Home ଜିଲ୍ଲା ପରିକ୍ରମା ମାଲକାନଗିରିରେ ୫ଜଣ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରୋଶମୂଳକ ଗିରଫ ପ୍ରତିବାଦରେ କୋରାପୁଟ ଜିଲ୍ଲା କାର୍ଯ୍ୟରତ ୟୁନାଟେଡ ସାମ୍ବାଦିକ...

ମାଲକାନଗିରିରେ ୫ଜଣ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରୋଶମୂଳକ ଗିରଫ ପ୍ରତିବାଦରେ କୋରାପୁଟ ଜିଲ୍ଲା କାର୍ଯ୍ୟରତ ୟୁନାଟେଡ ସାମ୍ବାଦିକ ଫୋରମ ତରଫରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

43

କୋରାପୁଟ ୨୧-୧୨(ଓଡିଆ ପୁଅ/ ରଂଜନ ଦାସ) ସାମ୍ବାଦିକ ହେଉଛନ୍ତି ସମ୍ବିଧାନର ଚତୃର୍ଥ ସ୍ତମ୍ଭ।ସେଇ ଚତୃର୍ଥ ସ୍ତମ୍ଭ ସମାଜରେ ଘଟୁଥିବା ସତ୍ୟକୁ ଲୋକଲୋଚନ କୁ ଆଣିବା ପାଇଁ ପ୍ରଚେଷ୍ଟା କରିବା ସମୟରେ ଆକ୍ରୋଶ ମୂଳକ ଭାବେ ୫ଜଣ କାର୍ଯ୍ୟରତ ସାମ୍ବାଦିକ ଙ୍କୁ ଗିରଫ କରାଯାଇଛି।ସୂଚନା ଅନୁଯାୟୀ ମାଲକାନଗିରି ର ୫ କାର୍ଯ୍ୟରତ ସାମ୍ବାଦିକ ମେଡିକାଲ ରେ ହେଉଥିବା ଅନିୟମିତତା କୁ ଲୋକ ଲୋଚନ କୁ ଆଣିବା ପାଇଁ ପ୍ରଚେଷ୍ଟା କରୁଥିବା ବିଷୟକୁ ସହ୍ୟ କରି ନ ପାରି ଡାକ୍ତର ସାମ୍ବାଦିକ ନାମରେ ମିଥ୍ୟା ଅଭିଯୋଗ ଆଣି ପୋଲିସ ସହ ହାତ ମିଳାଇ ରାତି ଅଧରେ ହାର୍ଡଖୋର ଅଭିଯୁକ୍ତ ଭଳି ଘରୁ ଉଠାଇ ଆଣି ଜେଲ ହାଜତ କୁ ପଠାଇ ଦେଇଛି।ପୋଲିସର ଏହିଭଳି କାର୍ଯ୍ୟକୁ କୋରାପୁଟ ଜିଲ୍ଲା କାର୍ଯ୍ୟରତ ୟୁନାଟେଡ ସାମ୍ବାଦିକ ଫୋରମ ଘୋର ନିନ୍ଦା କରିବା ସହିତ ତୁରନ୍ତ କାର୍ଯ୍ୟରେ ଅବହେଳା କରିଥିବା ଡାକ୍ତରଙ୍କ ସହିତ ପୋଲିସ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିବା ସହିତ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ପୂର୍ବତନ ସାଂସଦ ଜୟରାମ ପାଙ୍ଗି, ପୂର୍ବତନ ବିଧାୟକ ନିମାଇଁ ସରକାର, ବିଜେପି ନେତା ତ୍ରିପୁରାରୀ ଗରଡା, ପୂର୍ବତନ ପୌରାଧକ୍ଷ ଭଗବାନ ବାହିନୀପତି ପ୍ରମୁଖ ସାମ୍ୱାଦିକ ମାନଙ୍କ ଦାବିକୁ ସମର୍ଥନ ଜଣାଇ ଧାରଣାରେ ବସିଥିଲେ। କାର୍ଯ୍ୟକ୍ରମରେ କୋରାପୁଟ ପ୍ରେସ କ୍ଲବର ସଭାପତି ଭବାନୀ ଶଙ୍କର ମିଶ୍ର ଙ୍କ ସମେତ ବରିଷ୍ଠ ସାମ୍ବାଦିକ ସିଏଚ ସନ୍ତାକାର,ସୂର୍ଯ୍ୟ ନାରାୟଣ ପଣ୍ଡା,କୀର୍ତ୍ତି ଚନ୍ଦ୍ର ସାହୁ,ଭୂଷିତ ଭିଡ଼ିକା,ଗୋପାଳ ପାଢ଼ୀ,ସୁବୋଧ ଚେଟୀ, ଶ୍ରୀକାନ୍ତ ସାହୁ, ଅମିତାଭ ବେହେରା, ପ୍ରଶାନ୍ତ ସାମନ୍ତରାୟ , ରଞ୍ଜନ ଦାସ, ଘନ ରଥ, ସତ୍ୟଜିତ ମହାନ୍ତି, ମଦନ ମୋହନ ସାହୁ, ସୁଶାନ୍ତ ମିଶ୍ର, ଅମିତ ହୋତା,ରାଜା ରେଡି, ତ୍ରିଲୋଚନ ମହାରଣା ଙ୍କ ସମେତ ଅନେକ ସାମ୍ବାଦିକ ଉପସ୍ଥିତ ଥିଲେ।କୋରାପୁଟ ପ୍ରେସକ୍ଲବ ପରିସରରେ ଏକ ସଭା ଅନୁଷ୍ଠିତ ହୋଇ ଗିରଫକୁ ନିନ୍ଦା କରଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.