Home ଜିଲ୍ଲା ପରିକ୍ରମା ଶିବ ମନ୍ଦିରରୁ ବାହାରିଲା ପେଟି ପେଟି ଚୋରା ବିଦେଶୀ ମଦ

ଶିବ ମନ୍ଦିରରୁ ବାହାରିଲା ପେଟି ପେଟି ଚୋରା ବିଦେଶୀ ମଦ

82

ଭଦ୍ରକ, ୧୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗୋରାମାଟି ଗ୍ରାମପଞ୍ଚାୟତ ତୋରଣପଦା ଝଡେଶ୍ୱର ଶିବ ମନ୍ଦିରରୁ ପେଟି ପେଟି ବିଦେଶୀ ମଦ ଜବତ କଲା ସାବରଙ୍ଗ ଥାନା ପୁଲିସ୍ । ସୂଚନା ଅନୁସାରେ କୌଣସି ସୂତ୍ରରୁ ଖବର ପାଇ ସାବରଙ୍ଗ ଥାନା ପୁଲିସ୍ ମନ୍ଦିର ପାଖରେ ପହଞ୍ôଚଥିଲା । ମନ୍ଦିର ପାଶ୍ୱର୍ରେ ଥିବା ଏକ ଷ୍ଟୋର ରୁମ୍‌ରେ ମଦ ଥିବା ନେଇ ସନ୍ଦେହ କରିଥିଲା । ସ୍ଥାନୀୟ ସରପଞ୍ଚ ଓ ଲୋକଙ୍କ ଉପସ୍ଥିତିରେ ପୁଲିସ୍ ଷ୍ଟୋରରୁମ୍‌ର ଚାବି ଭାଙ୍ଗି ମଦ ଜବତ କରିଥିଲା । ଏଠି ପ୍ରଶ୍ନ ଉଠୁଛି ଲକଡାଉନ୍‌ରେ ଶିବ ମନ୍ଦିରକୁ ମଦ ଆସିଲା କେମିତି । ମନ୍ଦିର ଚାବି କାହା ପାଖରେ ଥିଲା ଓ ଏଥିରେ କେଉଁମାନେ ସଂପୃକ୍ତ ଅଛନ୍ତି । ଏଭଳି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି । ପବିତ୍ର ଶୈବ ପୀଠରେ ମଦ ଜବତ ହେବା ଘଟଣାକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରିବା ସହିତ ଏଥିରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ସାବରଙ୍ଗ ପୁଲିସ୍ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ଜୋର ଧରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.