Home ଓଡ଼ିଶା ମାଲକାନଗିରି ଜିଲ୍ଲା ବିଜିଡି ଦଳରେ ଗୋଷ୍ଠି କନ୍ଦଳ ପୌର ନିର୍ବାଚନରେ ଦଳପାଇଁ ମହଙ୍ଗା ପଡିବ: ସଭାପତି...

ମାଲକାନଗିରି ଜିଲ୍ଲା ବିଜିଡି ଦଳରେ ଗୋଷ୍ଠି କନ୍ଦଳ ପୌର ନିର୍ବାଚନରେ ଦଳପାଇଁ ମହଙ୍ଗା ପଡିବ: ସଭାପତି ପଦ ନିମନ୍ତେ ଦୁଇ ନୁଆ ମୁହଁ

129

ମାଲକାନଗିରି, ୧୪ା୨(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ବିଜେଡି ଦଳରେ ଗତ କିଛିମାସହେଲା ଗୋଷ୍ଠି କନ୍ଦଳ ଲାଗି ଆସିଛି। ଏହି ଗୋଷ୍ଠି କନ୍ଦଳ ଆଗାମୀ ପୌରନିର୍ବାଚନରେ ଦଳପାଇଁ ମହଙ୍ଗାପଡିବ ବୋଲି କେତକ ବିଜେଡି ଦଳର ବରିଷ୍ଠ କର୍ମୀମାନେ ଆଲୋଚନା କରୁଛନ୍ତି। ବିଜେଡି ଦଳର ଜିଲ୍ଲା ସଭାପତି ଭାବେ ସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ ଥିଲେ। ଦଳର ନୀତି ଅନୁସାରେ ଜଣେ ବ୍ୟକ୍ତି ଗୋଟିଏ ପଦବୀ ନିୟମ ଅନୁଯାଇ ତାଙ୍କୁ ସଭାପତି ପଦବୀ ଛାଡିବାକୁ ପଡୁଥିବାରୁ ମାଲକାନଗିରି ଜିଲ୍ଲାରେ ବିଜେଡି ଦଳର ସଭାପତି ଓ ଅନ୍ୟାନ୍ୟ କର୍ମକର୍ତା ପଦବୀ ନିମନ୍ତେ ଚୟନ ପ୍ରକ୍ରୀୟା ଆରମ୍ଭ ହୋଇ ଯାଇଛି।

ପୂର୍ବରୁ ଜିଲ୍ଲା ନିର୍ବାଚନ ଅଧିକାରୀ ଭାବେ ପୂର୍ବତନ ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁ ସିସାଙ୍କୁ ଦାଇତ୍ୱ ଦିଆ ଯାଇଥିଲା। ସେ ଠିକ ଭାବେ ଦାଇତ୍ୱ ତୁଲାଇ ପାରିନଥିବାରୁ ତାଙ୍କୁ ଦାଇତ୍ୱରୁ ବିଜେଡି ରାଜ୍ୟନେତ୍ୱ ମଣ୍ଡଳି ସେ ପଦବୀରୁ କାଡିଦେଇ ପୂର୍ବତନ ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଆଡମାରାବାଙ୍କୁ ନିର୍ବାଚନ ଅଧିକାରୀ ଭାବେ ଦାଇତ୍ୱ ଦେଇଛିନ୍ତି। ଏହି ଘଟଣାକୁ କେନ୍ଦ୍ରକରି ବିଜେଡି ଦଳ ମଧ୍ୟରେ ଗୋଷ୍ଠିକନ୍ଦଳ ଲାଗିଯାଇଥିବାର ଜଣାପଡିଛି। ଜିଲ୍ଲା ସଭାପତି ଭାବେ ୪ଜଣ ଆଶାୟୀ ଥିବା ବେଳେ ଏବେ ଦୁଇଜଣ ନୁଆ ମୁହଁ ଯୁବ ନେତା ସଭାପତି ପଦବୀ ପାଇଁ ଆଶାୟୀ ରହି ରାଜଧାନୀରେ ଡେରାପକାଇ ବିଜେଡି ଦଳର ମନ୍ତ୍ରୀ ଓ ନେତାଙ୍କ ବାସଭବନକୁ ଦୌଡୁଥିବାର ଜଣାପଡିଛି। ଏହି ଦୁଇଜଣ ଯୁବନେତାଙ୍କ ମଧ୍ୟରୁ ଜଣକୁ କିମ୍ବା ଅନ୍ୟ କାହାକୁ ଜିଲ୍ଲା ସଭାପତି ପଦବୀ ଦାଇତ୍ୱ ଦିଆଯିବ ତାହା ବିଜେଡି ହାଇକମାଣ୍ଡ ହିଁ ନିଷ୍ପତି ନେବେ। ବିଜେଡି ସୁପ୍ରୀମୋଙ୍କ ନିଷ୍ପତି କୁ ମାଲକାନଗିରି ଜିଲ୍ଲା ବିଜେଡି ଦଳର ନେତା ଓ କର୍ମୀ ଚାହିଁ ବସିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.