Home ଓଡ଼ିଶା ନିର୍ଭୟା କାଣ୍ଡ : ଫାଶୀ ପାଇଁ ରଶୀ ପ୍ରସ୍ତୁତ – କେବେବି ଦିଆଯାଇପାରେ ଫାଶୀ –...

ନିର୍ଭୟା କାଣ୍ଡ : ଫାଶୀ ପାଇଁ ରଶୀ ପ୍ରସ୍ତୁତ – କେବେବି ଦିଆଯାଇପାରେ ଫାଶୀ – ଫାଶୀ ଦଣ୍ଡ ପୂର୍ବରୁ ନିୟମ କ’ଣ ଥାଏ ଜାଣନ୍ତୁ

1373

ନୂଆ ଦିଲ୍ଲୀ ୧୧-୧୨ (ଓଡ଼ିଆ ପୁଅ) କୁଖ୍ୟାତ ଅପରାଧିଙ୍କୁ ପ୍ରାତଃକାଳରେ ହିଁ ଦିଆଯାଇଥାଏ ଫାଶୀ। ପ୍ରଥମେ କଳା କପଡ଼ା ପିନ୍ଧାଇ ଦିଆଯାଏ। ଏସଡିଏମ ଜଲ୍ଲାଦକୁ ଫାଶୀ ଦେବାକୁ ଆଦେଶ ଦେଇଥାନ୍ତି। ଏହା ପୂର୍ବରୁ ଚା’-ଜଳଖିଆ ଦେଇଥାଏ ପ୍ରଶାସନ।

ନିର୍ଭୟାର ଦୋଷିମାନଙ୍କୁ କେତେବେଳେ ମଧ୍ୟ ଫାଶୀଖୁଣ୍ଟରେ ଝୁଲାଇ ଦିଆଯାଇପାରେ। ଫାଶୀ ଦଣ୍ଡ ପୂର୍ବରୁ କ’ଣ କ’ଣ ନିୟମ ଥାଏ ଜାଣନ୍ତୁ

ଦୋଷୀକୁ ମିଳିଥାଏ ଅନେକ ଅଧିକାର

ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନଯେ, ଏତେ ବଡ଼ ଜଘନ୍ୟ ଅପରାଧ ସତ୍ତ୍ୱେ ଫାଶୀ ଦଣ୍ଡରେ ଦଣ୍ଡିତ କରିବା ପାଇଁ ଏତେ ଲମ୍ବା (୭ ବର୍ଷ) ସମୟ କ’ଣ ପାଇଁ ଲାଗିଗଲା? ଏହାର କାରଣ ହେଲା ଦୋଷୀକୁ ଗୋଟିଏ-ଗୋଟିଏ ଅଧିକାର ବ୍ୟବହାର କରିବାପାଇଁ ସମୟ ମିଳିଥାଏ। ଦୋଷୀ ଏବଂ ତା’ ଓକିଲ ଅନେକ ଚାଲ ଖେଳିଥାନ୍ତି ଏଥିରୁ ବଞ୍ଚିବା ପାଇଁ। ଏହି କେସ ମଧ୍ୟ ସେଇଆ ହୋଇଛି। ହାଇକୋର୍ଟରେ ଫାଶୀ ଦଣ୍ଡର ନିଷ୍ପତି ଅଟଳ ରହିବା ପରେ ସୁପ୍ରୀମ କୋର୍ଟରେ ପୁନଃ ସମୀକ୍ଷା ଯାଚିକା ଦାୟର କରିବା ପରେ ଏହି ନିଷ୍ପତିକୁ ଚ୍ୟାଲେଞ୍ଜ କରିବା, ଏପରିକି ଦୋଷୀ ଏକା ସହିତ ଯାଚିକା ଦାୟର କରିନଥାନ୍ତି। ଏପରିକି ଗୋଟିଏ – ଗୋଟିଏ କରି ଯାଚିକା ଦାୟର କରନ୍ତି ଯେଉଁଥିରେ ବହୁତ ସମୟ ଲାଗିଥାଏ।

ବ୍ଲାକ ୱାରେଣ୍ଟ ଅପେକ୍ଷାରେ ଜେଲ ପ୍ରଶାସନ

ସମସ୍ତ ବିକଳ୍ପ ସମାପ୍ତ ହେବା ପରେ ତିହାଡ଼ ପ୍ରସାଶନ ଦୋଷୀମାନଙ୍କୁ ପାଶୀ ଦଣ୍ଡରେ ଦଣ୍ଡିତ କରିବା ପୂର୍ବରୁ ରାଷ୍ଟ୍ରପତିଙ୍କୁ ପାଖରେ କ୍ଷମା ଯାଚିକା ଲେଖିବା ପାଇଁ ସମୟ ଦେଇଥାନ୍ତି। ନିର୍ଭୟା କେସରେ ମଧ୍ୟ ତିହାଡ଼ ସମସ୍ତ ଦୋଷୀ ବିନୟ, ଅକ୍ଷୟ, ମୁକେଶ, ପବନ ସମସ୍ତକୁ କ୍ଷମା ଯାଚିକା ଲଗାଇବା ପାଇଁ ୭ ଦିନର ସମୟ ଦେଇଥିଲେ। ଅବଶ୍ୟ କେବଳ ବିନୟ ଶର୍ମା ଏହି ଯାଚିକା ଲଗାଇଥିଲା। ଯାହାକି ଦିଲ୍ଲୀ ସରକାର ଖାରଜ କରିବାକୁ ସୁପାରିଶ କରିଥିଲେ। ଏଲଜି ଅନିଲ ବୈଜଲ, ଗୃହ ମନ୍ତ୍ରଣାଳୟକୁ ପଠାଇଦେବା ପରେ ଏବେ ଗୃହ ମନ୍ତ୍ରଣାଳୟ ଏହାକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଦେଇଛନ୍ତି। ରାଷ୍ଟ୍ରପତିଙ୍କର ନିଷ୍ପତିକୁ ତିହାଡ଼ ପ୍ରଶାସନ ଅପେକ୍ଷା କରିଛି।

ଯଦି ରାଷ୍ଟ୍ରପତି ଏହି ଯାଚିକାକୁ ଖାରଜ କରନି ତେବେ ତିହାଡ଼ ପ୍ରଶାସନ କୋର୍ଟ ଯିବ ଏବଂ ଦୋଷୀଙ୍କ ବିରୁଦ୍ଧରେ ଡେଥ ୱାରେଣ୍ଟ (ବ୍ଲାକ ୱାରେଣ୍ଟ ମଧ୍ୟ କୁହାଯାଏ) ଜାରୀ କରିବା ପାଇଁ କହିବ। ତା’ ପରେ କୋର୍ଟ ପାଶୀ ଦଣ୍ଡ ପାଇଁ ତାରିଖ ଏବଂ ସମୟ ସ୍ଥିର କରିବ। ବ୍ଲାକ ୱାରେଣ୍ଟ ଜାରୀ କରାଯିବା ଦିନଠାରୁ ପାଶୀ ଦଣ୍ଡ ଦିନ ମଧ୍ୟରେ ୧୫ ଦିନ ସମୟ ହୋଇଥାଏ। ୧୫ ଦିନ ମଧ୍ୟରେ ଅପରାଧିମାନଙ୍କୁ ଜାଞ୍ଚ କରାଯାଏ ପାଶୀ ଦଣ୍ଡ ପାଇଁ ପ୍ରସ୍ତୁତ କରାଯିବ। ଏଥିରେ ପରିବାରର ଲୋକମାନଙ୍କଙ୍କୁ ଶେଷଥର ମିଶିବା ପାଇଁ ଅନୁମତି ଦିଆଯିବ।

କୋର୍ଟ ଚାହିଁଲେ ବିନୟ ଶର୍ମାର କ୍ଷମା ଯାଚିକା ଖାରଜ ହେବା ପରେ ସମସ୍ତ ଦୋଷୀଙ୍କୁ ବ୍ଲାକ ୱାରେଣ୍ଟ ଜାରୀ କରିବା ପାଇଁ କୋର୍ଟର ଦ୍ୱାରସ୍ଥ ହୋଇପାରେ। କାରଣ ସମୟ ଦିଆଯିବା ପରେ ମୁକେଶ, ପବନ, ଅକ୍ଷୟ କ୍ଷମା ଯାଚିକା ଆବେଦନ କରି ନାହାଁନ୍ତି। କିନ୍ତୁ କୋର୍ଟ ସେମାନଙ୍କୁ ମଧ୍ୟ ମୌକା ଦେଇପାରେ।

ବକ୍ସରରୁ ଆସିବ ପାଶୀ ଦଣ୍ଡ ପାଇଁ ରଶୀ

ତିହାଡ଼ ଜେଲରେ ଜଲ୍ଲାଦ ନାହାଁନ୍ତି। ଏହା ପୂର୍ବରୁ ଶେଷ ପାଶୀ ଦଣ୍ଡ ୨୦୧୩ ରେ ଅଫଜଲ ଗୁରୁ କୁ ଦିଆଯାଇଥିଲା। ସେଥିପାଇଁ ଜଲ୍ଲାଦର କୌଣସି ପରମାନେଣ୍ଟ ଆବଶ୍ୟକତା ନାହିଁ ବୋଲି ପୂର୍ବତନ ଡିଜି ଗଣମାଧ୍ୟମକୁ କହିଛନ୍ତି। ଡେଥ ୱାରେଣ୍ଟ ଜାରୀ ହେବା ପରେ ଫାଶୀ ଦଣ୍ଡ ପାଇଁ ରଶି ବକ୍ସରରୁ ମଗାଯିବ। ତିହାଡ଼ ଜେଲ ନମ୍ବର ୩ ରେ ଏକ ପାଶୀ ଦଣ୍ଡ ଘର ଅଛି। ସେଠାରେ ଦୋଷୀମାନଙ୍କୁ ଜଣେ-ଜଣେ କରି ପାଶୀ ଦଣ୍ଡ ଦିଆଯାଇପାରେ। କିମ୍ବା ସମସ୍ତଙ୍କୁ ଏକ ସାଥିରେ ମଧ୍ୟ ଲଟକାଯାଇପାରେ।

ପ୍ରାତଃକାଳରେ ହିଁ ଦିଆଯାଇଥାଏ ଫାଶୀ
ଗରମ ଦିନରେ ସକାଳ ୬ଟା ଏବଂ ଶୀତ ଦିନରେ ସକାଳେ ୭ଟା ସମୟରେ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଥାଏ। ଫାଶୀ ଦଣ୍ଡ ଦେବା ଦିନ ସକାଳେ ଦୋଷୀକୁ ଚା’ ଦିଆଯାଇଥାଏ ଏବଂ ଜଳଖିଆ ଖାଇବାକୁ ଚାହିଁଲେ ଦିଆଯାଇଥାଏ। ଏହା ପରେ ତାକୁ ଗାଧୋଇବା ପାଇଁ କୁହାଯାଇଥାଏ। ତାପରେ ତା’କୁ କଳା କପଡ଼ା ପିନ୍ଧାଯାଇଥାଏ। ଫାଶୀ ଦଣ୍ଡ ରୁମକୁ ନିଆଯିବା ସମୟରେ ଚେହରା ଉପରେ କଳା ମୁଣା ଲଟକାଇ ଦିଆଯାଇଥାଏ। ଗୋଡ଼ରେ ରଶି ବାନ୍ଧି ଦିଆଯାଏ। ହାତରେ ହାତକଢ଼ି ଲଗାଇଦିଆଯାଏ।

୨ ଘଣ୍ଟା ପର୍ଯ୍ୟନ୍ତ ଝୁଲି ରହିଥାଏ ଶରୀର

ଫାଶୀ ରୁମରେ କେବଳ ଏସଡିଏମ, ସୁପରିଟେଣ୍ଡେଣ୍ଟ ଏବଂ ଜଲ୍ଲାଦ ରହିଥାନ୍ତି। ଏସଡିଏମ ଦୋଷୀଙ୍କୁ ତାଙ୍କର ଇଚ୍ଛା ବିଷୟରେ ପଚାରିଥାନ୍ତି। ନିଜର ପ୍ରପର୍ଟୀ ଯଦି କିଛିଥାଏ ତେବେ କାହାକୁ ଦେବାକୁ ଇଚ୍ଛା ତାହା ଦୋଷୀ ପ୍ରକାଶ କରିଥାଏ। ତା’ ପରେ ସୁପରିଟେଣ୍ଡେଣ୍ଟଙ୍କ ଇଙ୍ଗିତରେ ଜଲ୍ଲାଦ ଲିଭର ଦବାଇଥାଏ ଏବଂ ଦୋଷୀ ଲଟକି ଯାଇଥାଏ। ତଳେ ପ୍ରାୟତଃ ୧୨ ଫୁଟର ଜାଗା ଥାଏ। ପ୍ରାୟତଃ ୨ ଘଣ୍ଟା ଲଟକିବା ପରେ ଡାକ୍ତର ଚେକ କରିଥାନ୍ତି ଏବଂ ମୃତ ଘୋଷଣା କରିଥାନ୍ତି। ସରକାର ଚାହିଁଲେ ଶବକୁ ପୋଷ୍ଟମୋର୍ଟମ କରିବା ପରେ ପରିବାରକୁ ଦିଆଯାଇଥାଏ, ନ ଚାହିଁଲେ ଦେଇନଥାନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.