Home ଓଡ଼ିଶା ଟାଟା ଷ୍ଟିଲ ପକ୍ଷରୁ ଯୋଡ଼ାଠାରେ ଭାରତ ରତ୍ନ ଜେଆରଡି ଟାଟାଙ୍କ ୧୧୭ତମ ଜନ୍ମବାର୍ଷିକୀ ପାଳିତ

ଟାଟା ଷ୍ଟିଲ ପକ୍ଷରୁ ଯୋଡ଼ାଠାରେ ଭାରତ ରତ୍ନ ଜେଆରଡି ଟାଟାଙ୍କ ୧୧୭ତମ ଜନ୍ମବାର୍ଷିକୀ ପାଳିତ

52

ଯୋଡା, ୨୯/୦୭ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଟାଟା ଷ୍ଟିଲ ପକ୍ଷରୁ ଗୁରୁବାର ଦିନ ଯୋଡ଼ାଠାରେ ଭାରତ ରତ୍ନ ଜେଆରଡି ଟାଟାଙ୍କ ୧୧୭ତମ ଜନ୍ମବାର୍ଷିକୀ ପାଳିତ ହୋଇଯାଇଛି । ସମ୍ପ୍ରତି କୋଭିଡ଼-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ସାମାଜିକ ଦୂରତ୍ୱ ନିୟମକୁ ରକ୍ଷା କରିବା ସହିତ ଏହି ଅବସରରେ ବିଭିନ୍ନ ଅନ୍‌ଲାଇନ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଜେସିଓ କାର୍ଯ୍ୟାଳୟରେ ଟାଟା ଷ୍ଟିଲ ଯୋଡ଼ା ମୁଖ୍ୟ ରାଜେଶ କୁମାରଙ୍କ ସହିତ ଟାଟା ଷ୍ଟିଲର ଅନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ସଂଘ ପ୍ରତିନିଧିଙ୍କ ଦ୍ୱାରା ଜେଆରଡି ଟାଟାଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ସେହିପରି ଖଣ୍ଡବନ୍ଧଲୌହ ଖଣି, ବିଚ୍ଚାକୁଣ୍ଡିସ୍ଥିତ ମାଙ୍ଗାନିଜ ଗ୍ରୁପ୍ ଅଫ୍ ମାଇନ୍ସ କାର୍ଯ୍ୟାଳୟ ଓ ଟାଟା ଷ୍ଟିଲ ଯୋଡ଼ା ଫେରୋ ଆଲୟେଜ କାରଖାନାରେ ସମାନ ଭାବେ ଶ୍ରଦ୍ଧାଞ୍ଜଳୀ ସଭାର ଆୟୋଜନ କରାଯାଇଥିଲା । ‘ଲିଡ଼ର ହେବା ପାଇଁ ନୈତିକତାର ଭୂମିକା’ ନାମକ ବିଷୟବସ୍ତୁ ଉପରେ ଚଳିତ ସପ୍ତାହର ପ୍ରାରମ୍ଭରେ ଆୟୋଜିତ ଏକ ଆନ୍ତଃବିଦ୍ୟାଳୟ ବକ୍ତୃତା ପ୍ରତିଯୋଗିତାରେ ଯୋଡ଼ା ଅଞ୍ଚଳର ବିଭିନ୍ନ ବିଦ୍ୟାଳୟର ୩୫ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଉପରୋକ୍ତ ବିଷୟବସ୍ତୁ ଉପରେ ସେମାନଙ୍କ ରେକର୍ଡ଼ କରାଯାଇଥିବା ଭିଡିଓ ପଠାଇଥିଲେ । ଆଜି ଏକ ଅନ୍‌ଲାଇନ୍ ଅଧିବେସନରେ ସମାନ ବିଷୟବସ୍ତୁ ଉପରେ ଆୟୋଜିତ ଉକ୍ତ ପ୍ରତିଯୋଗିତାର ବିଜେତାମାନଙ୍କୁ ସମ୍ମାନିତ କରାଯାଇଥିଲା । ଟାଟା ଷ୍ଟିଲ ଯୋଡ଼ା ମୁଖ୍ୟ ରାଜେଶ କୁମାର ଅନ୍‌ଲାଇନ୍ ଅଧିବେସନରେ ଅଂଶଗ୍ରହଣ କରି ଛାତ୍ରଛାତ୍ରୀମାନଙ୍କ ସହିତ ବାର୍ତ୍ତାଳାପ କରିଥିଲେ । ଜେଆରଡ଼ି ଟାଟାଙ୍କ ଜୀବନରେ ନୈତିକତାର ଗୁରୁତ୍ୱ ବିଷୟରେ ଉଲ୍ଲେଖ କରି ଟାଟା ଷ୍ଟିଲ ଯୋଡ଼ା ମୁଖ୍ୟ ରାଜେଶ କୁମାର କହିଥିଲେ ଯେ, ଉତ୍କର୍ଷତା ଓ କାର୍ଯ୍ୟନୀତି ପ୍ରତି ଜେଆରଡ଼ି ଟାଟାଙ୍କ ଉତ୍ସାହ ଅତୁଳନୀୟ ଥିଲା । ସେ ସର୍ବଦା କର୍ପୋରେଟ୍ ଜଗତ ପାଇଁ ଏକ ଆଦର୍ଶ ହୋଇ ରହିବେ । ତାଙ୍କର ପରୋପକାରୀ ନୀତି ଓ ନୈତିକତା ଆଚରଣ ଅନେକ ପିଢିଙ୍କୁ ଅନୁପ୍ରେରିତ କରିଆସୁଛି । ଦୈନନ୍ଦିନ ଜୀବନରେ ତାଙ୍କ ମୂଲ୍ୟବୋଧକୁ ଆପଣାଇବା ହିଁ ତାଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳୀ ହେବ” । ଆଜିର ଦିନରେ ଟାଟା ଷ୍ଟିଲ ଯୋଡ଼ା ମୁଖ୍ୟ ରାଜେଶ କୁମାର, ଟାଟା ଷ୍ଟିଲ ଯୋଡ଼ା ହସ୍ପିଟାଲର ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡଃ ସୁଚିସ୍ମିତା ଦାସ, ଅନ୍ୟ ବରିଷ୍ଠ ଡାକ୍ତର ଏବଂ କର୍ମଚାରୀ ସଂଘ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଟାଟା ଷ୍ଟିଲ ଯୋଡ଼ା ହସ୍ପିଟାଲଠାରେ ଟ୍ରୁନାଟ୍ ପରୀକ୍ଷଣ ବ୍ୟବସ୍ଥାକୁ ଉଦ୍‌ଘାଟନ କରିଥିଲେ । ଟ୍ରୁନାଟ୍ ମେସିନ୍ ଚିପ୍‌-ଆଧାରିତ ତଥା ବ୍ୟାଟେରି ଦ୍ୱାରା ପରିଚାଳିତ ଆଧୁନିକ ପରୀକ୍ଷଣ କିଟ୍ ଯାହାଦ୍ୱାରା ଭାଇରସ୍‌କୁ ଚିହ୍ନଟ କରାଯାଇପାରିବ । ଟ୍ରୁନାଟ୍ ମେସିନ୍ ଦ୍ୱାରା ପ୍ରାୟ ୧୫୦ ମିନିଟ୍ ମଧ୍ୟରେ ସଠିକ୍ ରିପୋର୍ଟ ମିଳିପାରୁଥିବାରୁ ରିପୋର୍ଟ ପାଇବା ପାଇଁ ଆଉ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବନି । ଏହାବ୍ୟତୀତ କମ୍ପାନୀର ସମସ୍ତ କାର୍ଯ୍ୟକ୍ଷେତ୍ରରେ ଭର୍ଚୁଆଲ ୱାକାଥନ୍‌, ଡ଼ିଜିଟାଲ ଶ୍ରଦ୍ଧାଞ୍ଜଳୀ, ଅନ୍‌ଲାଇନ୍ କୁଇଜ୍‌, ଇ-ପ୍ରଦର୍ଶନୀ ଓ କର୍ମଚାରୀମାନଙ୍କ ପାଇଁଆଲୋଚନାଭିତ୍ତିକ ଅଧିବେସନ ଭଳି ବିଭିନ୍ନ ଅନ୍‌ଲାଇନ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.