Home ଓଡ଼ିଶା ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକଳ୍ପ...

ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଜୋରସୋରରେ

69

ପୁରୀ ୧୦-୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ଏହି କ୍ରମରେ ପୁରୀ ସୁବାଷ ବୋଷ ଛକଠାରୁ ପେଣ୍ଠକଟା ଦେଇ ବୁଦାନ୍ ଛକ ପର୍ଯ୍ୟନ୍ତ ରାସ୍ତା ସଂପ୍ରସାରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ରାସ୍ତା ପ୍ରଶସ୍ତିକରଣ ପାଇଁ ପ୍ରଶାସନ ପକ୍ଷରୁ ଖୁବଶୀଘ୍ର ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ପୌର ପ୍ରଶାସନ ପକ୍ଷରୁ ସରକାରୀ ଜାଗା ମାଡ଼ି ବସିଥିବା ବ୍ୟକ୍ତି ବିଶେଷଙ୍କୁ ନୋଟିସ କରାଯାଇଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଥିବା କିଛି ବ୍ୟବସାୟୀ ନିଜ ଦୋକାନକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ତେବେ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟକୁ ଅନେକ ଲୋକ ସ୍ବାଗତ କରିଥିବା ବେଳେ ବିସ୍ଥାପିତ କ୍ଷୁଦ୍ର ବ୍ୟବସାୟୀଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ଦାବି ହୋଇଛି।

ପୁରୀ ସୁବାଷ ବୋଷ ଛକଠାରୁ ପେଣ୍ଠକଟା ଦେଇ ଭୁଦାନ ଛକ ଯାଏଁ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ। ସୁବାଷ ବୋଷ ଛକରୁ ପେଣ୍ଠକଟା ପର୍ଯ୍ୟନ୍ତ ଦୁଇ ଲେନ୍ ଓ ଆଇଟିଡିଏ ଛକରୁ ଠାରୁ ଭୁଦାନ୍ ଛକ ଯାଏଁ ଚାରି ଲେନ୍ ବିଶିଷ୍ଟ ରାସ୍ତା କରାଯିବ। ଏଥିପାଇଁ ଖୁବଶୀଘ୍ର ଉଛେଦ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ପୌର ପ୍ରଶାସନ ପକ୍ଷରୁ ଗତ ୨୯ ତାରିଖରେ ନୋଟିସ ମଧ୍ୟ ଜାରି କରାଯାଇଛି। ସୁବାଷ ବୋଷ ଛକରୁ ପେଣ୍ଠକଟା ରାସ୍ତାର ପଶ୍ଚିମ ପୂର୍ବ ଦିଗରେ ୧୫ ଫୁଟ ଓ ଉତ୍ତର ଦକ୍ଷିଣ ଦିଗରେ ୧୨ ଫୁଟ ଜବରଦଖଲ ଥିବା ସରକାରୀ ସ୍ଥାନକୁ ଉଛେଦ କରାଯିବ ବୋଲି ନୋଟିସ ମାଧ୍ୟମରେ ଜଣାଇ ଦିଆଯାଇଛି। ପ୍ରଶାସନ ଠାରୁ ଏହି ନୋଟିସ ପାଇବା ପରେ ରାସ୍ତା କଡ଼ରେ ଥିବା କିଛି କ୍ଷୁଦ୍ର ବ୍ୟବସାୟୀ ନିଜ ଦୋକାନକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରିଛନ୍ତି।‌ତେବେ ଅନେକ ବ୍ୟକ୍ତି ବିଶେଷ ଆବାସିକ ଭାବେ ଏଠାରେ ରହୁଥିବା ବେଳେ ଏହି ଉଛେଦକୁ ନେଇ ସେମାନଙ୍କ ମଧ୍ୟରେ ଛନକା ପଶିଛି। ଏହି ପ୍ରକଳ୍ପ ଅନେକ ବ୍ୟକ୍ତି ସ୍ବାଗତ କରିଥିବା ବେଳେ ବିସ୍ଥାପିତ ହେଉଥିବା ବ୍ୟବସାୟ ପ୍ରତିଷ୍ଠାନ ସହିତ ଘରୋଇ ଆବାସିକ ପ୍ଲଟ ଧାରୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା ପାଇଁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.