Home ଜିଲ୍ଲା ପରିକ୍ରମା ନୂଆ ୧୦୫ ଆକ୍ରାନ୍ତ ଚିହ୍ନଟ

ନୂଆ ୧୦୫ ଆକ୍ରାନ୍ତ ଚିହ୍ନଟ

53

ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲ୍ଳାରୁ ମୋଟ ୧୦୫ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଫଳରେ ଜିଲ୍ଲାର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୪୭୯୮ରେ । ଆଜି ସୁଦ୍ଧା ଜିଲ୍ଳାରୁ ମୋଟ ୭୭ହଜାର ୩୮୦ ନମୁନା ପରୀକ୍ଷା ପରେ ଏହି ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ୩୯୦୭ଜଣ ଆକ୍ରାନ୍ତ ସୁସ୍ଥ ହୋଇ ସାରିଛନ୍ତି । ଏବେ ୮୭୯ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ଯେଉଁ ୧୦୫ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରେ ବାସୁଦେବପୁର ବ୍ଲକର ୨୪ଜଣ, ବାସୁଦେବପୁର ପୌରପାଳିକାର ୧୨ଜଣ, ଭଦ୍ରକ ବ୍ଲକର ୭ଜଣ, ଭଦ୍ରକ ପୌରପାଳିକାର ୧୧ଜଣ, ବନ୍ତ ବ୍ଳକର ୭ଜଣ, ଚାନ୍ଦବାଲି ବ୍ଳକର ୫ଜଣ, ଧାମନଗର ବ୍ଲକର ୩ଜଣ ଏବଂ ତିହିଡି ବ୍ଲକର ୩୬ଜଣ ଆକ୍ରାନ୍ତ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.