Home Top News ମା’ଙ୍କର ଗୋଟିଏ ଛୋଟିଆ ଭୁଲ, ଚାଲିଗଲା ପୁଅର ୩,୦୦୦ କୋଟି !

ମା’ଙ୍କର ଗୋଟିଏ ଛୋଟିଆ ଭୁଲ, ଚାଲିଗଲା ପୁଅର ୩,୦୦୦ କୋଟି !

102

ନୂଆ ଦିଲ୍ଲୀ ୨୧-୧୨ (ଓଡ଼ିଆ ପୁଅ) ଜଣେ ଯୁବକର ମା’ ଅଜାଣତରେ ପୁଅର ପୁରୁଣା ଲାପଟପ କବାଡ଼ିରେ ବିକ୍ରି କରିଦେଲେ। ଏହା ପୁଅକୁ ବହୁତ ମହଁଗା ପଡ଼ିଲା। କାରଣ ୩୦୦୦ କୋଟି ଟଙ୍କାର କ୍ଷତି ହୋଇଗଲା। ଯୁବକ ଜଣକ ଏ ବିଷୟରେ ଜାଣିବା ମାତ୍ରେ ସେ ଡିପ୍ରେସନରେ ଚାଲିଗଲା। ଏହି ବ୍ୟକ୍ତି ସୋସିଆଲ ମିଡିଆ ସାଇଟ୍ ‘ରେଡ୍ଡିଟ୍’ରେ ନିଜର ପରିଚୟ ଲୁଚାଇ ଏହି ରହସ୍ୟ ଉନ୍ମୋଚନ କରିଛନ୍ତି।

ଏହି ୨୫ ବର୍ଷ ବୟସ୍କ ବ୍ୟକ୍ତି କହିଛନ୍ତି ଯେ ତାଙ୍କ ମା’ଙ୍କର ଏହି ଭୁଲ ହେତୁ ତାଙ୍କର ସମ୍ପୂର୍ଣ୍ଣ ଜୀବନ ନଷ୍ଟ ହୋଇଯାଇଛି।

‘ଦି ସନ୍’ର ରିପୋର୍ଟ ଅନୁଯାୟୀ, ଏହି ବ୍ୟକ୍ତି ୨୦୧୦ ମସିହାରେ ୬ ହଜାର ଟଙ୍କା ଦେଇ ୧୦ ହଜାର ବିଟକଏନ୍ କିଣିଥିଲେ। ସେହି ସମୟରେ ସେ କଲେଜରେ ପଢ଼ୁଥିଲେ। ଏହା ପରେ ସେ ଗୋଟିଏ ସ୍ଥାନରେ କାମ କରିବା ଆରମ୍ଭ କଲେ ଏବଂ ଭୁଲିଗଲେ ଯେ ସେ କେବେ ବିଟକଏନ୍ କିଣିଛନ୍ତି।

ଯେତେବେଳେ ସେ ଗତ କିଛି ବର୍ଷ ମଧ୍ୟରେ କ୍ରିପ୍ଟୋକରେନ୍ସି ବଜାର ବିଷୟରେ ଶୁଣିଲେ, ସେତେବେଳେ ସେ କିଣିଥିବା ବିଟକଏନ୍ କଥା ମନେ ପଡିଗଲା। ଯେତେବେଳେ ସେ ଲାପଟପ୍ ଖୋଜିବାକୁ ଘରକୁ ଗଲେ, ସେତେବେଳେ ସେ ପାଇଲେ ନାହିଁ। ଯେତେବେଳେ ସେ ତାଙ୍କ ମା’ଙ୍କୁ ସେହି ଲାପଟପ୍ ବିଷୟରେ ପଚାରିଲେ, ଉତ୍ତର ଶୁଣିବା ପରେ ତାଙ୍କ ହୋସ ଉଡ଼ିଗଲା। ତାଙ୍କ ମା’ କହିଲେ ଯେ, ସେ ଲାପଟପକୁ କବାଡ଼ିରେ ବିକ୍ରୀ କରି ଦେଇଛନ୍ତି।

କାରଣ ଆଜିର ଦିନରେ ସେହି ୧୦ ହଜାର ବିଟକଏନ୍ ମୂଲ୍ୟ ୩୦୦୦ କୋଟି ଅଟେ। ବ୍ୟକ୍ତି ଜଣକ କହିଛନ୍ତି ଯେ ଏହି ଘଟଣା ପରେ ସେ ଦୀର୍ଘ ସମୟ ଧରି ଡିପ୍ରେସନରେ ଯାଇଥିଲେ। ବର୍ତ୍ତମାନ ଯଦିଓ ସେ ଉଦାସୀନତାରୁ ବାହାରି ଆସିଛନ୍ତି, କିନ୍ତୁ ଆଜି ବି ସେ ଅନୁତାପ କରିଛନ୍ତି ଯେ ତାଙ୍କ ହାତରୁ ଏତେ ପରିମାଣର ଅର୍ଥ ଚାଲିଗଲା।

ସୂଚନାଯୋଗ୍ୟଯେ, ବିଟକଏନ୍ ହେଉଛି ଏକ ଭର୍ଚୁଆଲ୍ ମୁଦ୍ରା। ୨୦୦୯ ରେ ବିଟକଏନ୍ ପ୍ରଚଳନ ଆରମ୍ଭ ହୋଇଥିଲା। ବିଟକଏନ୍ ହେଉଛି ଏକ ପ୍ରକାର କ୍ରିପ୍ଟୋକରେନ୍ସି ଏବଂ ଆଜିର ସମୟରେ ଗୋଟିଏ ବିଟ୍ କଏନ୍ ର ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.