Home ଓଡ଼ିଶା ଟୌଦ୍ୱାରରେ ପୋଲିସ୍ ଏନ୍‌କାଉଣ୍ଟର – କୁଖ୍ୟାତ ଡକାୟତ ସଚିନ୍ ପାଓ୍ୱାର ଓରଫ୍ ବବ୍‌ଲୁ ଆହତ

ଟୌଦ୍ୱାରରେ ପୋଲିସ୍ ଏନ୍‌କାଉଣ୍ଟର – କୁଖ୍ୟାତ ଡକାୟତ ସଚିନ୍ ପାଓ୍ୱାର ଓରଫ୍ ବବ୍‌ଲୁ ଆହତ

711

କଟକ ୧୧-୧୨ (ଓଡ଼ିଆ ପୁଅ) : କୁଖ୍ୟାତ ଡକାୟତ ସଚିନ୍ ପାଓ୍ୱାର ଓରଫ୍ ବବ୍‌ଲୁ ପାଓ୍ଵାର ଆହତ ହୋଇଛି। କଟକ ଚୌଦ୍ୱାର ଅଞ୍ଚଳରେ ପୋଲିସର ଏନ୍‌କାଉଣ୍ଟର ସୋ ଆହତ ହୋଇଛି। ତାକୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ବବୁଲୁ ନାଁରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି। ତେବେ ବବୁଲୁ ଏବଂ ତାଙ୍କର ଗ୍ୟାଙ୍ଗ ଗତକାଲି ବିଳମ୍ବିତ ରାତିରେ ଚୌଦ୍ୱାରରେ ଡାକୟତି ଯୋଜନା କରୁଥିଲେ। ସେହି ସମୟରେ ପୋଲିସ୍ର ଏକ ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରି ୮ ଜଣଙ୍କୁ ଗିରଫ କରିଛି ବୋଲି ଖବର ପ୍ରକାଶିତ ହୋଇଛି। ପୋଲିସ କବଜାରୁ ଖସି ପଳାଉଥିବାବେଳେ ପୋଲିସ୍ ଏନକାଉଣ୍ଟର କରିଥିଲା। ସେହି ଏନକାଉଣ୍ଟରରେ ବବୁଲୁ ଆହତ ହୋଇଛି। ପୋଲିସ ଉପରକୁ ପାଲଟା ଗୁଳି ଚଳାଇଥିଲା ବବୁଲୁ। ଏଥିରେ ଜଣେ ପୋଲିସ କର୍ମୀ ଗୁରୁତର ଆହତ ହୋଇଛନ୍ତି। ବହୁ ମାରାଣାସ୍ତ୍ର ଜବତ ହୋଇଛି। ସଚିନର ଡାହାଣ ଗୋଡ଼ରେ ଗୁଳି ବାଜିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.