Home ଓଡ଼ିଶା ଭୂତ ଭୟରେ ସରକାରୀ ବିଦ୍ୟାଳୟରେ ପଡ଼ିଲା ତାଲା

ଭୂତ ଭୟରେ ସରକାରୀ ବିଦ୍ୟାଳୟରେ ପଡ଼ିଲା ତାଲା

928

ହରିଚନ୍ଦନପୁର,ତା ୧୧ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)
ସ୍କୁଲ ପରିସରରେ ଭୌତିକ କାଣ୍ଡ . ଭୌତିକ ଘଟଣାରୁ ୨ଦିନ ମଧ୍ୟରେ ୭ଜଣ ଛାତ୍ରୀ ଚେତା ଶୂନ୍ୟ ହୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହେବା ପରେ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଭୟର ବାତାବରଣ ଦେଖାଯାଇଥିଲା । ଭୂତ ଭୟରେ ସମସ୍ତ ଛାତ୍ରଛାତ୍ରୀ ହେଷ୍ଟେଲ ଛାଡି ଦେଇଥିବା କାରଣରୁ ସ୍କୁଲରେ ଏବେ ତାଲା ପଡ଼ିଥିବା ସହ ପରିସର ଶୂନଶାନ ହୋଇପଡିଛି । ଏହି ପରି ଅବିଶ୍ବସନୀୟ ଘଟଣା କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଭଅଁରପୁର ପ୍ରାଥମିକ ବିଦ୍ୟାଳୟର ସ୍ବଳ୍ପବ୍ୟୟ ଆବାସିକ ସ୍କୁଲରେ ଘଟିଛି । ବିଶ୍ବାସ ନହେଲେ ବି ଘଟଣାଟି ସତ, ଉକ୍ତ ଛାତ୍ରବାସରେ ଆଜକୁ ୩ଦିନ ହେବ ଭୂତର ଭୟ ଦେଖା ଦେଇଛି । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୪୦ଜଣ ଛାତ୍ରଛାତ୍ରୀ ରହୁଥିବା ବେଳେ ବର୍ତ୍ତମାନ ଏହି ସ୍କୁଲ ପରିସର ପାଲଟିଛି ଶୂନଶାନ । ଭୌତିକ କାଣ୍ଡ କାରଣରୁ ୨ଦିନ ମଧ୍ୟରେ ୭ଜଣ ଛାତ୍ରୀ ଚେତା ଶୁନ୍ୟ ହୋଇ ହରିଚନ୍ଦନପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହେବା ପରେ ସ୍କୁଲରେ ଭୟର ବାତାବରଣ ଦେଖା ଯାଇଥିଲା । ଯାହା ଫଳରେ ବିଦ୍ୟାଳୟକୁ ଛାତ୍ରଛାତ୍ରୀ ଆସିବାକୁ ଭୟ କରୁଛନ୍ତି । ହଷ୍ଟେଲ ପାଶ୍ବରେ ଥିବା ପରିଶ୍ରାଗାରକୁ ଯିବା ମାତ୍ରେ ଛାତ୍ରୀମାନେ ଚିତ୍କାର କରି ଚେତା ଶୂନ୍ୟ ହୋଇ ପଡୁଛନ୍ତି । ଚିକିତ୍ସା ପରେ ଫେରିଥିବା କିଛି ଛାତ୍ରୀ ସ୍କୁଲ ପରିସରରେ ପହଁଞ୍ଚିବା ପରେ ପୁଣି ଚେତା ଶୂନ୍ୟ ହୋଇଯିବା ଘଟଣା ସ୍କୁଲରେ ଭୟର ବାତାବରଣ ବଢାଇବା ସହ ଅଭିଭାବକମାନଙ୍କୁ ଚିନ୍ତାରେ ପକାଇଛି । ଭୟଭିତ ଅଭିଭାବକ ମାନେ ନିଜ ନିଜ ପିଲାମାନଙ୍କୁ ସ୍କୁଲରୁ ଘରକୁ ନେଇ ଯାଇଛନ୍ତି । ଯାହା ଫଳରେ ବିଦ୍ୟାଳୟରେ ପଡ଼ିଛି ତାଲା । ତେବେ ଗ୍ରାମବାସୀଙ୍କ କହିବା ଅନୁଯାୟୀ ପୂର୍ବରୁ ଏହି ସ୍ଥାନରେ ଭୌତିକ ଘଟଣା ସାମ୍ନାକୁ ଆସୁଥିଲା କିନ୍ତୁ ସ୍କୁଲ ଆରମ୍ଭ ପର ଠାରୁ କୌଣସି ଘଟଣା ସାମ୍ନାକୁ ଆସିନଥିଲା । ମାତ୍ର ଏବେ ଏହି ପରି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଭୌତିକ କାରଣ ହେଉ କିମ୍ବା ଅନ୍ୟ କୌଣସି କାରଣ ହେଉ ଏହି ଘଟଣା ଦିଗରେ ଶିଘ୍ର ପଦକ୍ଷେପ ଗ୍ରହଣ କରି ସ୍କୁଲରେ ଶିକ୍ଷାଦାନ ସ୍ବଭାବିକ କରିବା ପାଇଁ ଦାବି ହୋଇଛି । ତେବେ ଭୂତ ଭୟ ହେଉକି ଅନ୍ୟ କୌଣସି କାରଣ ହେଉ ସ୍କୁଲର ଛାତ୍ରଛାତ୍ରୀ ଶୂନ୍ୟ ହେବା ବର୍ତମାନ ଚିନ୍ତାର କାରଣ ହୋଇଛି । ଏଥିସହ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଧ୍ୟ ଶିକାର ହୋଇ ପ୍ରଥମେ ହରିଚନ୍ଦନପୁର ଚିକିତ୍ସାଳୟରେ ଭର୍ତ୍ତି ପରେ କେନ୍ଦୁଝର କେନ୍ଦୁଝର ସ୍ଥାନାନ୍ତର ହୋଇଥିବାର ଜଣାପଡିଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପ୍ରକୃତ ସତ୍ୟତାକୁ ସାମ୍ନାକୁ ଆଣି ପିଲାମାନଙ୍କ ମଧ୍ୟରୁ ଭୟ ଦୁର କରିବା ନିହାତି ଜରୁରୀ ହୋଇଛି ।




LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.