Home ଓଡ଼ିଶା ମାଲକାନଗିରି କାରାଗାର ରେ ଚାଲିଛି ହୋଟେଲ,ଗଜଂଇ ଚୋରା ବେପାରି କଏଦୀ ମାନଙ୍କୁ ଯୋଗାଜାଉଛି ଚିକେନ...

ମାଲକାନଗିରି କାରାଗାର ରେ ଚାଲିଛି ହୋଟେଲ,ଗଜଂଇ ଚୋରା ବେପାରି କଏଦୀ ମାନଙ୍କୁ ଯୋଗାଜାଉଛି ଚିକେନ ବରିଆନି,ଛୁଟିରେ ଗଲେ ମଗାଜାଉଛି ଟଙ୍କା,ଯୋଗାଇ ଦିଆ ଯାଉଛି ମୋବାଇଲ ଫୋନ ।

97

ମାଲକାନଗିରି,୩୧ ।୫ (ଓଡିଆ ପୁଅ ) କେନ୍ଦ୍ର ଓ ରାଜ୍ୟସରକାର ଜେଲ ସଂସ୍କାର କରୁଥିବା ବେଳେ ତାର ଓଲଟା ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଉପ କାରାଗରରେ ଦେଖା ଦେଇଛି ।ଏହି ଉପକାରାଗରରେ ଖୋଲମ ଖାଲୋେ ଭାବେ ସରକରି ନିୟମ ଉଲଘଂନ କରାଯାଉଛି, ଜେଲରେ ବିଚାର ଧିନ କଏଦୀ ମାନଙ୍କୁ ଚା,ଜଳଖିଆ, ମାଛ, ମାସଂ ଦିଆ ଯାଉ ନଥିବାବେଳେ ସେଠରେ ଖୋଲା ଯାଇଥିବା ଏକ ହୋଟେଲରେ ଟଙ୍କା ବଦଳରେ କଏଦୀ ମାନଙ୍କୁ ଖାଦ୍ୟ ଯୋଗାଇଦିଆ ଯାଉଛି । ଗଜେଂଇ ବେପାରି ଧନି ଶ୍ରେଣୀ ଲୋକମାନଙ୍କ ଠାରୁ ଟଙ୍କାନେଇ ଜେଲ ଭିତିରେ ମୋବାଇଲ ଫୋନର ସୁବଧି ଯୋଗାଇ ଦିଆ ଯାଉଛି । ପାରଲ ତିନିମାସିଅ ସ୍ୱର୍ତମୂଳକ ଜାମିନୀରେ ଘରକୁ ଛଟିରେ ଯିବା ପାଇଁ କଏଦୀ ମାନଙ୍କ ଠାରୁ ୨ହଜାରଲେଖା ଟଙ୍କା ମଗାଯାଉଛି । ଜେଲରେ ଥିବା ଗରିବଙ୍କ ବିଚାର ଧିନ କଏଦୀ ମାନଙ୍କ ପାଇଁ ଜଳଖିଆରେ ଚୁଡା,ଗୁଡ,ଉପମା ଓ ମଧ୍ୟାହ୍ନରେ ହଳଦିପାଣି ଡାଲି, ଶୁଖିଲଲା ଭାତ, ପଚାପରିବା ତରକାରି ଯୋଗାଇ ଦିଆ ଯାଉଥିବା ବେଳେ ଗଜେଂଇବେପାରି ଓ ଧନିଶ୍ରେଣୀର ବିଚାରଧିନ କଏଦୀ ଙ୍କ ପାଇଁ ଜେଲ ପରିସରରେ ଖୋଲା ଯାଇଛି ସ୍ୱତନ୍ତ୍ର କେଟିଂନ ଓ ହୋଟେଲ । ଏହି ଜେଲରେ ଟଙ୍କାବଦଳରେ ବିଚାରଧିନ କଏଦୀ ମାନଙ୍କ ସବୁକିଛି ବ୍ୟବସ୍ଥା କରିଦେଇଛନ୍ତି ସୁପରିଟେଣ୍ଡେଟଂ । ଟଙ୍କା ଦେଉଥିବା ବ୍ୟକ୍ତି ମାନଙ୍କ ଠାରୁ ସକାଳେ ଉନ୍ନତନ ମାନର ଜଳଖିଆ, ମଧ୍ୟାହ୍ନରେ ମଟନ,ଚିକେନ ବିରିଆନୀ ଯୋଗଇ ଦିଆ ଯାଉଛି । ଗରିବ ବ୍ୟକ୍ତି ମାନଙ୍କୁ କିଛି ସୁବିଧା ନାହିଁ, । କଏଦୀ ମାନଙ୍କ ଟଙ୍କାକୁ ଅଫିସରେ ଦାଖଲ କରି ସେମାନଙ୍କୁ ଟଙ୍କା ଦିଆ ନ ଯାଇ କ୍ୟାଟିଂନରେ ଖାଇବା ପାଇଁ ବାଧ୍ୟ କରାଯାଉଛି । । ଜେଲରେ ୬ଟି ମୋବାଇଲ ଫୋନ ରଖା ଯାଇଥିବାର ଜଣାପଡିଛି । ମୋବାଇଳ ଫୋନରେ ଘର କିମ୍ବା ଅନ୍ୟ କେଉଁଠିକି କଥା ହେଲେ କଏଦୀ ମାନଙ୍କ ଠାରୁ ୩ହଜାରରୁ ୫ହଜାରଲେଖା ଟଙ୍କା ଆଦାୟ କରାଯାଉଛି ।ଜେଲ ଭିତରକୁ ମୋବାଇଲ ଫୋନ ମନା ଥିବା ବେଳେ ନିର୍ଭୟରେ ବିଚାରଧିନ ଗଜେଂଇ ବେପାରି ଓ କିଛି ଧନି ଶ୍ରେଣୀ ବ୍ୟକ୍ତିଙ୍କୁ ମୋବାଇଲ ଫୋନ ସେବା ଯୋଗାଇ ଦିଆଯାଉଛି । ଧନି ବିଚାର ଧିନ କଏଦୀଙ୍କ ପାଇଁ ଏହା ଜେଲ ନୁହଁତ ଏକ ଫାଇଭ ଷ୍ଟାର ହୋଟେଲ ପରି ଜଣାପଡୁଛି । ଅନ୍ୟ ଯେଉଁ କଏଦୀ ସେହି ହୋଟେଲକୁ ଖାଇବାକୁ ଗଲେ ସେମାନ ଙ୍କୁ ଟଙ୍କା ମଗା ଯାଉଛି ନଚେତ ଧମକଦେଇ ଘଉଡାଇ ଦିଆଯାଉଛି । ଜେଲରେ ଆଳୁବସ୍ତାପରି ସାଧାରଣ କଏଦୀ ରହୁଥିବା ବେଳେ ଗଜେଂଇ ବେପାରି ଓ ଧନି ଲୋକ ଆରାମରେ ଅଲଗା ରୁମରେ ରହୁଥିବାର ଅଭିଯୋଗ ହେଉଛି । ଏମତି ସଙ୍ଗିନ ଅଭିଯୋଗ ଆଣିଛନ୍ତି ଦୁଇଜଣ ପାରଲ ଛୁଟିରେ ଘରକୁ ଯାଇଥିବା କଏଦୀ । ଜଣେ ପାରଲରେ ଘରକୁ ଯାଇଥିବା କଏଦୀ ଙ୍କୁ ଜେଲ ଓାର୍ଡାର ଓ ଜେଲର ନିଜେ ଗାଡିରେ ବସାଇ ତାଙ୍କ ଘରୁ ନେବା ଆଣିବା କରୁଥିବାର ଭିଡିଓ ଭାଇରାଲ ହୋଇଛି, ସେହି କଏଦୀ ଜଣଙ୍କ ଏକ ହତ୍ୟାଅଭି ଯୋଗରେ ଜେଲ ଯାଇଥିଲେ । ଜେଲରେ ଏବେ କେହି ଫରାମାଷ୍ଟିଟ ନଥିବାରୁ ଆପତ କାଳିନ ପାଇଁ ସେହି କଏଦୀ ଜେଲର ଅନ୍ତେବାସୀଙ୍କୁ ଚିକିତ୍ସା କରୁଥିବାର ସେ କହିଛନ୍ତି । ସେ ଜେଲରୁ ସମସ୍ତ ଗୁମର କଥା ଖୋଲି ଦେଇଛନ୍ତି ।ଦୀର୍ଘ୧୫ବର୍ଷ ଧରି ଜେଲରେ ଥିବା ବିଚାର ଧିନ ଥିବା କଏଦୀ ଜଣେ ଅତି ମନଦୁଃଖରେ ତାଙ୍କର ସ୍ତ୍ରୀଙ୍କୁ ଫୋନ ଫୋନ ଯୋଗେ ନିଜର ଦୁଃଖ କଥି ଜଣାଇବାର ମୋବାଇଲ ଭିଡିଓ ଭାଇରାଲ ହୋଇଛି । ସେ ଜଣାଇଛନ୍ତି ସରକାରଙ୍କ ନିୟମ ଅନୁସାରେ ବର୍ଷକୁ ତରେ ପାରୋଲ ଛୁଟିରେ ଘରକୁ ଯିବାପାଇଁ ନିର୍ଦ୍ଦେଶ ଥିବା ବେଲେ ତାଙ୍କୁ ଦୁଇହଜାର ଟଙ୍କା ମଗା ଯାଉଛି, ସେ କୁଉଁ ଟାରୁ ଆଣିବେ, ତୁମେ ଗାଁରୁ ଯୋଗାଡ କରି ଆଣବୋଲି ଆକୁଳ ନିବେଦ କରିଛନ୍ତି । ମୁ କେଉଁ ଠାରୁ ଆଣିବି ପର ଘରେ ବାସନ ମାଜି ଯାହା ପଇସା ଆଣୁଛି ପିଲାଙ୍କ ପେଟକୁ ଦାନା ଦେଉଛି, ଅଧା ବେଳ ଉପବାସରେ ଆମକୁ ରହିବାକୁ ପଡୁଛି, ସେ ଜେଲବାବୁ ଯଦି ତୁମକୁ ନ ଛାଡୁଛି ତାର ହାତ ଗୋଡ ଧରିବା ତାର ଘରେ ବାସନ ମାଜି ପଇସା ସୁଜିବି ବୋଲି ତାଙ୍କ ପତ୍ନି କାନ୍ଦି କାନ୍ଦି କହିଛନ୍ତି ।ଛୁଟିରେ ଯିବାକୁ ଚାହୁଁଥିବା ବିଚାରଧିନ କଏଦୀ ମାନଙ୍କୁ ପାରଲ ରେ ଆସୁଥିବା କଏଦୀ ମାନଙ୍କଠାରୁ ଜବରଦସ୍ତ ଟଙ୍କା ଆଦାୟ କରାଯାଉଛି । ଜେଲ ଭିତରେ ହୋଟେଲ ଖୋଲିବା ମୋବାଇଲ ଫୋନ ବ୍ୟବହାର କରିବା ଆଦି ସୁପରିଟେଣ୍ଡେଟଂଙ୍କ ମନଇଛା କରାବାର ସରକାରି ନିୟମ ଉଲଘଂନ କରିବା ଅଭିଯୋଗ ନେଇ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନସ ମାଡକମାମୀ ରାଜ୍ୟ ଜେଲ ଡିଜି ବରିଷ୍ଟ ଆଇଏଏସ ଅଫିସର ସନ୍ତୋଷ କୁମାର ଉଧ୍ୟାୟ,ଓ ଗୃହସଚିବ ବରିଷ୍ଟ ଆଇଏଏସ ଅଫିସର ସଂଜିବ ଚୋପ୍ରା ଙ୍କ ନିକଟକୁ ଗତ ୨୪ତାରିଖରେ ଦରଖାସ୍ତ ପଠାଇଛନ୍ତି । ମାଓପ୍ରବଣ ସାଙ୍ଗକୁ ଗଜେଂଇ ଚୋରା କାରବାର ର ଭୁସ୍ୱର୍ଗ ପାଲଟିଛି ମାଲକାନଗରି ଜିଲ୍ଲା । କେତେବେଳେ କେମିତି ପୁଲିସ ହାତରେ ଧରି ପଡି ମାଓବାଦୀ ମାନେ ଏହି ଜେଲରେ ରହୁଥିବା ବେଳେ,ଠିକ ସେହିପରି ଗଜେଂଇ ବେପାରି ମାନେ ମଧ୍ୟ ବିଚାର ଧିନ କଏଦୀ ଭାବେ ଜେଲରେ ରହିଥାନ୍ତି । ଏଅହି ଜେଲରେ ପ୍ରାୟ70ଭାଗ ଗଜେଂଇ ବାପେରି ଥିବା ବେଲେ 20ଭାଗ ମାଓ କଏଦୀ ଏନ୍ୟନାନେ ୧୦ ଭାଗ ଧନି ଶ୍ରେଣୀିର  ରହିଛନ୍ତି । ପ୍ରତି ଦିନ ଏହି ଜେଲରେ ୨୦୦ରୁ ୩୦୦ ବିଚାରଧିନ କଏଦୀ ରହିଥାନ୍ତି ।ମୋନଙ୍କ ନିକଟରେ ଟଙ୍କା ପଇସାର ଅଭାବ ନଥିବାରୁ ଜେଲ ଭିତରେ ରାଜକୀୟ ଢଙ୍ଗରେ ସମସ୍ତ ପ୍ରକାର ବ୍ୟବସ୍ଥା ଜେଲକୁର୍ତୁପକ୍ଷ ଯୋଗାଇ ଦେଉଥିବାର ଅନ୍ୟ କଏଦୀ ମାନେ ଅଭି ଯୋଗ କରିଛନ୍ତି । ଏହାର ବିଚାର ହେବା ନିହାତି ଜରୁରୀ ହୋଇପଡିଛି, ନଚେତ ଆଗାମି ଦିନରେ ଅନ୍ୟ ଗରିବ କଏଦୀ ମାନେ ଆନ୍ଦଳନ କରିବାର ଆସଙ୍କାକୁ ଏଡାଇଦିଆ ଯାଇ ନପାରେ । ଏ ସଂପର୍କରେ ଆମେ ଜେଲସୁପରିଟେଣ୍ଡେଟଂ ଙ୍କୁ ଫୋନ ଯୋଗେ ଯୋଗା କରିଥିଲୁ ତାଙ୍କର ଫୋନ ସୁଇଚଅପ ଥିବାରୁ କିଛି ପ୍ରତିକ୍ରୀୟା ମିଲି ପାରିନାହିଁ ।

 

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.