Home Ganesh Puja ମୃଣ୍ମୟ କାରୀଗରଙ୍କ ପେଟରେ କରୋନା ମାଡ:ଛାତ୍ର ଛାତ୍ରୀ ତଥା ବିଭିନ୍ନ ଅନୁଷ୍ଠାନ ଦ୍ୱନ୍ଦ୍ୱରେ ରହିଛନ୍ତି

ମୃଣ୍ମୟ କାରୀଗରଙ୍କ ପେଟରେ କରୋନା ମାଡ:ଛାତ୍ର ଛାତ୍ରୀ ତଥା ବିଭିନ୍ନ ଅନୁଷ୍ଠାନ ଦ୍ୱନ୍ଦ୍ୱରେ ରହିଛନ୍ତି

157

ବାଲିଗୁଡା, ୨୦/୮.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ):କରୋନା କଟକଣା ଯୋଗୁଁ ଗତ ଦିନରେ ଯେଉଁ ସବୁ ପର୍ବ ପର୍ବାଣି ପଡ଼ିଛି ତାହାକୁ ନିରାଡାମ୍ବର ଭାବେ ପାଳନ କରାଯାଇଛି। ଏପରିକି ସ୍ୱାଧୀନତା ଦିବସରେ ମଧ୍ୟ କେବଳ ଜାତୀୟ ପତ୍ତକା ଉତ୍ତୋଳନ କରାଯାଇଛି କିନ୍ତୁ କଟକଣା ଯୋଗୁଁ ପୂର୍ବବର୍ଷ ପରି ପାଳନ ହୋଇନାହିଁ। ଏଭଳି ସ୍ଥଳେ ଆଉ ମାତ୍ର କିଛିଦିନ ପରେ ପଡୁଛି ଗଣେଶ ପୂଜା। ଇତି ମଧ୍ୟରେ ରାଜ୍ୟରେ କେତେକ ଜିଲାରେ ଚଳିତ ବର୍ଷ ଶିକ୍ଷାନୁଷ୍ଠାନ ହେଉ କିମ୍ବା ସାର୍ବଜନୀନ ସ୍ଥଳରେ ଗଣେଶ ପୂଜା ପାଇଁ ନିର୍ଦେଶନାମା ଜାରି କରାଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯନ୍ତ କନ୍ଧମାଳ ଜିଲାରେ ତାହା କରାଯାଇ ନାହିଁ। ଏହାକୁ ନେଇ ଚିନ୍ତାରେ ମୂର୍ତ୍ତିକାରିଗର ଥିବା ବେଳେ ଦ୍ୱନ୍ଦରେ ଅଛନ୍ତି ଛାତ୍ରଛାତ୍ରୀ ତଥା ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା। କନ୍ଧମାଳ ଜିଲାରେ ଥିବା ଶହ ଶହ ମୂର୍ତ୍ତିକାରିଗରମାନେ ବିଶେଷ କରି ଗଣେଶ ପୂଜା ଓ ସରସ୍ୱତୀ ପୂଜା ମାନଙ୍କରେ ବେଶ୍ କିଛି ଟଙ୍କା ରୋଜଗାର କରିଥାନ୍ତି। ବର୍ତ୍ତମାନ କରୋନା କଟକଣା ଯୋଗୁଁ ସେମାନେ ଚିନ୍ତାରେ ରହିଛନ୍ତି। ଚଳିତ ବର୍ଷ ଶିକ୍ଷାନୁଷ୍ଠାନ ମାନଙ୍କରେ ହେଉ କିମ୍ବା ଅନ୍ୟ କୌଣସି ସ୍ଥାନରେ ପୂଜା ହେବକି ନାହିଁ ତାହାର କୌଣସି ଗ୍ୟାରେଣ୍ଟି ନଥିବା ଯୋଗୁଁ କାରିଗର ମାନେ ମୂର୍ତ୍ତି ଗଢି ବିକ୍ରି ପାଇଁ ସଜବାଜ ହେଲେଣି। ହେଲେ ତାହାକୁ ନେଇ ମଧ୍ୟ ସେମାନେ ଦ୍ୱନ୍ଦରେ ପଡ଼ିଛନ୍ତି। ଖୋଦ୍ ବାଲିଗୁଡା ସହରରେ ପ୍ରାୟ ୧୦ଜଣରୁ ଉର୍ଦ୍ଧ ମୂର୍ତ୍ତିକାରିଗର ଅଛନ୍ତି। ବିଭିନ୍ନ ସମୟରେ ବିଭିନ୍ନ ମୂର୍ତ୍ତିଗଢି ସେମାନେ ପରିବାର ପ୍ରତିପୋଷଣ କରିଥାନ୍ତି। ତେବେ ସମସ୍ତେ ଅପେକ୍ଷା କରିଥାନ୍ତି ଗଣେଶ ପୂଜାକୁ। ଏହି ପୂଜାରେ ସେମାନେ ଗୋଟିଏ ମାସରେ ପ୍ରାୟ ୫୦ ରୁ ୬୦ ହଜାର ଟଙ୍କା ଲାଭବାନ ହୋଇଥାନ୍ତି ବୋଲି ପ୍ରକାଶ କରିଛନ୍ତି ମୂର୍ତ୍ତିକାରିଗର ପ୍ରକାଶ ଚନ୍ଦ୍ର ପାଳ। ବଡ଼ ମୂର୍ତ୍ତି ଠାରୁ ଆରମ୍ଭ କରି ସାନ ମୂର୍ତ୍ତି ଓ ଛାଞ୍ଚ ମୂର୍ତ୍ତି ତିଆରି କରି ସେମାନଙ୍କର ସମସ୍ତ ଖର୍ଚ୍ଚ ଯିବା ପରେ ଏହି ଲାଭପାଉଥିବା ବେଳେ ଏହି ରୋଜଗାରରେ ସେମାନଙ୍କର ପ୍ରାୟ ୫ ରୁ ୬ ମାସ ଗୁଜୁରାଣ ମେଣ୍ଟିଯାଇଥାଏ। କିନ୍ତୁ କଟକଣା ଦିନକୁ ଦିନ ବଢୁଥିବା ଯୋଗୁଁ ଚଳିତ ବର୍ଷ ପ୍ରଶାସନ କ’ଣ ପଦକ୍ଷେପ ନେବେ ସେଦିଗରେ ସେମାନେ ଅଜ୍ଞଥିବା ଯୋଗୁଁ ଏବେ ଚିନ୍ତାରେ ବସିଛନ୍ତି। ଯଦି ସେମାନେ ହଜାର ହଜାର ଟଙ୍କା ଖର୍ଚ୍ଚ କରି ମୂର୍ତ୍ତି ଗଢି ରଖିଛନ୍ତି, ପୂଜା ବନ୍ଦ ହୋଇଗଲେ ମୂର୍ତ୍ତି ବିକ୍ରି ହୋଇ ପାରିବ ନାହିଁ। ଏହାକୁ ନେଇ ମଧ୍ୟ ସେମାନେ ଚିନ୍ତାର ପଡ଼ିଛନ୍ତି।ମୂର୍ତ୍ତି କାରିଗର ପ୍ରକାଶ ୩୦ ବର୍ଷରୁ ଊର୍ଧ୍ୱ ଦିନ ହେଲା ମୂର୍ତ୍ତିତିଆରି କରି ସେ ବିକ୍ରି କରି ପରିବାର ପୋଷଣ କରିଥାନ୍ତି। ଉକ୍ତ ରୋଜଗାରେ ସେ ପରିବାର ଚଳାଇବା ସହିତ ତାଙ୍କର ପିଲାମାନଙ୍କୁ ମଧ୍ୟ ପାଠ ପଢାଇଥାନ୍ତି ବୋଲି ସେ ପ୍ରକାଶ କରିଛନ୍ତି। କିନ୍ତୁ ଗତ ୫ ମାସ ହେଲା କରୋନା କଟକଣା ଯୋଗୁଁ ମୂର୍ତ୍ତିକାରିଗର ମାନଙ୍କର ରୋଜଗାର ସଂପୂର୍ଣ୍ଣଭାବେ ବନ୍ଦ ହୋଇଯାଇଥିବା ବେଳେ ଏ ଦିଗରେ ମଧ୍ୟ ସରକାର ଦୃଷ୍ଟି ଦେଇ ସହାୟତା କରିବା ଆବଶ୍ୟକ ହୋଇ ପଡିଛି ବୋଲି ଅନ୍ୟ କାରିଗରମାନେ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.