Home ଓଡ଼ିଶା ମାଲକାନଗିରି ଜିଲ୍ଲାରେ ଦଲାଲ ଚଳାଉଛନ୍ତି ଧାନମଣ୍ଡି, ଚାଷୀ ପ୍ରାପ୍ୟ ନପାଇ ହତାସ

ମାଲକାନଗିରି ଜିଲ୍ଲାରେ ଦଲାଲ ଚଳାଉଛନ୍ତି ଧାନମଣ୍ଡି, ଚାଷୀ ପ୍ରାପ୍ୟ ନପାଇ ହତାସ

126

ମାଲକାନଗିରି, ୧୪ା୨ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ଦଲାଲଙ୍କ କବଜ୍ଜାରେ ଖରିପଚାଷର ଧାନମଣ୍ଡି ଥିବା ବେଳେ ଗରିବଚାଷୀ ମାନେ ସେମାନଙ୍କ କଷ୍ଠ ଉପାର୍ଜିତ ଧାନଗୁଡିକର ଉଚିତ ମୂଲ୍ୟ ପାଇପାରୁନଥିବା ସହ ଏବେ ବି ଅନେକ ମଣ୍ଡିରେ ହଜାର ହଜାର କୁଇଁଟାଲ ଧାନ ପଡି ରହିଥିବାର ଦେଖିବାକୁ ମିଳୁଛି। ମୁଣ୍ଡର ଝାଳ ତୁଣ୍ଡରେ ମାରି ଖର୍ଚ୍ଚାନ୍ତ ହୋଇ ବହୁ କଷ୍ଠରେ ଜମିରେ ଫଳାଇଥିବା ଧାନକୁ ବିଚରା ଚାଷୀ ଠିକ ଭାବେ ମଣ୍ଡିରେ ବିକ୍ରୀକରି ନପାରି ଭୋକ ଉପବାସରେ ରହି ଆଖିରୁ ଲୁହ ଝରାଉଥିବାବେଳେ ଚାଷୀଙ୍କ ଧାନକୁ ଦଲାଲ ମାନେ ଅକ୍ତିଆର କରି ମାଲେ ମାଲେ ହେଉଥିବାର ଜଣାପଡିଛି। ବିଶେଷ କରି ମାଲକାନଗିରି ବ୍ଲକ ଚାଲାଣଗୁଡା ଧାନ ମଣ୍ଡିରେ ଏହା ଦେଖିବାକୁ ମିଳିଛି। ଏହି ମଣ୍ଡିଟିକୁ ଜିଲ୍ଲାପାଳ ଓ ବରିଷ୍ଠ ନେତାମାନେ ପ୍ରଥମେ ଉଦଘାଟନ କରିଥିଲେ। ଚାଲାଣଗୁଡା ମଣ୍ଡିରେ ଲକ୍ଷ୍ମୀଦେବୀ ମହିଳା ମଣ୍ଡଳ ସ୍ୱଂୟ ସହାୟକ ଗୋଷ୍ଠିଙ୍କୁ ଧାନ କ୍ରୟପାଇଁ ଦାଇତ୍ୱ ଦିଆ ଯାଇଥିଲା। ନାମକୁ ମାତ୍ର କାଗଜ କଲମରେ ମହିଳା ସ୍ୱୟଂସହାୟକ ଗୋଷ୍ଠି ଧାନକ୍ରୟ କରୁଥିବା ବେଳେ ଏଠାରେ ଦଲାଲ ମାନଙ୍କ ରାଜ ଚାଲିଥିବାର ଅନେକ ଚାଷୀ ଅଭିଯୋଗ କରିଛନ୍ତି। ଯେଉଁ ଚାଷୀ ଅଭିଯୋଗ କରିବା ପାଇଁ ଆଗେଇ ଆସିଲେ ତାଙ୍କ ଧାନକୁ କ୍ରୟ କରା ନ ଯାଇ, ସେମିତି ମଣ୍ଡିରେ ପକାଇ ରଖାଯାଉଛି। ଅନେକ ଚାଷୀଙ୍କ ଧାନଚୋରୀ ହୋଇଯାଉଥିବାର ମଧ୍ୟ ଅଭିଯୋଗ ଆସୁଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ୧୧ଲକ୍ଷ ୩୦ହଜାର କି୍ୱଟାଂଲ ଧାନ ୬୨ଟି ମଣ୍ଡିରେ କ୍ରୟହେବା ପାଇଁ ନିସ୍ପତି ନିଆ ଯାଇଛି। ଚଳିତବର୍ଷ ଖରିପରେ ସାଧାରଣ କିସମ ଧାନ କୁଇଟାଂଲ ପିଛି ୧୮୧୫ଟଙ୍କା, ଗ୍ରେଡ ଏ କିସମ ଧାନ ୧୮୩୫ ଟଙ୍କା ସରକାରି ଦର ଧାର୍ଯ୍ୟ କରାଯାଇଛି। ଜିଲ୍ଲାରେ ସୁଚାରୁ ଭାବେ ଚାଷୀମାନଙ୍କ ଠାରୁ ଧାନକ୍ରୟ କରି ୪୮ଘଟାଂ ଭିତରେ ଅନଲାଇନ ମାଧ୍ୟମରେ ସେମାନଙ୍କ ପ୍ରାପ୍ୟ ଚାଷୀଙ୍କ ଜମା ଖାତାରେ ପଇଠ କରାଯିବ। ଜିଲ୍ଲାର ବିଭିନ୍ନ ଲ୍ୟାମ୍ପସରେ ୩୦ହଜାର ଚାଷୀ ନାମପଜିଂକୃତ କରିଛନ୍ତି। ମଣ୍ଡିଗୁଡିକରେ ଦଲାଲ ମୁକ୍ତ କରିବା ପାଇଁ ସମସ୍ତଚାଷୀଙ୍କୁ ଟୋକନ ବ୍ୟବସ୍ଥା କରାଯାଇଛି, ବିନା ଟୋକନ ଚାଷୀଙ୍କ ଧାନ କ୍ରୟ ହେବନାହିଁ, ମାଲକାନଗିରି ଜିଲ୍ଲାରୁ ଚୋରା ବେପାରି ମାନେ ଚାଷୀଙ୍କ ଠାରୁ କମ ମୂଲ୍ୟରେ ଧାନକ୍ରୟକରି ଯେପରି ବାହର ରାଜ୍ୟକୁ ଚାଲାଣ ନକରନ୍ତି ସେଥିପ୍ରତି ଜିଲ୍ଲାପ୍ରଶାସନ ସଜାଗରହିବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପ୍ରଶାସନିକ ଅଧିକାରୀ ମାନେ ମଣ୍ଡିଉଦଘାଟନ ସମୟରେ ଭାଷଣଦେଇ ଥିବା ବେଳେ ସେହି ଚାଲାଣଗୁଡା ମଣ୍ଡିରେ ଖୋଲମ ଖୋଲା ଭାବେ ଦଲାଲମାନେ ଚାଷୀମାନଙ୍କ ଧାନକୁ ନେଇ ବେପାର ଚଳାଇଛନ୍ତି।ଚାଷୀମାନଙ୍କୁ ଉପଯୁକ୍ତ ପ୍ରାପ୍ୟ ନଦେଇ ସେମାନଙ୍କ ଟୋକନ ଇସୁପାଇଁ ଟଙ୍କା ନେଉଥିବାର ଚାଷୀମାନେ ଅଭିଯୋଗ କରିଛନ୍ତି।

ଜିଲ୍ଲାରେ ଏବେ ବି ଅନେକ ମଣ୍ଡିରେ ହଜାର ହଜାର କୁଇଂଟାଲ ଧାନ ଖୋଲାଆକାଶ ତଳେ ପଡିରହିଥିଲେ ମଧ୍ୟ ତାହାକୁ କ୍ରୟ କରାଯାଉ ନଥିବା ଓ ମିଲରମାନେ ଉଠାଉନଥିବାରୁ ବିଭିନ୍ନ ସମୟରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ରାଜରାସ୍ତାରେ ଧନବସ୍ତା ରଖି ଆନ୍ଦୋଳନ କରିଥିବାର ନଜିର ରହିଛି। ଜିଲ୍ଲାର ୬୨ଟି ଧାନ ମଣ୍ଡରେ ଧାନକ୍ରୟ କରିବାପାଇଁ ୧୧ଲକ୍ଷ୩୦ହଜାର କ୍ୱିଟାଂଲ ଧାର୍ଯ୍ୟ ଥିବା ବେଳେ ସେଥିମଧ୍ୟରୁ ୧୦ଲକ୍ଷ ୩୦ହଜାର କି୍ୱଟାଂଲ ଧାନ ଚାଷୀମାନଙ୍କ ଠାରୁ କ୍ରୟ ହୋଇସାରିଛି, ତେବେ ବଳକା ୧ଲକ୍ଷ କ୍ୱିଟାଂଲ ଧନ କିଣିବା ପାଇଁ ଏ ପର୍ଯ୍ୟନ୍ତ ଚାଷୀମାନଙ୍କୁ ଟୋକନ ଦିଆ ଯାଇନାହିଁ। ଜିଲ୍ଲାର ୬୨ଟି ଧାନ ମଣ୍ଡିରେ ଓ ଚାଷୀମାନଙ୍କ ନିକଟରେ ଧାନ ପଡିରହିଥିଲେ ମଧ୍ୟ କେହି ମିଲର ଉଠାଉ ନହାଁନ୍ତି, ଅନେକ ଚାଷୀଙ୍କୁ ଟୋକନ ମିଳିନଥିବା ଓ ଟୋକନ ପାଇଥିବା ଚାଷୀ ମାନେ ଖୋଲା ଆକାଶ ତଳେ ମଣ୍ଡିରେ ଧାନ ରଖି ଜଗିରିହଲେ ମଧ୍ୟ ସେମାନଙ୍କ ଧାନକୁ ମିଲର ମାନେ ନ ଉଠାଇବାରୁ ଧାନ ଗୁଡିକ ଶୁଖି ଯାଉଛି ତ ଚୋରିହେବାସହ ଗାଇ ଗୋରୁ ସେଗୁଡିକ ଖାଇଦେଉଛନ୍ତି। ତୁରନ୍ତ ଧାନ କ୍ରୟ କରିବା ପାଇଁ ଟାର୍ଗେଟ ବଢାଇବା, ଚାଷୀମାନଙ୍କୁ ଭେଣ୍ଡର ରସିଦ ଦେବା, ଗନି ବସ୍ତା ର ପଇସା ଦେବା, ଚାଷିଙ୍କ ଧାନ ବିକ୍ରୟ ଟଙ୍କା ତୁରନ୍ତ ଦେବା ପାଇଁ ଚାଷୀମାନେ ଦାବିକରିଛନ୍ତି। ଏ ସଂପର୍କରେ ଜିଲ୍ଲାସହକାରୀ ଯୋଗାଣ ଅଧିକାରୀ ମନୋଜ କୁମାର ପ୍ରଧାନଙ୍କୁ ମତାମତ ନେବାରୁ ସେକହିଥିଲେ ଅଭିଯୋଗର କେତେ ସତ୍ୟାସତ ରହିଛି ଜିଲ୍ଲାଯୋଗାଣ ବିଭାଗ ଓ ପ୍ରଶାସନିକ ଅଧିକାରୀ ମାନେ ତଦନ୍ତ କରିବା ପରେ ପ୍ରକୃତ ଘଟଣା କଣ ଜଣାପଡିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.