Home ଓଡ଼ିଶା ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା କାର୍ଯ୍ୟକାରୀ ନିମନ୍ତେ ଉଚ୍ଚପଦସ୍ଥ ସ୍ୱାସ୍ଥ୍ୟ ଅଧିକାରୀଙ୍କ ୩ ଜିଲ୍ଲା ଗସ୍ତ

ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା କାର୍ଯ୍ୟକାରୀ ନିମନ୍ତେ ଉଚ୍ଚପଦସ୍ଥ ସ୍ୱାସ୍ଥ୍ୟ ଅଧିକାରୀଙ୍କ ୩ ଜିଲ୍ଲା ଗସ୍ତ

31

କୋରାପୁଟ  ୧୮-୦୨(ଓଡିଆ ପୁଅ /ରଂଜନ ଦାସ)ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା କାର୍ଯ୍ୟକାରୀ କରିବାକୁ  ଯାଉଥିବା ଜଣାପଡିଛି ।ବିଭିନ୍ନ ବିଭାଗର ସୁପର ସ୍ପେଶାଲିଷ୍ଟ ଡାକ୍ତରମାନେ  ଏୟାରରେ ଡାକ୍ତରଖାନା ଆସି ଗୁରୁତର ରୋଗୀଙ୍କ ସ୍ୱାସ୍ଥ୍ୟ ସେବା ଯୋଗାଇଦେବେ ବୋଲି ଜଣାପଡିଛି ।ମାଲାକାନଗିରି , ନବରଙ୍ଗପୁର  ଓ ନୂଆପଡା ଡାକ୍ତରଖାନାର ସ୍ଥିତି ତଦାରଖ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ରଙ୍କ ସହ କଟକ ମେଡିକାଲ କଲେଜର ଅଧ୍ୟକ୍ଷ ଓ ଡିଏମଇଟି ଅଧିକାରୀ ଆସୁଥିବା କୋରାପୁଟ ସିଡିଏମଓ ଡାକ୍ତର ମକରନ୍ଦ ବେଉରା ସୂଚନା ଦେଇଛନ୍ତି । କୋରାପୁଟ  ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ଅଧିକ୍ଷକ ପ୍ରଫେସର ଡାକ୍ତର ସୀତାରାମ ମହାପାତ୍ର ଗତ ୧୧ ତାରିଖରେ  ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଥିବା  ସାମ୍ବାଦିକମାନଙ୍କୁ ସୂଚନା ଦେଇଥିବା ବେଳେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା ମଧ୍ୟ ସେହିଦନ କୋରାପୁଟ ସର୍କଟହାଉସଠାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଆରମ୍ଭ ହେବ ବୋଲି ସୂଚନା ଦେଇଥିଲେ ।ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଆରମ୍ଭ ହେଲେ ଗୁରୁତର ରୋଗୀମାନେ ଆଉ ବାହାର ରାଜ୍ୟ ଉପରେ ନିର୍ଭର କରିବେ ନାହିଁ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.