Home ଜିଲ୍ଲା ପରିକ୍ରମା ଚଳିତ ମାସ ୨୮ ତାରିଖରୁ ଜିଲ୍ଲାରେ ଖରିପଂ ଧାନ ସଂଗ୍ରହ କରାଯିବ  

ଚଳିତ ମାସ ୨୮ ତାରିଖରୁ ଜିଲ୍ଲାରେ ଖରିପଂ ଧାନ ସଂଗ୍ରହ କରାଯିବ  

160

ଯାଜପୁର୧୧ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଚଳିତ ମାସ ୨୮ ତାରିଖରୁ ଜିଲ୍ଲାରେ ଖରିପଂ ବର୍ଷ ୨୦୧୯-୨୦ ର ଧାନ ସଂଗ୍ରହ କରାଯିବ ।  ତେଣୁ ସମସ୍ତ କାର୍ଯ୍ୟକୁ ବର୍ତ୍ତମାନ ଠାରୁ ଯୁଦ୍ଧକାଳୀର ଭିତ୍ତିରେ ପୂର୍ଣ୍ଣାଙ୍ଗ କରି ଧାନ ସଂଗ୍ରହ କେନ୍ଦ୍ର ଗୁଡିକୁ ପ୍ରସ୍ତୁତ ରଖିବାକୁ ଭାରପ୍ରାପ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ନିର୍ଦ୍ଦେଶ ଦେଇଚ୍ଥନ୍ତି । ଆଜି ପୂର୍ବାହ୍ନରେ ଜିଲ୍ଲା ଗ୍ରାମ୍ୟ ଊନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଚଳିତ ଖରିପଂ ଋତୁ ପାଇଁ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା ।  ଏଥିରେ ଅଧ୍ୟକ୍ଷତା କରି ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀମହାନ୍ତି  ଧାନ ସଂଗ୍ରହରେ ଯେପରି କୈାଣସି ଅସୁବିଧା ସୃଷ୍ଟି ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।  ଚାଷୀ ମାନଙ୍କୁ ବିଭିନ୍ନ ଧାନ ସଂଗ୍ରହ କେନ୍ଦ୍ର ମାନଙ୍କ ସଂପର୍କରେ, ଧାନର ମାନ ସଂପର୍କରେ, ଯେଊଁ ଦିନ ଧାନ ସଂଗ୍ରହ ହେବ ସେହି ହିସାବରେ ଚାଷୀ ମାନଙ୍କୁ ଟୋକନ ପ୍ରଦାନ, ଯଦି ଅସୁବିଧା ବସତଃ ମିଲର  ପହଞ୍ଚି ପାରୁନାହିଁ ତେବେ ଚାଷୀ ଧାନ ଆଣିବା ପୂର୍ବରୁ ତାକୁ ସୂଚନା ପ୍ରଦାନ ସହ ଯେଊଁ ଦିନ ଧାନ ଆସିବ ତାହାର ପୁନଃ ତାରିଖ ଜଣାଇବାକୁ ପରାମର୍ଶ ଦେଇଥିଲେ ।  ଯେଊଁ ମିଲର କିମ୍ୱା କର୍ମଚାରୀ ଏଥିରେ ଅବହେଳା ବା  ଅସହଯୋଗ କରିବେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶ୍ରୀ ମହାନ୍ତି ସତର୍କ କରାଇ ଦେଇଥିଲେ । ମିଲର ମାନେ ମଧ୍ୟ କାର୍ଯ୍ୟସୂଚୀ ଏପରି ଭାବେ କରନ୍ତୁ ଯେପରି ୨୪ ଘଣ୍ଟା ମଧ୍ୟରେ ଧାନ ମଣ୍ଡିରୁ ଊଠିଯିବ ।  ସମସ୍ତ ଧାନ ଝୋଟ ଅଖା ମାଧ୍ୟମରେ କ୍ରୟ କରାଯିବ ।  ଅନ୍‌ଲାଇନ୍‌ରେ ଚାଷୀ  ପଞ୍ଜିକରଣ ବର୍ତ୍ତମାନ ସୁଦ୍ଧା ୩୨୪୬୪ ଚାଷୀ ପଞ୍ଜିକୃତ ହୋଇଚ୍ଥନ୍ତି ।  ତେବେ ଆହୁରି ଅନେକ ଚାଷୀ ପଞ୍ଜିକୃତ ହେଊ ନଥିବାର ଅଭିଯୋଗ ହେଊଥିବାରୁ ଜିଲ୍ଲାପାଳ ଏଥିପାଇଁ ବକେୟା ରହିଯାଇଥିବା ଚାଷୀ ମାନଙ୍କର ତାଲିକା ଏ.ଆର୍‌.ସି.ଏସ୍‌. ଓ କୃଷି ଅଧିକାରୀଙ୍କ ସ୍ଥଚନା ଆଧାରରେ ସରକାରଙ୍କୁ ସୁପାରିଶ କରାଯିବ ବୋଲି ଶ୍ରୀ ମହାନ୍ତି କହିଥିଲେ । କୋରେଇ ବିଧାୟକ ଅଶୋକ ବଳ, ବିରୀ ବିଧାୟିକା ସୁନନ୍ଦା ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି ଏଥିରେ ଯୋଗଦେଇ ଧାନ ସଂଗ୍ରହ ସମୟରେ ଯେପରି ଚାଷୀ କୈାଣସି  ଅସୁବିଧାର ସମ୍ମୁଖୀନ ନ ହୁଏ, ଠିକ୍ ସମୟରେ ମଣ୍ଡିରେ ଧାନ ଦେବା, ସହଜ ଭାବେ ପ୍ରାପ୍ୟ ପାଇବା ଊପରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ ।  ଚାଷୀ ମାନଙ୍କୁ  ଧାନ  ମଣ୍ଡି ସଂପର୍କରେ ଆଗୁଆ ସୂଚନା ଦେବା, ପ୍ରଚାର ପ୍ରସାର ପାଇଁ ଡାକବାଜି ଯନ୍ତ୍ର, ପ୍ରଚାର ପତ୍ର ଇତ୍ୟାଦି ବ୍ୟବହାର କରିବା ଓ ନିୟନ୍ତ୍ରିତ ବଜାର  କମିଟି ଧାନ ମାପ ପାଇଁ ଊପଯୁକ୍ତ ଯନ୍ତ୍ରପାତିର ବ୍ୟବସ୍ଥା ଓ ଧାନ ସଂରକ୍ଷଣ ବ୍ୟବସ୍ଥା ସୁଚାରୁ ରୂପେ କରାଯିବ ବୋଲି ସ୍ଥିର ହୋଇଛି ।  ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ଓ ଊପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ଚାଷୀଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇବା ସହ ସମସ୍ତ ସୂଚନା ପ୍ରଦାନ କରିବା, ମିଲର ମାନେ ଠିକ୍ ସମୟରେ ଧାନ ଊଠାଇବା ସଂପର୍କରେ ଆଲୋକପାତ କରିଥିଲେ ।  ଚଳିତ ବର୍ଷ ସାଧାରଣ ଏପଂ.ଏ.କ୍ୟୁ. ଧାନର କ୍ୟୁଣ୍ଟାଲ ପିଚ୍ଥା ମୂଲ୍ୟ ୧୮୧୫/-  ଟଂକା ରଖାଯାଇଥିବା ବେଳେ ଗ୍ରେଡ ‘ଏ’ ଧାନର ମୂଲ୍ୟ ୧୮୩୫/- ଟଂକା ରଖାଯାଇଚ୍ଥି ।  ଜିଲ୍ଲାର ୧୧୧୦୬୧ ହେକ୍ଟର ଜମିରେ ଧାନ ଚାଷ କରାଯାଇ ମୋଟ ୨୭୪୧୮୬ ମେଟ୍ରିକ୍ ଟନ୍ ଧାନ ଊତ୍ପାଦନର ଲକ୍ଷ୍ୟ ରଖାଯାଇଚ୍ଥି ।  ୮୦୧୪୭.୦୫୮ ମେଟ୍ରିକ୍ ଟନ୍ ଧାନ ସଂଗ୍ରହର ଲକ୍ଷ୍ୟ ରହିଥିବା ବେଳେ ସେଥିରୁ ସଂଗୃହୀତ ଚାଊଳର ପରିମାଣ ୫୪,୫୦୦ ମେଟ୍ରିକ୍ ଟନ୍ ର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଚ୍ଥି ।    ଶେଷରେ ଏ.ଆର୍‌.ସି.ଏସ୍‌. ଶରତ କୁମାର ମଲ୍ଲିକ  ଧନ୍ୟବାଦ ଅର୍ପଣ କରିଥିଲେ ।  ଏହି ବୈଠକରେ ଅନ୍ୟ ମାନକଂ ମଧ୍ୟରେ ଜିଲ୍ଲା ଯୋଗାଣ ଅଧିକାରୀ ସୁରେନ୍ଦ୍ର ହୋତା, ସହକାରୀ ଯୋଗାଣ ଅଧିକାରୀ ପ୍ରହଲ୍ଲାଦ ସେଠୀ  ସାଂସଦ ଓ ବିଧାୟକଙ୍କ ପ୍ରତିନିଧି,  ଧାନ ସଂଗ୍ରହ ସହ ଜଡିତ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ, ମିଲର, କୃଷକ ପ୍ରତିନିଧି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.