Home ଓଡ଼ିଶା କେନ୍ଦ୍ର ଓ ରାଜ୍ୟ ସରକାର ବଜେଟରେ ଅର୍ଥବ୍ୟବସ୍ଥା ନ କଲେ ସାମାଜିକ ସୁରକ୍ଷା କୋଡ଼୍‌ର୍ କାର୍ଯ୍ୟକାରୀ...

କେନ୍ଦ୍ର ଓ ରାଜ୍ୟ ସରକାର ବଜେଟରେ ଅର୍ଥବ୍ୟବସ୍ଥା ନ କଲେ ସାମାଜିକ ସୁରକ୍ଷା କୋଡ଼୍‌ର୍ କାର୍ଯ୍ୟକାରୀ ହେବା ସମ୍ଭବ ନୁହେଁ

41

ଭୁବନେଶ୍ୱର ୨୪ ସେପ୍ଟେମ୍ବର (ଓଡ଼ିଆ ପୁଅ) କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ ସାମାଜିକ ସୁରକ୍ଷା କୋର୍ଡ଼ ଆବଶ୍ୟକୀୟ ବଜେଟ ଅନୁଦାନ ବିନା କାର୍ଯ୍ୟକାରୀ ହେବା ସମ୍ଭବ ନୁହେଁ। ନିର୍ମାଣ ଶ୍ରମିକ, କଲ୍ୟାଣ ବୋର୍ଡ଼ ଆଇନ ଅନୁଯାୟୀ ଏକ ପ୍ରତିଶତ ସଂଗ୍ରହ ହେଉଥିବାରୁ ଏହା କାର୍ଯ୍ୟକାରୀ ହେଉଛି। କିନ୍ତୁ ୨୦୦୮ ଅସଂଗଠିତ ଶ୍ରମିକମାନଙ୍କ ପାଇଁ ଗଠିତ ଆଇନ ରାଜ୍ୟ ସରକାରମାନେ ଆବଶ୍ୟକୀୟ ଅନୁଦାନ ଦେଉନଥିବାରୁ କାର୍ଯ୍ୟକାରୀ ହୋଇପାରୁନାହିଁ। ୧୯୯୫ ରେ ପ୍ରଧାନମନ୍ତ୍ରୀ ନରସିଂହ ରାଓ ଙ୍କ ସମୟରେ ନିର୍ମାଣ ଶ୍ରମିକମାନଙ୍କ ପାଇଁ ଆଇନ୍ ଘୋଷଣା କରାଯାଇଥିଲା। କିନ୍ତୁ କୃଷି ଓ ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ମାନଙ୍କ ପାଇଁ ମାଲିକ ଓ ଶ୍ରମିକମାନଙ୍କ ପକ୍ଷରୁ ସଭ୍ୟ ଚାନ୍ଦା ଓ ସେସ୍ ସଂଗ୍ରହ କରିବା ସମ୍ଭବ ନ ହେବାରୁ କୃଷି ଓ ଅସଂଗଠିତ ଶ୍ରମିକ ମାନଙ୍କ ପାଇଁ ସେ ସମୟରେ ସାମାଜିକ ସୁରକ୍ଷା ଆଇନ ସମ୍ଭବ ହୋଇପାରିଲାନାହିଁ। ପରବର୍ତ୍ତୀ ଅବସ୍ଥାରେ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ଙ୍କ ଦ୍ୱାରା ନିଯୁକ୍ତି ଅର୍ଜୁନ ସିଂହ ଗୁପ୍ତା କମିଟି ଅସଂଗଠିତ ଶ୍ରମିକ ଓ କୃଷି ଶ୍ରମିକଙ୍କ ପାଇଁ ଦେଇଥିବା ରିପୋର୍ଟ ଉପରେ ୨୦୦୮ ରେ ଅସଂଗଠିତ ଶ୍ରମିକ ଆଇନ ପ୍ରଣୟନ ହେଲା। କିନ୍ତୁ କୃଷି ଶ୍ରମିକମାନଙ୍କ ସଂଖ୍ୟା ଯଥେଷ୍ଟ ହେଉଥିବାରୁ କୃଷି ଶ୍ରମିକ ଆଇନ ପ୍ରଣୟନ ହୋଇପାରିଲା ନାହିଁ। ଏଣୁ ପ୍ରକୃତିରେ ଦେଶରେ କେତେ ଅସଂଗଠିତ କୃଷି ଶ୍ରମିକ ଓ ପ୍ରବାସୀ ଶ୍ରମିକ ଅଛନ୍ତି ସେମାନଙ୍କ ରେଜିଷ୍ଟ୍ରେସନ ସଂଖ୍ୟା ନିର୍ଦ୍ଧାରଣ ଓ ଆବଶ୍ୟକୀୟ ବଜେଟରେ କେନ୍ଦ୍ର ଓ ରାଜ୍ୟ ସରକାର ଅର୍ଥ ନଦେଲେ ଏହି ସାମାଜିକ ସୁରକ୍ଷା କୋର୍ଡ଼ କାର୍ଯ୍ୟକାରୀ ହେବା ସମ୍ଭବ ନୁହେଁ ବୋଲି ଆଜି ୨୪ ୦୯ ୨୦୨୧ ରିଖରେ ଆନ୍ତର୍ଜାତିକ ଶ୍ରମିକ ସଂଗଠନ ଓ ମାନବ ସମ୍ଭଳ ବିକାଶ ସଂସ୍ଥା ଙ୍କ ଦ୍ୱାରା ଆୟୋଜିତ ପୂର୍ବାଂଚଳ ଜୋନର କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣିତ ସାମାଜିକ ସୁରକ୍ଷା ଲେବର କୋର୍ଡ଼ ଉପରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜାତୀୟ ଉପସଭାପତି, ଓଡ଼ିଶା ଶାଖା ସଭାପତି ତଥା ପୂର୍ବତନ ସାଂସଦ ଡକ୍ଟର ରାମଚନ୍ଦ୍ର ଖୁଌକ୍ଷଗ୍ଧ;ିଆ କହିଛନ୍ତି। ଡକ୍ଟର ଖୁଌକ୍ଷଗ୍ଧ;ିଆ ତାଙ୍କ ଉଦବୋଧନରେ କେବଳ ଦେଶୀ ଓ ବିଦେଶ ପୁଞ୍ଜିପତିଙ୍କୁ ଆକର୍ଷିତ କରିବା ପାଇଁ ପୂର୍ବରୁ ଥିବା ୪୪ ଟି ଲେବର ଆଇନକୁ ୪ ଟି ଲେବର କୋର୍ଡ଼ରେ ପରିଣତ କରାଯାଇଛି। କିନ୍ତୁ ଏହି କୋର୍ଡ଼ର ପ୍ରୋଭିଜ୍‌ନ ଅନୁଯାୟୀ ଅଧିକ ଲୋକ ସାମାଜିକ ସୁରକ୍ଷା ପାଇବା ପରିବର୍ତ୍ତେ ବର୍ତ୍ତମାନ ସୁବିଧା ସୁଯୋଗ ପାଉଥିବା ବହୁ ଶ୍ରମିକ ସୁଯୋଗରୁ ବଂଚିତ ହେବେ। ଏହି ଆଇନରେ ସର୍ବନିମ୍ନ ମଜୁରୀ ଓ ବେକାରୀ ଭତ୍ତା ସଂପର୍କରେ କିଛି ଉଲ୍ଲେଖ ନାହିଁ। କୋଭିଡ଼୍‌- ୧୯ ସଂକ୍ରମଣ ପରିସ୍ଥିତିରେ ସ୍ୱାସ୍ଥ୍ୟ ଚିକିତ୍ସା ଓ ସାମଜିକ ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସମସ୍ତଙ୍କୁ ସାମାଜିକ ସୁରକ୍ଷା ଓ ସ୍ୱାସ୍ଥ୍ୟ ଚିକିତ୍ସା ଦେବା ପାଇଁ କେନ୍ଦ୍ର ସରକାର ସମ୍ବିଧାନ ସଂଶୋଧନ କରି ସମସ୍ତ ନାଗରିକଙ୍କୁ ସାମାଜିକ ସୁରକ୍ଷା ଓ ସ୍ୱାସ୍ଥ୍ୟ ସୁରକ୍ଷା ଏକ ମୌଳିକ ଦାବି ଭାବେ ଗ୍ରହଣ କରିବା ପାଇଁ ଏହି ବୈଠକରେ ଆଲୋଚନା ନେଇ ଡକ୍ଟର ଖୁଌକ୍ଷଗ୍ଧ;ିଆ ଦାବି କରିଛନ୍ତି। ଏହି ବୈଠକରେ ପ୍ରଫେସର ଅଲେଖନାଥ ଶର୍ମା ଏବଂ ଆଇ.ଏଲ୍‌.ଓ ସାଉଥ୍ ଏସିଆ ଡାଇରେକ୍‌ଟର ଏମ୍‌.ଏସ୍‌. ଡ଼ଗମାର ୱାଲଟର ଓପିନ୍‌ଙ୍ଗ ଆଡ଼୍ରେସ୍ ଦେଇଥିଲେ, ବିହାରର ଚିପ୍ ସେକ୍ରେଟାରୀ ତ୍ରିପୁରାରୀ ସରନ୍ ଉଦ୍‌ଘାଟନ ଭାଷଣ ଦେଇଥିଲେ ଓ ବିହାରର ଫରେଷ୍ଟ ଇନ୍‌ଭାରମେଌକ୍ଷଗ୍ଧ;ର ସେକ୍ରେଟାରୀ ଦିପକ କୁମାର ସିଂ ପୌରହିତ କରିଥିଲେ। ପୂର୍ବାଂଚଳର ବିହାର, ଝାରଖଣ୍ଡ, ପଶ୍ଚିମବଙ୍ଗଳା ଓ ଓଡ଼ିଶାର ବିଭିନ୍ନ ସରକାରୀ ଅଫିସର ମାଲିକ ପ୍ରତିନିଧି ଓ ସି.ଆଇ.ଟି.ୟୁ.ର ପଶ୍ଚିମ ବଙ୍ଗଳାର ସେକ୍ରେଟାରୀ ଦେବାଙ୍ଗନ ମୁଖାର୍ଜି ସମେତ ୧୧୯ ଜଣ ପ୍ରତିନିଧି ଏହି ଆଲୋଚନାରେ ଭାଗ ନେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.