Home ଓଡ଼ିଶା ଯୋଡା : ପାଣ୍ଡିଆ ବନ୍ଦ ଖଣିରୁ ଲୁହାପଥର ଲୁଟ ପାଇଁ ଛାଡିଦେଇଛି ଖଣି ବିଭାଗ, ଚେଇଁ...

ଯୋଡା : ପାଣ୍ଡିଆ ବନ୍ଦ ଖଣିରୁ ଲୁହାପଥର ଲୁଟ ପାଇଁ ଛାଡିଦେଇଛି ଖଣି ବିଭାଗ, ଚେଇଁ ଶୋଇଛି ଖଣି ବିଭାଗ, ଲୁଟ ହେଉଛି ଲୁହାପଥର

43

ଯୋଡା, ୨୯/୦୭ (ଓଡିୁଆ ପୁଅ / ସେକ୍ ଜାବିର ମହମ୍ମଦ) ଯୋଡା ଖଣି କ୍ଷେତ୍ର ଅନ୍ତର୍ଗତ ଜଜାଙ୍ଗ ପଞ୍ଚାୟତ ଭୋଳବେଡା ଠାରେ ଥିବା ହରଗୋବିନ୍ଦ ପାଣ୍ଡିଆଙ୍କ ବନ୍ଦ ପଡିଥିବା ଲୌହ ଓ ମାଙ୍ଗାନିଜ ଖଣି ଲୁହାପଥର ଲୁଟେରାଙ୍କ ପେଣ୍ଠସ୍ଥଳି ପାଲଟିଛି । ଦୈନିକ ରାଜ୍ୟ ବାହାରର ଟ୍ରକ ମାଧ୍ୟମରେ ଏଠାରୁ ବୋଝେଇ ହୋଇ ଲକ୍ଷ ଲକ୍ଷ ଟଙ୍କା ଉଚ୍ଚମାନର ଲୁହାପଥର ରାଜ୍ୟ ବାହାରକୁ ଚୋରା ରପ୍ତାନୀ କରାଯାଉଛି । ଖଣି ବିଭାଗର ଜାଣନ୍ତରେ ଏହି ମୂଲ୍ୟବାନ ଲୁହାପଥର ଲୁଟ୍ ହେଉଥିବା ବେଳେ ଏହି ଲୁଟ୍‌ରେ ଆରକ୍ଷୀ ବିଭାଗ, ଜଙ୍ଗଲ ବିଭାଗର ସମ୍ପୃକ୍ତି କାହାରିକୁ ଅଛପା ନାହିଁ । ଲୁଟ ସମୟରେ ସ୍ଥାନୀୟ ଗ୍ରାମବାସୀ ଆରକ୍ଷୀକୁ ଖବର ଦେଲେ ମଧ୍ୟ ଆରକ୍ଷୀ ଠିକଣା ସମୟରେ ଘଟଣା ସ୍ଥଳରେ ପହଞ୍ଚିନଥାଏ । ଫଳରେ ଲୁଟେରା ମାନେ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଗ୍ରାମବାସୀଙ୍କୁ ଭୟଭିତ କରିବା ସହ ନିଦ୍ୱନ୍ଦରେ ଲୁଟି ନେଇଥାନ୍ତି ଏହି ମୂଲ୍ୟବାନ ଲୁହାପଥର । କାଁ ଭାଁ ଗୋଟିଏ ଅଧେ ଟ୍ରକ ଗ୍ରାମବାସୀମାନଙ୍କ ସୂଚନା ପାଇ ଧରାପଡିଥାଏ । ଖଣି ମାଫିଆଙ୍କ ସହ ଆରକ୍ଷୀ ଓ ଜଙ୍ଗଲ ବିଭାଗର ଭିତିରି ସମ୍ପର୍କ ଯୋଗୁଁ ପରବର୍ତ୍ତି ସମୟରେ ଖଣିଜ ଲୁଟେରାମାନେ ଧରାପଡିନଥାନ୍ତି । ଫଳରେ ଏହି ଖଣିରେ ପୂର୍ବରୁ ଖଣି ବିଭାଗ ହେପାଜତରେ ଗଚ୍ଛିତ ଥିବା ଶହ ଶହ ଟନ୍ ପରିମାଣର ଉଚ୍ଚମାନର ଲୁହାପଥର ଗୁଣ୍ଡ ଖଣି ବିଭାଗ ଜଣନ୍ତରେ ଲୁଟ ହୋଇଆସୁଛି । ବୁଧବାର ବିଳମ୍ବିତ ରାତ୍ରୀରେ ଏହି ଖଣିରେ ଏକ ୧୨ ଚକିଆ ଟ୍ରକ ନଂ. ଜେଏଚ୍‌୦୪ଇ-୪୭୬୧ରେ ଲୁହାପଥର ଗୁଣ୍ଡ ବୋଝେଇ କରୁଥିବା ବେଳେ ଟ୍ରକଟିରେ ଯାନ୍ତ୍ରୀକ ତୃଟି ଦେଖାଦେଇଥିଲା । ଫଳରେ ଗ୍ରାମବାସୀମାନେ ଗୁରୁବାର ସକାଳୁ ଏ ନେଇ ପୁଲସିକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ବାମେବାରୀ ଆରକ୍ଷୀ ପହଞ୍ଚି ଟ୍ରକଟିକୁ ଜବତ କରିଥିବା ବେଳେ ଏଥିରେ ସମ୍ପୃକ୍ତ ଖଣି ମାଫିଆମାନେ ଚମ୍ପଟ ମାରିଥିଲେ । ଏହି ଜବତ ଟ୍ରକଟିରେ ବୋଝେଇ ହୋଇଥିବା ଲୁହାପଥର ଗୁଣ୍ଡର ପରିମାଣ ୧୨ ଟନ୍ ହୋଇଥିବା ବାଳେ ଯାହାର ଆନୁମାନୀକ ମୂଲ୍ୟ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି । ବାରମ୍ବାର ଏହି ବନ୍ଦ ଖଣିରୁ କୋଟି କୋଟି ଟଙ୍କାର ଗଚ୍ଛିତ ଉଚ୍ଚମାନର ଲୁହାପଥର ଲୁଟ ହେଉଥିଲେ ମଧ୍ୟ ପ୍ରଶାସନର ଯେମିତି ଏଥିପ୍ରତି ନିଘା ନଥିବା ଜଣାପଡିଛି । ସୂଚନାରୁ ଜଣାପଡିଛି ଯେ, ହରଗୋବିନ୍ଦ ପାଣ୍ଡିଆଙ୍କ ଏହି ଖଣିଟି ଜୁନ୍ ୨୦୧୩ରେ ଲିଜ୍ ଅବଧି ଶେଷ ହୋଇଯାଇଥିବା ବେଳେ ଏହି ଖଣିଟିରେ ଗୋଟିଏ ଯାହାଜ ପରିମାଣରୁ ଉର୍ଦ୍ଧ୍ୱ ୫୦ ହଜାର ମେଟ୍ରିକ ଟନ୍ ଉଚ୍ଚମାନର ଲୁହାପଥର ଗଚ୍ଛିତ ରହିଥିଲା । ଯାହାର ଆନୁମାନିକ ମୂଲ୍ୟ ୩୦ କୋଟିରୁ ଉର୍ଦ୍ଧ୍ୱ ହେବ । ତେବେ ଏହି ଖଣି କମ୍ପାନୀ ଲିଜ୍‌ର ନବୀକରଣ ପାଇଁ ସରକାରଙ୍କ ନିକଟରେ ଆବେଦନ କରିଥିବା ବେଳେ ଗତ ସେପ୍ଟେମ୍ବର ୨୦୧୮ ମସିହାରେ ଏହି ଆବେଦନକୁ ସରକାର ଖାରଜ କରିଦେଇଥିଲେ । ଫଳରେ ଖଣିଟିକୁ ଗଚ୍ଛିତ ଲୁହାପଥର ସହିତ ସରକାର ତାଙ୍କ ଅଧିନକୁ ନେଇଥିଲେ ମଧ୍ୟ ଏହାର ସୁରକ୍ଷା ଦାୟିତ୍ୱ ପ୍ରତି ଧ୍ୟାନ ଦେଇନଥିଲେ । ଏ ସଂକ୍ରାନ୍ତରେ ଖଣିଟିର ପୂର୍ବ ଲିଜ୍‌ଧାରୀଙ୍କୁ ପଚାରିବାରୁ ସେ ସୂଚନା ଦେଇଛନ୍ତି ଯେ, ଗଚ୍ଛିତ ଲୁହାପଥରର ରକ୍ଷଣା ବେକ୍ଷଣ ତାଙ୍କର ଦାୟିତ୍ୱ ନୁହେଁ, ସେ ଖଣିଟିକୁ ସରକାରଙ୍କୁ ହସ୍ତାନ୍ତର କରିଦେଇଛନ୍ତି । ଏହି ଗଚ୍ଛିତ ଲୁହାପଥର ରକ୍ଷଣା ବେକ୍ଷଣ ଖଣି ବିଭାଗର ହୋଇଥିବା ବେଳେ ଖଣି ବିଭାଗ ନିଜ ଅକ୍ତିଆରକୁ ନନେଇ ଲୁଟ୍ ହେବା ପାଇଁ ଖୋଲା ଖୋଲି ଭାବେ ଛାଡିଦେଇଥିବା ଜଣାପଡିଛି । ଏହି ବନ୍ଦ ଖଣିରୁ କୋଟି କୋଟି ଟଙ୍କାର ଲୁହାପଥର ଲୁଟ୍ ହେବା ସହ ସରକାର ବିପୁଳ ପରିମାଣରେ ରାଜସ୍ୱ ହରାଇବସୁଛନ୍ତି । ବାରମ୍ବାର ଏ ସଂକ୍ରାନ୍ତରେ ଗଣମାଧ୍ୟମରେ ଖବର ପ୍ରସାରଣ ହେଲେ ମଧ୍ୟ ଖଣି ବିଭାଗର ଏଥି ପ୍ରତି ନିଘାନଥିବା ଯୋଗୁଁ ଏହି ଲୁଟ୍‌ରେ ଖଣି ବିଭାଗର ସମ୍ପୃକ୍ତି ସ୍ପଷ୍ଟ ହୋଇହୋଇପାରିଛି । ତେଣୁ ରାଜ୍ୟ ସରକାର ଏଥି ପ୍ରତି ଧ୍ୟାନ ଦେଇ ଗଚ୍ଛିତ ଲୁହାପଥରକୁ ନିଜ ଅକ୍ତିଆରକୁ ନେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.