Home କୋରାପୁଟ     କୋରାପୁଟ ଅବକାରୀ ବିଭାଗର ଚଢାଉ,ପୋଚ ଓ ମଦ ଜବତ

    କୋରାପୁଟ ଅବକାରୀ ବିଭାଗର ଚଢାଉ,ପୋଚ ଓ ମଦ ଜବତ

36

କୋରାପୁଟ ୧୨-୦୮(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାର ଦାମନଯୋଡି ଥାନା ଅନ୍ତର୍ଗତ  କେରେଗାଁ ଗ୍ରାମରେ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ପୋଚ ସହ  ରନ୍ଧା ଦେଶୀ ମଦ ଜବତ କରିଛି । କେରେଗାଁ  ଓ ନିକଟ ଅଂଚଳରେ  ବ୍ୟାପକ ଚୋରା ମଦ ପ୍ରସ୍ତୁତି ହେଉଥିବା ଅଭିଯୋଗ ପାଇ ଅବକାରୀ ଅଧୀକ୍ଷକ ମନୋଜ କୁମାର ସେଠି ସେହି ଅଂଚଳରେ  ଚଢାଉ କରିବାକୁ ବିଭାଗୀୟ କର୍ମଚାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅବକାରୀ ନିରୀକ୍ଷକ ପ୍ରମୋଦ କୁମାର ବାଣୁଆ,ସଦର ଓଆଇସି ଦିଲ୍ଲୀପ କୁମାର ରଥଙ୍କ  ନେତୃତ୍ୱରେ ଅବକାରୀ ଟିମ ଗୁରୁବାର  ପୂର୍ବାହ୍ନରେ ସେହି ଅଂଚଳରେ ଚଢାଉ କରିଥିଲା । ଅବକାରୀ ବିଭାଗ ୧୫୦୦ ଲିଟର ପୋଚ ଓ ୭୫  ଲିଟର ଦେଶି ମଦ ଜବତ କରି  ନଷ୍ଟ କରିଥିବାବେଳେ  ଘଟଣାରେ କେହି ଗିରଫ ହୋଇ ନଥିବା ଜଣାପଡିଛି । ଚଢାଉ କାର୍ଯ୍ୟକ୍ରମରେ  ଅବକାରୀ ବିଭାଗ ଏଏସଆଇ ଅରପଲୋକ ଦାଶ,କନେଷ୍ଟବଲ ତ୍ରିଲୋଚନ ରାୟଚେଟ୍ଟୀ, ସବିତା ପୁଜାରୀ,ଗୀତାରାଣୀ ଦଳପତି,ପ୍ରଶାନ୍ତ କୁମାର ନାୟକ,ଆର ଭେଙ୍କେଟେସ କୁମାର,ରାମଚନ୍ଦ୍ର ଗୌଡ.ବୁଲୁ ଗୌଡ ଓ ପ୍ରଦୀପ ଦଳେଇ ପ୍ରମୁଖ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.