Home ଓଡ଼ିଶା ଚିଟଫଣ୍ଡ ଠକେଇ : ଅପରାଧି ସରକାର, ଅସହାୟ ଜମାକାରୀ

ଚିଟଫଣ୍ଡ ଠକେଇ : ଅପରାଧି ସରକାର, ଅସହାୟ ଜମାକାରୀ

58

ଭୁବନେଶ୍ୱର ୨୪.୯ (ଓଡ଼ିଆ ପୁଅ) – ଚିଟଫଣ୍ଡ ଠକେଇ ମାମଲାରେ ରାଜ୍ୟବାସୀଙ୍କର ଦାବିଥିଲା ଅପରାଧି ଦଣ୍ଡ ପାଉ, ଜମାକାରୀ ଟଙ୍କା ପାଉ। କିନ୍ତୁ ଦୁର୍ଭାଗ୍ୟକୁ ଉଭୟ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡ଼ି ସରକାର ପରସ୍ପର ହାତ ମିଳାଇ ଏହି ଉଭୟ ଲକ୍ଷରୁ ଓହରିଯାଇଛନ୍ତି। ଏହା ସ୍ପଷ୍ଟ ଭାବରେ ଅସାଧୁ କମ୍ପାନୀମାନଙ୍କ ସ୍ୱାର୍ଥରେ ଓ କ୍ଷତିଗ୍ରସ୍ତ ଜମାକାରୀଙ୍କ ସ୍ୱାର୍ଥ ବିରୋଧରେ ଉଭୟ ସରକାର ଥିବାର ପ୍ରମାଣିତ କରୁଛି ବୋଲି ଆଜି କଂଗ୍ରେସ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ପିସିସି ମିଡିଆ ବିଭାଗ ଅଧ୍ୟକ୍ଷ ଶ୍ର ଗଣେଶ୍ୱର ବେହେରା ଅଭିଯୋଗ କରିଛନ୍ତି। ଶ୍ରୀ ବେହେରା ନଅଟି ସଂଗୀନ ଅଭିଯୋଗ ଆଣି ଦର୍ଶାଇଛନ୍ତି ଯେ:

ସରକାର ଜନ୍ମଦାତାବିଜେପି ନେତୃତ୍ୱାଧିନ କେନ୍ଦ୍ର ସରକାରଙ୍କ ଦ୍ୱାରା ସମବାୟ ସଂଶୋଧନ ଆଇନ -୨୦୦୧ ଓ ରାଜ୍ୟ ବିଜେଡ଼ି ସରକାରଙ୍କ ଦ୍ୱାରା ସ୍ୱୟଂ ସହାୟକ ସମବାୟ ଆଇନ- ୨୦୦୨ ପ୍ରଣୀତ କରି ଅସୁମାରୀ ଅସାଧୁ କମ୍ପାନୀଙ୍କୁ ଜନ୍ମଦେଲେ, ଅତଏବ ସରକାର ହେଲେ ଜନ୍ମଦାତା।

ସରକାରୀ ପ୍ରୋତ୍ସାହନକାରୀ ଏହି ଠକ କମ୍ପାନୀ ମାନଙ୍କ ସହଭାଗୀତାରେ ସାମିଲ ହେବା ଓ ସେମାନଙ୍କର ଆମ୍ବାସାଡ଼ର ସାଜିବା ଫଳରେ କମ୍ପାନୀ ମାନଙ୍କର ବିଶ୍ୱସନୀୟତା ବଢ଼ିଲା ଓ ତଦୁନଯାୟୀ ବ୍ୟବସାୟ ମଧ୍ୟ ବଢ଼ିଲା। ଏପରିକି ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଶାସକ ଦଳର ମନ୍ତ୍ରୀ ବିଧାୟକ ମାନେ ମଧ୍ୟ ସାଧାରଣରେ କମ୍ପାନୀ ତରଫରୁ ଆୟୋଜିତ କାର୍ଯ୍ୟକ୍ରମର ଯୋଗଦେଇ ସେମାନଙ୍କୁ ପ୍ରଶଂସା ପତ୍ର ବାଂଟିଲେ। ଏହା ଫଳରେ କମ୍ପାନୀ ମାନେ ଆନୁଷ୍ଠାନିକ ପ୍ରୋତ୍ସାହନ ପାଇଲେ ଓ ଠକି ଚାଲିଲେ।

ସରକାର ପ୍ରମାଣନଷ୍ଟକାରୀ କ୍ରାଇମ ବ୍ରାଂଚ ଦ୍ୱାରା ଉକ୍ତ କମ୍ପାନୀ ଗୁଡ଼ିକର ଅଫିସ ସିଲ କରାଯାଇ କମ୍ପ୍ୟୁଟର ମାନଙ୍କରେ ଗଛିତ ଥିବା ହାର୍ଡଡିସ୍କ ଜବତ କଲେ। କିନ୍ତୁ ତାହାକୁ ପୋଲିସର ମେଗା ହାର୍ଡଡିସ୍କରେ ଗଚ୍ଛିତ ରଖିଲେ ନାହିଁ। ୨/୩ ମାସ ପରେ ଜବତ ହୋଇଥିବା ହାର୍ଡଡିସ୍କ ଗୁଡ଼ିକ ଅଯତ୍ନରେ ପଡ଼ି ନଷ୍ଟ ହୋଇଗଲା ଓ ତା’ସହିତ ନେଣଦେଣ ସଂକ୍ରାନ୍ତୀୟ ସମସ୍ତ ମୂଲ୍ୟବାନ ତଥ୍ୟ ମଧ୍ୟ ନଷ୍ଟ ହୋଇଗଲା। ଏହା ତଥ୍ୟ ପ୍ରମାଣ ନଷ୍ଟ କଲା।

ନିରର୍ଥକ ସଂପତି ଅଧିଗ୍ରହଣ ସଂପତି ଜବତ ହେଲା, କିନ୍ତୁ ଜମାକାରୀ ଲାଭପାଇଲେ ନାହିଁ। ରାଜ୍ୟ ସରକାର ଠକ କମ୍ପାନୀ ମାନଙ୍କର ସ୍ଥାବର ସଂପତି ଯଥା: ଜମି ଓ କୋଠାବାଡ଼ି ଜବତ କଲେ, ସରକାରୀ ମାଲିକାନା ସାବ୍ୟସ୍ତ କଲେ, ସେମାନଙ୍କର ବ୍ୟାଙ୍କ ଜମା ସିଜ୍ କଲେ, କିନ୍ତୁ ଉପଲବ୍‌ଧ ଅର୍ଥ କ୍ଷତିଗ୍ରସ୍ତ ଜାମାକାରୀଙ୍କ ସ୍ୱାର୍ଥରେ ଆସିଲା ନାହିଁ।

ଜମାକାରୀଙ୍କ ଉପରେ ଟିକସ ବୋଝ ପ୍ରାୟ ୩୦ଲକ୍ଷ ଜମାକାରୀ ମାନ୍ୟବର ତଦନ୍ତ କମିଶନ ନିକଟରେ ଷ୍ଟାମ୍ପ ଫି ଦେଇ ସେମାନଙ୍କର ଆପତି ଅଭିଯୋଗ ଆଫିଡେଭିଟ ଜରୀଆରେ ଦାଖଲ କଲେ। ଏ ଦିଗରେ ସରକାର ପରୋକ୍ଷଭାବରେ କ୍ଷତିଗ୍ରସ୍ତଙ୍କ ଉପରେ ଟିକସ ଲଦି ପ୍ରାୟ ୫ କୋଟି ଟଙ୍କା ରାଜସ୍ୱ ବଢ଼ାଇଲେ। ସରକାର ଲାଭରେ ରହିଲେ, ଜମାକାରୀ କ୍ଷତିରେ ରହିଲେ।

କୋର୍ଟ ଅବମାନନାଓଡ଼ିଶା ଜମାକାରୀ ସ୍ୱାର୍ଥ ସୁରକ୍ଷା ଆଇନ-୨୦୧୧ ବଳରେ ପ୍ରତିଷ୍ଠିତ ସ୍ୱତନ୍ତ୍ର ବିଚାରଳୟ ଫେବୃଆରୀ ୨୬, ୨୦୨୧ ରେ ସି-ସୋର କମ୍ପାନୀର ସମ୍ପତି ନିଲାମ କରି ଉପଲବ୍ଧ ୬୩୫ କୋଟି ଟଙ୍କା କ୍ଷତିଗ୍ରସ୍ତ ଜମାକାରୀଙ୍କ ମଧ୍ୟରେ ବାଂଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଆଜି ସୁଦ୍ଧା ଜଣିଏ ହେଲେ ଜମାକାରୀଙ୍କୁ ଅର୍ଥ ପ୍ରଦାନ କରାଯାଇ ନାହିଁ। ଏହା ବିଚାରାଳୟର ଅବମାନନା ନୁହେଁତ ଆଉ କ’ଣ?

୩୦୦ କୋଟି କର୍ପସ ପାଣ୍ଠି ପ୍ରହଶନ ୨୦୧୯ ମସିହାରେ ରାଜ୍ୟ ସରକାର ୩୦୦ କୋଟି ଟଙ୍କାର କର୍ପସ ପାଣ୍ଠିର ଘୋଷଣା କଲେ ଓ ଏହା ସ୍ୱଳ୍ପ ଜମାକାରୀଙ୍କୁ ଦିଆଯିବ ବୋଲି ଡିଣ୍ଡିମ ପିଟିଲେ। ମାତ୍ର ଏହି ପାଣ୍ଠିରୁ ବର୍ତମାନ ସୁଦ୍ଧା କେତେ ଟଙ୍କା ଓ କେତେଜଣ ଜମାକାରୀକୁ ବଂଟାଯାଇଛି ବୋଲି ବିଧାନ ସଭାରେ ଏକ ପ୍ରଶ୍ନର ଉତର ଦେଇ ଚଳିତ ସେପ୍ଟେମ୍ବର ୬, ୨୦୨୧ ରେ ମାନ୍ୟବର ଅର୍ଥ ମନ୍ତ୍ରୀ କହିଛନ୍ତି ଯେ ତଥ୍ୟ ସଂଗ୍ରହ କରାଯାଉଛି। ଜମାକାରୀଙ୍କ ପ୍ରତି ଏତାଦୃଶ ଚରମ ଉଦାସୀନତା ପ୍ରତାରଣା ବ୍ୟତୀତ କିଛି ନୁହେଁ।

ତଦନ୍ତର ଅପମୃତ୍ୟୁଚିଟଫଣ୍ଡ ଠକେଇ ମାମଲାରେ ଅତ୍ୟନ୍ତ ନିଷ୍ଠାର ସହ ତଦନ୍ତ କରୁଥିବା ନ୍ୟାୟମୂର୍ତି ମଦନ ମୋହନ ଦାସ କମିଶନର ତଦନ୍ତ କାର୍ଯ୍ୟ ଅସମ୍ପୂର୍ଣ୍ଣ ଥିବାବେଳେ ଓ ପ୍ରାୟ ୮ ଲକ୍ଷରୁ ଉର୍ଦ୍ଧ୍ୱ ଆଫିଡେଭିଟର ତନଖି ଆରମ୍ଭ ହୋଇନଥିବା ସ୍ୱତ୍ୱେ ସରକାର ଭୟଭୀତ ହୋଇ ଠକ କମ୍ପାନୀ ମାନଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଫେବୃଆରୀ ୪, ୨୦୧୯ ରୁ କମିଶନଙ୍କ କାର୍ଯ୍ୟକାଳ ଅଧିକ ସମୟ ପାଇଁ ବଢ଼ାଇବାକୁ ମନା କରିଦେଲ। ଫଳତଃ କମିଶନଙ୍କ ସହ ତଦନ୍ତର ଅପମୃତ୍ୟୁ ହେଲା। ଅପରାଧି ପ୍ରୋତ୍ସାହିତ ହେଲେ, ଜମାକାରୀଙ୍କ ସ୍ୱାର୍ଥ ବିଡ଼ମ୍ବିତ ହେଲା। ଏହା ଏକ ସୁପରିକଳ୍ପିତ ଷଡ଼ଯନ୍ତ୍ର।

୭ ବର୍ଷରେ ମାତ୍ର ୭୦୦୦ ରୁ କମ ଜମାକାରୀ ଉପକୃତବିଗତ ୭ ବର୍ଷ ମଧ୍ୟରେ ୧୦ କୋଟି ଟଙ୍କାରୁ କମ୍ ରାଶି ମାତ୍ର ୭ ହଜାରରୁ କମ୍‌ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ପୈଠ କରାଯାଇଛି। ଅର୍ଥାତ କର୍ପସ ପାଣ୍ଠି ୩୦୦ କୋଟି ଓ ଠକ କମ୍ପାନୀର ନିଲାମ ସୂତ୍ରରୁ ଆୟ ହୋଇଥିବା ହଜାର କୋଟରୁୁ ଉର୍ଦ୍ଧ୍ୱ ଟଙ୍କା ଥାଇ ମଧ୍ୟ ୧୦ କୋଟି ଟଙ୍କାବି ବଂଟାଯାଇ ପାରିଲା ନାହିଁ। ଏହା ଜମାକାରୀଙ୍କ ପ୍ରତି ସରକାରଙ୍କର ଦାୟୀତ୍ୱବୋଧ ଓ ଦରଦ କେତେ ତାହା ପ୍ରମାଣ କରୁଛି।

ଚିଟଫଣ୍ଡ ଠକେଇ ମାମଲାରେ ଠକ କମ୍ପାନୀ ମାନଙ୍କ ଠାରୁ ସରକାର ବଡ଼ ଅପରାଧି।

ଜମାକାରୀଙ୍କୁ ଟଙ୍କା ଦିଅ ନତୁବା ଇସ୍ତଫା ଦିଅ ବୋଲି ପିସିସି ମିଡ଼ିଆ ବିଭାଗ ଅଧ୍ୟକ୍ଷ ଶ୍ରୀ ବେହେରା ଆହ୍ୱାନ ଦେଇଛନ୍ତି।

ଆଜିର ଏହି ସାମ୍ବାଦିକ ସମ୍ମଳନୀରେ ବରିଷ୍ଠ କଂଗ୍ରେସ ମୁଖପାତ୍ର ଶ୍ରୀ ଜ୍ଞାନଦେବ ବେଉରା ଓ ଅମିୟ ପାଣ୍ଡବ ଓ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.