Home କୋରାପୁଟ ଠିକା ଏଏନଏମ  କର୍ମି ଚାକିରୀ ସ୍ଥାୟୀ କରିବାକୁ ସିଡିଏମଓଙ୍କୁ ଭେଟିଲେ

ଠିକା ଏଏନଏମ  କର୍ମି ଚାକିରୀ ସ୍ଥାୟୀ କରିବାକୁ ସିଡିଏମଓଙ୍କୁ ଭେଟିଲେ

39

କୋରାପୁଟ ୧୮-୦୨(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଠିକାଭାବେ କାର୍ଯ୍ୟକରୁଥିବା ଏଏନଏମ କର୍ମିମାନେ ଗ୍‌ୁରୁବାର ଦିନ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମକରନ୍ଦ ବେଉରାଙ୍କୁ ଭେଟି ଚାକିରୀ ସ୍ଥାୟୀ କରିବାକୁ ଦାବି କରିଥିଲେ  ବୋଲି ଜଣାପଡିଛି ।ରାଜ୍ୟ ସରକାରଙ୍କଠାରୁ ନିର୍ଦ୍ଦେଶ ଆସିବାପରେ  ସ୍ଥାୟୀ କରିବା ନିମନ୍ତେ କାର୍ଯ୍ୟ କରାଯିବ ବୋଲି ଡାକ୍ତର ବେଉରା ପ୍ରତିଶୃତି ଦେଇଥିଲେ ।ଆନେକ ଏଏନଏମ ୧୦ ବର୍ଷରୁ ଉର୍ଦ୍ଧ୍ୱ ଠିକା ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି ।୭୩ ଜଣ  ନିୟମିତ ହେବାକୁ ଥିବା ବେଳେ ଜିଲ୍ଲାରେ ୪୭ ଟି ପଦବୀ ଖାଲିଥିବା  ସିଡିଏମଓ ଡାକ୍ତର ବେଉରା ସୂଚନା ଦେଇଛନ୍ତି ।ରାଜ୍ୟ ସରକାରଙ୍କଠାରୁ ସ୍ପଷ୍ଟିକରଣ ଆସିବା ପରେ ନିୟମନୁସାରେ ଏଏନଏମମାନଙ୍କୁ ସ୍ଥାୟୀ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.