Home ଓଡ଼ିଶା ପୁରୀରେ ଖୋ ଖୋ ଦଳର ପ୍ରଶିକ୍ଷଣ କ୍ୟାମ୍ପ

ପୁରୀରେ ଖୋ ଖୋ ଦଳର ପ୍ରଶିକ୍ଷଣ କ୍ୟାମ୍ପ

26

ପୁରୀ ୯/୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆସନ୍ତା ଜାନୁଆରୀ ୩୧ ରୁ ଫେବୃଆରୀ ୧୧ ତାରିଖ ପର୍ଯ୍ୟନ୍ତ ମଧ୍ୟପ୍ରଦେଶଠାରେ ଖେଲୋ ଇଣ୍ଡିଆ ଅନୁଷ୍ଠିତ ହେବ। ଏ ନେଇ ରାଜ୍ୟ ସରକାର ଓ ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ ପୁରୀରେ ପ୍ରଥମଥର ପାଇଁ ରାଜ୍ୟ ଖୋଖୋ ଦଳର କ୍ୟାମ୍ପ ଆୟୋଜନ କରାଯାଇଛି। ଏହି କ୍ୟାମ୍ପ ପୁରୀ ଜିଲ୍ଲା ସ୍କୁଲ ପଡିଆ ଠାରେ ଆଜି ଠାରୁ ଅନୁଷ୍ଠିତ ହୋଇଛି। ଏଥିରେ ମନୋନୀତ ୨୦ ଜଣ ପୁରୁଷ ଓ ୨୦ ଜଣ ମହିଳା ଖେଳାଳୀ ପ୍ରଶିକ୍ଷଣ ନେଉଛନ୍ତି। ଏମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୧୫ ଜଣ ଖେଳାଳି ଖେଲୋ ଇଣ୍ଡିଆରେ ଭାଗ ନେବେ। ଏହି କ୍ୟାମ୍ପକୁ ସୁନ୍ଦର ଓ ଶୃଙ୍ଖଳିତ ଭାବେ ଆୟୋଜନ କରିବାକୁ ଜିଲ୍ଲାପାଳ ସମର୍ଥ ବର୍ମା ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା କ୍ରୀଡାଧିକାରୀ ଚନ୍ଦନ କୁମାର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି କ୍ୟାମ୍ପ ଚାଲିବ। ଭାରତ ଦଳର ସର୍ବଭାରତୀୟ କୋଚ ସଞ୍ଜୀବ ଶର୍ମା ଓଡିଶା ଦଳରେ ଯୋଗ ଦେଇଛନ୍ତି। ଗତ ବର୍ଷ ଓଡିଶା ଖୋଖୋ ଦଳର ଉଭୟ ପୁରୁଷ ଓ ମହିଳା ଦଳ ବୋଞ୍ଜ ପାଇଥିଲେ। ଚଳିତ ବର୍ଷ ଖେଲୋ ଇଣ୍ଡିଆରେ ସ୍ୱର୍ଣ୍ଣ ପଦକ ହାସଲ କରିବା ପାଇଁ ଚେଷ୍ଟା କରିବୁ ବୋଲି ଓଡିଶା ଖୋଖୋ ସଂଘର ରାଜ୍ୟ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ମିଶ୍ର, ରାଜ୍ୟ ଖୋ ଖୋ ସଂଘର କୋଷାଧ୍ୟକ୍ଷ ଚୌଧୁରୀ ପାର୍ଥ ସାରଥୀ ମହାପାତ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.