍ରତି ଆଖି ବୁଜିଦେଇ ଏମାନଙ୍କୁ ରାସ୍ତା ପାଶ୍ୱର୍ ଓ ଡ୍ରେନ୍ ଗୁଡିକ ଉପରେ କିଭଳି ଯେ ବ୍ୟବସାୟ କରିବାକୁ ଅନୁମତି ଦେଉଛି, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଣୁ କରୋନା ଜନିତ ସଟଡାଉନ୍ ଓ ଲକଡାଉନ୍ ଉଠିଯାଇଥିବାରୁ ଏହି ମାଛ ବ୍ୟବସାୟ ଗୁଡିକୁ ସେମାନଙ୍କର ପୁରୁଣା ସ୍ଥାନକୁ ଉଠାଇ ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.