Home ଜିଲ୍ଲା ପରିକ୍ରମା ମୋବାରକପୁର ଗ୍ରାମରେ ଅଗ୍ନିକାଣ୍ଡ

ମୋବାରକପୁର ଗ୍ରାମରେ ଅଗ୍ନିକାଣ୍ଡ

61

ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ତହସିଲ ଅନ୍ତର୍ଗତ ପାଟୁଳି ପଞ୍ଚାୟତ ମୋବାରକପୁର ଗ୍ରାମର ଭାସ୍କର ସ୍ୱାଇଁଙ୍କର ଦୁଇବଖରା ଚାଳଘର ଗତକାଲି ବିଳମ୍ବିତ ରାତିରେ ଭସ୍ମୀଭୂତ ହୋଇଯାଇଛି । ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି ବୋଲି କୁହାଯାଉଛି । ସୂଚନା ପାଇଁ ଭଣ୍ଡାରିପୋଖରୀ ଦମକଳକେନ୍ଦ୍ର ପକ୍ଷରୁ ଅଗ୍ନିଶମ ଅଧିକାରୀ ରମାକାନ୍ତ ମଲ୍ଲିକଙ୍କ ନେତୃତ୍ୱରେ କର୍ମଚାରୀମାନେ ଅଗ୍ନିନିର୍ବାପନ କରିଥିଲେ । ମାତ୍ର ବିଳମ୍ବତ ରାତ୍ରି ହୋଇଥିବାରୁ ଶୋଇଥିବା ଅବସ୍ଥାରେ ନିଆଁ ଲାଗି ଘରର ସମସ୍ତ ଅସବାବପତ୍ର ଜଳିଯାଇଥିଲା । ଏହି ଅଗ୍ନିକାଣ୍ଡରେ ପ୍ରାୟ ପଚାଶହଜାର ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.