Home ଓଡ଼ିଶା ବିଶ୍ୱ ମାନସିକ ଦିବସ ଅବସରରେ ଜନସଚେତନତା ରଥ ଉଦଘାଟିତ

ବିଶ୍ୱ ମାନସିକ ଦିବସ ଅବସରରେ ଜନସଚେତନତା ରଥ ଉଦଘାଟିତ

18

ମାଲକାନଗିରି,୧୦ା୧୦ (ଓଡିଆ ପୁଅ ) ଆଜି ମାଲକାନଗିରି ଜିଲ୍ଲା ମୁଖ୍ୟ ହସପିଟାଲ ପରିସରରେ ବିଶ୍ୱମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇ ଯାଇଛି । ଜିଲ୍ଲାକୁ ମାନସିକ ବିକାର ଗସ୍ତ ମୁକ୍ତ ଅଚଂଳ ଗଠନ ନେଇ ଏକ ଜନ ସଚେତନତା ରଥ ଓ ସୋଭାଯାତ୍ରା କୁ ଜିଲ୍ଲା ମୁଖ୍ୟସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଫୁଲ କୁମାର ନନ୍ଦ ସବୁଜ ପତକା ଦେଖାଇ ଉଦଘାଟନ କରିଥିଲେ । ଏହି ରଥ ଜିଲ୍ଲାର ସାତଟି ଯାକ ବ୍ଲକ ଓ ସ୍ୱାସ୍ଥ କେନ୍ଦ୍ର ପରିକ୍ରମା କରି ମାନସିକ ସ୍ୱାସ୍ଥ୍ୟ ସେବା ସଂପର୍କରେ ଜନସଚେତନତା ସୃଷ୍ଟିକରାଇବ । ଏହି ଅବସରେ ମାନସିକ ରୋଗରଲକ୍ଷଣ,ନିରାକରଣ ,ତାର ଚିକିତ୍ସା,ପ୍ରତିକାର ଓ ଭୟାବହତା ସଂପର୍କରେ ଆଲୋଚନା କରାଯାଇଥିଲା । ଏହି ଉଦଘାଟନି ଉତ୍ସବ ଅବସରେ ଅନ୍ୟାନ ମାନଙ୍କ ମଧ୍ୟରେ ମେଡିକାଲ ଏଡିଏମଓ ଡା.ଶିବପ୍ରସାଦ ମହାରଣା,ଡା.ଏମ.ଏମ.ଅବିଦ ହୁସେନ ,ଭାରପ୍ରାପ୍ତ ଡିପିଏମଓ ବନବିହାରି ମିଶ୍ର,ଜିଲ୍ଲା ମଶାବାହକ ରୋଗ ପରାମର୍ଶ ଦାତା ଅଜିତ କୁମାର ଦଳେଇ,ଡିଏମ ଅଙ୍କିତ ଜୈନ,ଏଡିପିଏଚସିଓ ଚିତରଂଜନ ସେଠୀ,ହସପିଟାଲ ପରିଚାଳକ,ସହକାରି ପରିଚାଳକ, ଗୋଷ୍ଠି ସେବିକା,ଏମଏମ ଟିସି ର ସମସ୍ତ ଛାତ୍ରୀ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାକୁ କିପରି ମାନସିକ ବିକାରଗସ୍ତ ମୁକ୍ତ କରାଯିବା ସେ ନେଇ ଆଲୋଚନା କରିଥିଲେ । ଏହି ମାନସିକ ସ୍ୱାସ୍ଥ୍ୟ ସେବା ଜନସଚେତନତା ରଥ ଜିଲ୍ଲାର ସାତଟି ଯାକ ବ୍ଲକ,ପୌରାଚଂଳ, ଏନଏଏସି ଅଚଂଳ ପରିକ୍ରମା କରି ମାନସିକ ରୋଗର ପ୍ରତିକାର,ନିରାକରଣ ,ଏହାର ଭୟାବହତା ସଂପର୍କରେ ଜନ ସଚେତନତାର ବାର୍ତା ଦେବା ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.