Home Top News କେନ୍ଦାପଡ଼ା: ସରକାରୀ ପରିଚାଳିତ କମ୍ୟୁନିଟି ହେଲ୍ଥ ସେଣ୍ଟରରେ ମହିଳାଙ୍କ ରୋଗୀଙ୍କ ସହ ନକଲି ଡାକ୍ତରଙ୍କ ଅସଦାଚରଣ...

କେନ୍ଦାପଡ଼ା: ସରକାରୀ ପରିଚାଳିତ କମ୍ୟୁନିଟି ହେଲ୍ଥ ସେଣ୍ଟରରେ ମହିଳାଙ୍କ ରୋଗୀଙ୍କ ସହ ନକଲି ଡାକ୍ତରଙ୍କ ଅସଦାଚରଣ ଅଭିଯୋଗ –ଗିରଫ

87

କେନ୍ଦାପଡ଼ା ୩୧-୫ (ଓଡ଼ିଆ ପୁଅ) ଓଡିଶାର କେନ୍ଦ୍ରାପଡା ଜିଲ୍ଲାର ଆଳିଥାନା ଅନ୍ତର୍ଗତ ସରକାରୀ ପରିଚାଳିତ ଗୋବିନ୍ଦପୁର କମ୍ୟୁନିଟି ହେଲ୍ଥ ସେଣ୍ଟରରେ ୩୫ ବର୍ଷ ବୟସ୍କ ଜଣେ ବ୍ୟକ୍ତି ନିଜକୁ ଡାକ୍ତର ବୋଲି ପରିଚୟ ଦେଇ ମହିଳା ରୋଗୀଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ପରେ କେନ୍ଦାପଡ଼ା ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ମତେ ବଡ଼ ଆମ୍ବିଳା ଗାଁର ଦୀପକ ମହାନ୍ତି (୩୪), ଏକ ଡାକ୍ରରୀ ପୋଷାକ ପିନ୍ଧି, ଜଣେ ମହିଳା ଡ୍ଡିସ୍‌ଏଣ୍ଡ୍ରୀ ରୋଗୀ (୩୭)ଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ସୂଚନାମତେ ଦୀପକ ନିଜକୁ ଡାକ୍ତର ବୋଲି କହି ମହିଳାଙ୍କର ସ୍ୱାମୀଙ୍କୁ ବାହାରକୁ ଯିବାକୁ କହିଥିଲା। ଡାକ୍ତର ବୋଲି ଭାବି ମହିଳାଙ୍କର ସ୍ୱାମୀ ବାହାରକୁ ଯିବା ପରେ ନକଲି ଡାକ୍ତର ଦୀପକ ମହିଳାଙ୍କ ସହିଚ ଅସଦାଚରଣ କରିଥିଲା ବୋଲି ଆଳି ଥାନା ଆଇଆଇସି ପ୍ରକାଶ କରିଛନ୍ତି। ତାକୁ ଗିରଫ କରାଯାଇ କୋର୍ଟ ଫରୱାର୍ଡ କରାଯାଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.