Home ଜିଲ୍ଲା ପରିକ୍ରମା ବିଶିଷ୍ଠ ସାହିତ୍ୟିକ ଡା.ଆର.ଶିବାଜୀ ରାଓଙ୍କ ସ୍ମୃତି ସମାରୋହ, ଏକାଧାରାରେ ଜଣେ ଚିକିତ୍ସକ,ଶିକ୍ଷକ ଏବଂ ସାହିତ୍ୟିକ ହେବା...

ବିଶିଷ୍ଠ ସାହିତ୍ୟିକ ଡା.ଆର.ଶିବାଜୀ ରାଓଙ୍କ ସ୍ମୃତି ସମାରୋହ, ଏକାଧାରାରେ ଜଣେ ଚିକିତ୍ସକ,ଶିକ୍ଷକ ଏବଂ ସାହିତ୍ୟିକ ହେବା ବିରଳ – ବିଧାୟକ ସଂଜୀବ ମଲ୍ଲିକ

76

ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶିଷ୍ଠ ସାହିତ୍ୟିକ ତଥା ବିଭିନ୍ନ ଭାଷାର ଗଳ୍ପ,କବିତାକୁ ଓଡିଆ ଭାଷାରେ ଅନୁବାଦ କରି ଓଡିଶାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଡାକ୍ତର ଆର.ଶିବାଜୀ ରାଓଙ୍କ ୬ଷ୍ଠ ତମ ସ୍ମୃତିସଭା ସ୍ଥାନୀୟ ଭାଗବତ କଲ୍ୟାଣମଣ୍ଡପରେ ଅନୁଷ୍ଟିତ ହୋଇଯାଇଛି । ଡାକ୍ତର ଆର.ଶିବାଜୀ ରାଓ ୍‌ଫାଉଣ୍ଡେସନ ଟ୍ରଷ୍ଟ ବୋର୍ଡ ଆନୁକୂଲ୍ୟରେ ଅନୁଷ୍ଟିତ ସ୍ମୃତିସଭାରେ ସଭାପତିତ୍ୱ କରିଥିଲେ ପଣ୍ଡିତ ଦୈତ୍ୟାରୀ ମହାପାତ୍ର । ପ୍ରଥମେ ବନ୍ଦେ ଉତ୍କଳ ସଂଗୀତ ଗାନ କରାଯିବା ସହିତ ସ୍ୱର୍ଗତ ରାଓଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଯୋଗଦେଇ ସ୍ୱର୍ଗତ ରାଓଙ୍କୁ ଶ୍ରଦ୍ଧଞ୍ଜଳି ଦେବା ସହିତ ଡାକ୍ତର ରାଓ ମାନବ ସେବା ହିଁ ମାଧବ ସେବା ମହାମନ୍ତ୍ରକୁ ହୃଦୟରେ ଧାରଣ କରି ଜଣେ ସଫଳ ଚିକିତ୍ସକ,ଲେଖକ ଓ ଶିକ୍ଷାବିତ ଭାବରେ ସମାଜରେ ପ୍ରତିଷ୍ଠିତ ବୋଲି ଅବିହିତ କରିଥିଲେ । ଜଣେ ସାରସ୍ୱତ ସାଧକ ଭାବରେ ଉଚ୍ଚକୋଟିର କବିତା ତଥା ଅନୁବାଦ ସାହିତ୍ୟ ସୃଷ୍ଟି କରି ଓଡିଶାର ଅଗଣିତ ପାଠକ ଓ ସାହିତ୍ୟିକ ମାନଙ୍କ ହୃଦୟରେ ଶ୍ରଦ୍ଧାଭାଜନ ହୋଇ ପାରିଛନ୍ତି । ନିଜ ଭାଷାକୁ ପଛରେ ପକାଇ ଓଡିଆ ଭାଷା ଏବଂ ରାଷ୍ଟ୍ରଭାଷା ହିନ୍ଦୀର ପ୍ରଚାର,ପ୍ରସାର ଦିଗରେ ତାଙ୍କର ଉଲ୍ଲେଖନୀୟ ଅବଦାନ ବିଷୟରେ ବିଶେଷ ଆଲୋଚନା କରିଥିଲେ । ଏହି କାଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ,ଡାକ୍ତର ପ୍ରଦୀପ ନାୟକ ପ୍ରମୁଖ ଯୋଗଦେଇ ସୃତିଚାରଣ କରିଥିଲେ । ଆୟୋଜିତ ସ୍ମୃତି ସଭାରେ ସାମ୍ବାଦିକ ଦୁର୍ଗା ଶଂକର ବିଶ୍ୱାଳ ଅତିଥର ପରିଚୟ କରିଥିବା ବେଳେ ସମାଜସେବୀ ରାଜଲକ୍ଷ୍ମୀ ମହାପାତ୍ର ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଡାକ୍ତର ରାଓଙ୍କ ପୁତ୍ର ତଥା ସାମ୍ବାଦିକ ସତ୍ୟଭୂଷଣ ସ୍ୱାମୀଙ୍କ ସମ୍ପାଦକୀୟରେ ଏକ ସାପ୍ତାହିକ ଖବରକାଗଜ ‘ଆମ ସମ୍ବାଦ’କୁ ବିଧାୟକ ଉନ୍ମୋଚନ କରିଥିଲେ ବେଂ ଏହାର ଉତ୍ତୋରତର କାମନା କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ବହୁ ସାହିତ୍ୟିକ,ବୁଦ୍ଧିଜୀବି ଏବଂ ଗୁଣିଗ୍ୟାନୀ ବ୍ୟକ୍ତିଙ୍କ ମଧ୍ୟରେ ଲେଖିକା ଝରଣା ପଟ୍ଟନାୟକ,ପ୍ରାଧ୍ୟାପିକା ଡାଃ ରାଧାରାଣୀ ମହାପାତ୍ର,ପ୍ରାଧ୍ୟାପକ ଡ:ପ୍ରମୋଦ ନାୟକ,ଡ;ନିତ୍ୟାନନ୍ଦ ମହାପାତ୍ର,ଆର ବିଠଲ ରାଓ,ଜୟଦେବ ପିଲେଇ,ସାମ୍ବାଦିକ ଶଶୀଭୂଷଣ ସ୍ୱାମୀ,ଶିବାନନ୍ଦ ଦାସ,ରାଜେଶ ଗୋସ୍ୱାମୀ,ଲିପିକା ରାଉତ ପ୍ରମୁଖ ଉପସ୍ଥିତ ରହି ସ୍ମୃତିସଭାରେ ନିଜ ନିଜର ଅନୁଭୂତିକୁ ସ୍ୱର୍ଗତ ରାଓଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗିକୃତ କରିଥିଲେ । ଏହି ଅବସରରେ ବିଧାୟକ ସଂଜୀବ ମଲ୍ଲିକଙ୍କୁ ଟ୍ରଷ୍ଟବୋର୍ଡ ପକ୍ଷରୁ ‘ସେବା ଗୈାରବ’ ସମ୍ମାନରେ ସମ୍ମାନୀତ କରାଯାଇଥିବା ବେଳେ ଅତିରିକ୍ତ ଜିଲ୍ଲପାଳ ଶ୍ରୀ ମଧୁସୁଦନ ଦାସଙ୍କୁ ‘ସାହିତ୍ୟ ଗୈାରବ ସମ୍ମାନ’ ଏବଂ କରୋନା ଯୋଦ୍ଦା ଭାବରେ ଡାକ୍ତର ଦୀପକ ଜେନାଙ୍କୁ ‘ସେବା ସମ୍ମାନ’ରେ ସମ୍ମାନିତ କରାଯାଇଛି । ସେହିପରି କେତେକ ଯୁବ ସାମ୍ବାଦିକ ମାନଙ୍କୁ କରୋନା ଯୋଦ୍ଧା ଭାବରେ ସମ୍ମାନିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.