Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାସ୍ତରୀୟ ଦୁଇ ଦିନିଆ ଆଦିବାସୀ ଗୀତକୁଡିଆ ଓ ଦିଶାରୀ ସମ୍ମିଳନୀ

ମାଲକାନଗିରି ଜିଲ୍ଲାସ୍ତରୀୟ ଦୁଇ ଦିନିଆ ଆଦିବାସୀ ଗୀତକୁଡିଆ ଓ ଦିଶାରୀ ସମ୍ମିଳନୀ

261

ମାଲକାନଗିରି,୨୫ା୧୧(ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ କଳାସଂସ୍କୃତି,ଲୋକଗୀତ ଓ ଦିଶାରୀ ମାନଙ୍କ  ପାହଡ ପବ ର୍ତର ଚେରମୂଳି ଔଷଧ ସଂଗ୍ରହ ଗୁଡିକ ଧିରେ ଧିରେ ଲୋପପାଇ ଯାଉଥିବା ବେଳେ ଏହାକୁ ଲୋକ ଲୋଚନାକୁ ଆଣି ଦେଶଦୁନିଆ ରେ ପ୍ରଚାର ପ୍ରସାର କରିବା ଉଦେଶ୍ୟରେ ମାଲକାନଗିରି ଜିଲ୍ଲା ଆଦିବାସୀ ସଂଘ ଓ ମାଲ୍ୟବନ୍ତ ଦେଶିଆ ନାଟଗୁରୁ ସାଂସ୍କୃତିକ ସଂଗଠନ ପକ୍ଷରୁ ଜିଲ୍ଲାସ୍ତରୀୟ ଗୀତକୁଡିଆ ଓ ଦିଶାରୀ ସମ୍ମିଳନୀ ଆଜି ଠାରୁ ଆରମ୍ଭ ହୋଇଯାଛି  । କୋରକୁଣ୍ଡା ବ୍ଲକସ୍ଥ ତାର୍ଲାକୋଟା ସି କଲୋନୀ ରେ  ଜିଲ୍ଲା ଆଦିବାସୀ ସଂଘ ସଭାପତି ବାଲରାଜ ଗେମେଲ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ଆଦିବାସୀ ଗବେଷକ ପ୍ରଫେସର ଡଃ ରାଜେନ୍ଦ୍ର ପାଢୀ,ମୁଖ୍ୟବକ୍ତାଭାବେ ବିଶିଷ୍ଟ କବି ଓ ଗବେଷକ ବିଜୟ ଉପାଧ୍ୟାୟ,ସମ୍ମାନିତ ଅତିଥି ଭାବେ ଆଦିବାସୀ ସମାଜ ମହାସଂଘ ସଭାପତି ଘେନା ମୁଦୁଲି, ମାଲ୍ୟବନ୍ତ ଦେଶିଆ ନାଟଗୁରୁ ସଂଘ ଉପଦେଷ୍ଟା ତଥା ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକରଦାଶ,ମାଲ୍ୟବନ୍ତ ଦେଶିଆ ନାଟଗୁରୁ ସାଂସ୍କୃତିକ ସଂଗଠନ ସଭାପତି ଅନାଦି କାଡା,ବଣ୍ଡାସମାଜର କବି ଲକ୍ଷ୍ମଣ ମାନ୍ଦ୍ରା,ଅନ୍ୟତମ ଅତିଥି ଭାବେ ଆଦିବାସୀ ସଂଘ ସଂପାଦକ କମଳସାଏ ମାଝୀ,ନାଟଗୁରୁସଂଘ ସଂଗଠନ ସଂପାଦକ ଧନୁର୍ଜୟ ହନ୍ତାଳ,ରାଜେନ୍ଦ୍ର ସ୍ୱାଇଁ,ବିଦେଶି ଗୌଡ ପ୍ରମୁଖ ଯୋଗଦେଇଥିଲେ । ଏବ ର ମଣିଷ ସମାଜ ପାଶ୍ଚାତ  ଅତ୍ୟାଧୁନିକରେ ପ୍ରଭାବିତ ହୋଇ ଲୋକସଂସ୍କୁତି ଓ ଲୋକକଳା,ଗୀତକୁଡିଆ, ଓ ଦିଶାରୀ କାର୍ଯ୍ୟ କୁ ଭୁଲି ଯାଉଥିବାବେଳେ ତାକୁ ଦେଶିଆନାଟଗରୁ,ଗୀତକୁଡିଆ ଗାୟକ ଓ ଆଦିବାସୀ ଦିଶାରୀ ମାନେହିଁ ବଚାଁଇ ରଖି ବିଶ୍ୱଦରବାରରେ ପରିଚିତ କରିଛନ୍ତି ।

ଗାଁ ଗହଳର ପର୍ବପର୍ବାଣି,ଜାନି ଯାତ୍ରା,ବିବାହ ଉତ୍ସବରେ ଗାଉଥିବା ଗୀତକୁଡିଆ,ଅତ୍ୟାଧୁନକ ଯୁଗରେ ଧିରେ ଧିରେ ଲୋପ ପାଇବାକୁ ବସିଲାଣି ତାକୁ ବଚାଂଇ ଲୋକଲୋଚନକୁ ଆଣିବାପାଇଁ ପ୍ରୟାସ ଜାରିରଖିବା ଦରକାର,ଆଧୁନିକ ଯୁଗର ନିଛକ କାହାଣୀ ଓ ପୌରାଣୀକ,ଐତ୍ୟହାସିକ କିମ୍ବଦନ୍ତି ନାଟକ ଓ ବଣଜଙ୍ଗଲରୁ ଚେରମୂଳି ସଂଗ୍ରହ କରି ଗାଁର ଦିଶାରୀ ମାନେ ନାନାପ୍ରକାର ରୋଗକୁ ଭଲକରିବା ଘଟଣା ଗୁଡିକୁ  ଲୋକମାନେ ଭୁଲି ଯାଉଥିବାବେଳେ ଏହି ମାଲ୍ୟବନ୍ତ ଦେଶିଆ ନାଟଗୁରୁ ସଗଂଠନ ଓ ଜିଲ୍ଲା ଆଦିବାସୀ ସଂଘ ତାକୁ କେବେ ବି ଭୁଲିପାରିନାହିଁ,ଆଧୁନିକତା ମଧ୍ୟରେ ଆଦିବାସୀ ଦେଶିଆ ,ଓଡିଆ ପରମ୍ପରା.ଭାଷା ସଂସ୍କୃତି, ଚାଲି ଚଳଣି, ଜାନି ଯାତ୍ରା, ଗୀତକୁଡିଆ, ଦିଶାରୀ ପ୍ରଥାକୁ ବଚାଂଇରଖିଛି । ଏହି ସମ୍ମିଳନୀରେ ଜିଲ୍ଲାର ବିଭିନ୍ନ ଅଚଂଳରୁ ଚଇତିପର୍ବ,ମାଘପର୍ବ,ପୁଷପୁନେଇ,ନୁଆଖିଆ ଆଦି ପର୍ବ ପର୍ବାଣି, ଯନି ଯାତ୍ରା ସମୟର ଗୀତ ଗାଉଥିବା  ଗୀତକୁଡିଆ ସଙ୍ଗୀତଜ୍ଞ ମାନେ ଯୋଗଦେଇଥିଲେ । ଦିତୀୟ ଅଧିବେସନରେ ଜିଲ୍ଲାର ବିଭିନ୍ନ ଅଚଂଳରୁ ଆସିଥିବା ଶତାଧିକ ଦିଶାରୀ ମାନେ ଯୋଗଦେଇ ସେମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନାକରିଥିଲେ । ପ୍ରଥମେ ଅନ୍ଧକବି ନାଟଗୁରୁ ଅନାଦି କଡା ସରସ୍ୱତୀ ବନ୍ଦନା ଦେଶାତ୍ମକବୋଧ ସଂଗୀତ ଗାନ କରିଥିଲେ ।

ବହୁକଷ୍ଟକରି ଆଦିବାସୀ ଅଧ୍ୟୁଷିତ ଅଚଂଳରେ ଦେଶିଆନାଟଦଳ ଓ ନାଟଗୁରୁ ମାନେ ସ୍ୱଳ୍ପ ପଇସାରେ ଲୋକ ମାନଙ୍କ ମନୋରଂଜନ କରି ଲୋକକଳାକୁ ବଚାଁରଖୁଥିବାବେଳେ ସେମାନଙ୍କ ପ୍ରତି ସରକାର ଦୃଷ୍ଟି ଦେଉନାହିଁ,ଉପଯୁକ୍ତ ପାରିଶ୍ରମିକ ପାଉନଥିବାବେଳେ ସେମନଙ୍କୁ କଳାକାର ଭତାମିଳୁନାହିଁ, ଏହି ଆଦିବାସୀ ଦୁସ୍ଥକଳାକାର ଓ ନାଟଗୁରୁମାନଙ୍କୁ ଭତା, ପିଲାମାନଙ୍କ ପାଠ ପଡାଖର୍ଚ,ବାସଗୃହ ଯୋଗାଇ ଦେବା, ଜିଲ୍ଲାରେ ଦିଶାରୀ ଓ ଗୀତକୁଡିଆ ମାନଙ୍କୁ ହତାଦାର ନକରି ସେମାନଙ୍କୁ ସମ୍ମାନ ଜଣାଇ ଉପ ଯୁକ୍ତତାଲିମ ଦେଇ ଜିଲ୍ଲାବାସୀଙ୍କ କାମରେ ଲଗାଯାଉ ବୋଲି ଏହି ସମ୍ମିଳନୀରେ ମତପ୍ରକାଶ ପାଇଥିଲା । ଏହି ଅବସରେ ବିଭିନ୍ନ ଆଦିବାସୀ ଗ୍ରାମରୁ ଆସିଥିବା ଶତାଧିକ ମହିଳା ଓ ପୁରୁଷ ମାନେ ସେମାନଙ୍କ ପାରମ୍ପାରିକ ସଂଗୀତ ଗାନ କରି ନୃତ୍ୟ ପରିବେଶଷଣ କରିଥିଲେ । ଦିଶାରୀ ମାନଙ୍କ ମଧ୍ୟରେ ମୁଖ୍ୟତ ଗୋପିମାଥ ଖେମୁଡୁ,କାର୍ତିକ ହନ୍ତାଳ,ଭଗବାନ ବେହେରା,ନନ୍ଦ ହନ୍ତାଳ,ମୁକୁନ୍ଦ ଓଡି,ଏସ,ଭେଙ୍କଟ ନାରା୍ୟଣ ରାଓ,ବୁଦ୍ଧିରାମ ଓଝା,ଗୀତ କୁଡିଆ ଙ୍କ ମଧ୍ୟରେ ଦାମଦର କାଡା,ଚନ୍ଦ୍ରମା ବଟେ,ଗଙ୍ଗା ଖୁରାମି,ରାମଚନ୍ଦ୍ର ହନ୍ତାଳ,ଧନଶିଶା ପ୍ରମୁଖ ଶତାଧିକ ମହିଳା ଓ ପୁରଷ ଯୋଗଦେଇ ସେମାନଙ୍କ ଭାଷା,ସଂସ୍କୃତି, ନାଟ,ଗୀତ କଳା ଚାତୁରୀ ସଂପର୍କରେ ସୁଚନାଦେଇଥିଲେ ,

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.