Home ଜିଲ୍ଲା ପରିକ୍ରମା ନାବାଳିକାଙ୍କୁ ଦୁଷ୍କର୍ମ : ଭିଡିଓ ଭାଇରାଲ କରି ୨ ଯୁବକ ଗିରଫ

ନାବାଳିକାଙ୍କୁ ଦୁଷ୍କର୍ମ : ଭିଡିଓ ଭାଇରାଲ କରି ୨ ଯୁବକ ଗିରଫ

165

ଭଦ୍ରକ, ୨୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବାଂଶଡା ଥାନା କରଞ୍ଜମାଳ ପଂଚାୟତ ଅନ୍ତର୍ଗତ ଧାନକୁଟା ଗାଁରେ ଜନୈକା ଏଗାର ବର୍ଷିୟା ନାବାଳିକାକୁ ସେହି ଗାଁର ଦୁଇଜଣ ଯୁବକ ଉଠାଇ ନେଇ ଏକ ନିଛାଟିଆ ସ୍ଥାନରେ ଦୁଷ୍କର୍ମ କରିଥିବାର ଜଣାପଡିଛି । ତେବେ ଜଣେ ଦୁଷ୍କର୍ମ କରୁଥିବାବେଳେ ଅନ୍ୟ ଜଣକ ଭିଡିଓ ଉତ୍ତୋଳନ କରିଥିଲା । ଏପରି ଭାବେ ଦୁଇଜଣଙ୍କର ଦୁଷ୍କର୍ମର ଭିଜୁଆଲ କ୍ୟାମେରାରେ କଏଦ ହେବା ପରେ ନାବାଳିକାକୁ ବ୍ଲାକ୍‌ମେଲ୍ କରାଯିବାର ଭୟ ଦେଖାଇ ଚାଲି ଯାଇଥିଲେ ଅଭିଯୁକ୍ତ । ଏହି ଘଟଣା ପ୍ରାୟ ୨୫ ଦିନ ତଳର ବୋଲି ସୂଚନା ମିଳିଛି । ତେବେ ଦୁଇଦିନ ତଳେ ଏହି ଭିଡିଓ ଭାଇରାଲ ହେବାପରେ ପୀଡିତାଙ୍କ ପିତା ସମସ୍ତ ବିଷୟ ଅବଗତ ହେବାପରେ ଥାନାରେ ଏତଲା ଦେଇଛନ୍ତି । ଅଭିଯୋଗକୁ ଭିତ୍ତିକରି ଅଭିଯୁକ୍ତମାନଙ୍କୁ ପୁଲିସ୍ ଗିରଫ କରି ଚାନ୍ଦବାଲିରେ କରୋନା ପରୀକ୍ଷା ସହ ଡାକ୍ତରୀ ମାଇନା କରି ଅଧିକ ତଦନ୍ତ ଜାରି ରଖିଥିବା ବେଳେ ବରିଷ୍ଠ ପୁଲିସ୍ ଅଧିକାରୀ ପୀଡିତାଙ୍କ ପରିବାର ଲୋକଙ୍କୁ ଭେଟିଥିବାର ଜଣାପଡିଛି । ଏହି ଦୁଇ ଦୁଷ୍କର୍ମ ଅଭିଯୁକ୍ତ ଚିତ୍ତରଂଜନ ବେରା (୨୩) ଓ ଦେବାଶିଷ ବେରା (୨୧) ଙ୍କ ବିରୋଧରେ ଥାନାରେ ଏକ ମାମଲା ୧୮୪/୨୦ ରେ ଆଇପିସି ଧାରା ଅନୁଯାୟୀ ୩୭୬ (ଖ) / ୫୦୬ ଦଫା ଏବଂ ୬ ପୋସ୍କୋ ଆକ୍ଟ ଅନୁଯାୟୀ ୬୭, ୬୭ (ଏ), ୬୭ (ବି) ଦଫାରେ ମାମଲା ରୁଜୁ କରାଯାଇଛି ବୋଲି ସୂଚନା ମିଳିଛି । ଆଜି ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି । ତେବେ ଏନେଇ ପୋଲିସ୍ କି ପୀଡିତାଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.