Home ଜିଲ୍ଲା ପରିକ୍ରମା ଘଣ୍ଟେଶ୍ୱର କେଶପୁରରେ ବିପୁଳ ଚୋରା ମଦ ଜବତ

ଘଣ୍ଟେଶ୍ୱର କେଶପୁରରେ ବିପୁଳ ଚୋରା ମଦ ଜବତ

121

ଭଦ୍ରକ, ୧୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ଘଣ୍ଟେଶ୍ୱର ଗୋପୀନାଥପୁର ପଂଚାୟତର କେଶପୁର ଗ୍ରାମରୁ ୫୫ ଟି ୧୮୦ ମିଲି ଲିଟର ନଂ-୧, ୧୩ ଟି ୩୭୫ ମିଲି ଲିଟର ନମ୍ବର-୧ ଓ ବିଅର ୩୦ଟି ଜବତ ହୋଇଛି । ଲକଡାଉନ୍ ଥିବାବେଳେ ଚୋରାରେ ଚାଲିଛି ବେପାର । ଘଣ୍ଟେଶ୍ୱରରେ ଚୋରା ମଦର ବେପାର ଜୋର ଚାଲିଥିବାବେଳେ ଘଣ୍ଟେଶ୍ୱର ଫାଣ୍ଡି ପୁଲିସ୍ ନୀରବଦ୍ରଷ୍ଟା ସାଜିଛନ୍ତି । ବିଳମ୍ବିତ ରାତିରେ କୌଣସି ସୂତ୍ରରୁ ଖବର ପାଇ ବାଂଶଡା ଥାନା ଅଧିକାରୀ କରୁଣାକର ରାଉତ ପହଞ୍ôଚ ମଦ ଜବତ କରିଥିବାବେଳେ ଆସାମୀ ଫେରାର ଥିବା ଜଣାପଡିଛି । ଏଠି ସାଧାରଣରେ ବାଂଶଡା ପୁଲିସ୍‌ର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଳମ୍ବିତ ରାତିରେ ମଦ ଜବତ ହେଉଛି, କିନ୍ତୁ ଆସାମୀ ଫେରାର ହୋଇଯାଇଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.