Home ଜିଲ୍ଲା ପରିକ୍ରମା ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

107

ଯାଜପୁର୧୧ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ସୋମବାର ପୂର୍ବାହ୍ନରେ ଯାଜପୁର ବ୍ଳ୍‌କର ଜାହାନପୁର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣୀ  ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରପ୍ରାପ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ଅଧ୍ୟକ୍ଷତା କରିବା ସହ ଶିବିରକୁ ଆସୁଥିବା ଅଭିଯୋଗକାରୀଙ୍କର ସମସ୍ୟାର ସମାଧାନ ତ୍ୱରାନ୍ୱିତ ପ୍ରକ୍ରିୟାରେ କରିବାକୁ ପରାମର୍ଶ   ଦେଇଥିଲେ ।  ଏହି ଶୁଣାଣିରେ ମିଳିଥିବା ମୋଟ ୧୬୧ ଗୋଟି ଅଭିଯୋଗ  ମଧ୍ୟରୁ ୧୫୧ ଗୋଟି ବ୍ୟକ୍ତିଗତ,  ୦୫ ଗୋଟି ସାମୁହିକ ଆବେଦନ ପତ୍ର ରହିଥିଲା ।  ରେଡକ୍ରସ ସହାୟତା  ପାଇଁ  ୦୪ ଗୋଟି ଆବେଦନ ମିଳିଥିବା ବେଳେ ଚିକିତ୍ସା ସହାୟତା ପାଇଁ  ୨୫,୦୦୦/- ଟଂକା ଓ ମୁଖ୍ୟମନ୍ତ୍ରୀଙ୍କ ରିଲିପଂ ପାଣ୍ଠିରୁ  ୧ ଗୋଟି  ଆବେଦନ ପତ୍ର ମିଳିଥିବା ବେଳେ  ଆବେଦନକାରୀଙ୍କୁ ୧୦,୦୦୦/- ଟଂକା  ପ୍ରଦାନ କରାଯାଇଥିଲା । ଶିବିରରେ ତତ୍‌କ୍ଷଣାତ୍ ୮୩ ଗୋଟି ଅଭିଯୋଗର ସମାଧାନ  କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.