Home ଜିଲ୍ଲା ପରିକ୍ରମା ଧାମନଗରରେ ୪୨୯ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଯୋଗାଣ ବିଭାଗ ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଉପରେ...

ଧାମନଗରରେ ୪୨୯ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଯୋଗାଣ ବିଭାଗ ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଉପରେ ଚଢାଉ

61

ଭଦ୍ରକ, ୧୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା ମହାମାରୀ ଦ୍ୱିତୀୟଲହରରେ ଧିରେ ଧିରେ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଆଜି ବ୍ଳକର ୪୨୯କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଂଚିଥିବାବେଳେ ସେଥିରେ ସର୍ବାଧିକ କଟସାହି ପଂଚାୟତର ୧୩ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଦଳାଙ୍ଗ ୩, ଭଗବାନପୁର ୩, ବୟାଂଡ଼ିହ ୩, ଚୁଡ଼ାକୁଟି ୨, ଦୋବଲ ୧, କରଦା ୨, ଶାଆଁଳପୁର ୧, ରାଧାବଲ୍ଲଭପୁର ୨, ହସନାବାଦ ୨, ଧାମନଗର ଏନ୍‌ଏସି ଅଂଚଳରୁ ୨ ଓ ଭଦ୍ରକରୁ ଜଣେ ପଜିଟିଭ ଚିହ୍ନଟ ହୋଇଥିବା ବିଶେଷ ସୁତ୍ରରୁ ଜଣାପଡ଼ିଛି । ଧାମନଗର ସହରାଞ୍ଚଳରୁ ଲଗାତାର ଭାବରେ ଜିଲ୍ଲା ପ୍ରଶାସନ ବାରମ୍ବାର ଗ୍ରସ୍ତ ଓ ଚଢାଉ ଫଳରେ ଅମାନିଆ ମାନେ ମଧ୍ୟ ସାବାଡ଼ ହୋଇଛନ୍ତି । ଆଜି ଜିଲ୍ଲା ଯୋଗାଣ ବିଭାଗର ଏକ ସ୍କ୍ୱାର୍ଡ଼ ଧାମନଗର ବଜାରର ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଚଢାଉ କରିଥିଲେ । ଏଥିରେ ବେପାରିମାନେ ଖାଉଟି ମାନଙ୍କୁ ଉଚ୍ଚିତ୍ ମୂଲ୍ୟରେ ସାମଗ୍ରୀ ଦେଉଛନ୍ତିକି ନାହିଁ ଏବଂ ଦୋକାନ ସମ୍ମୁଖରେ ସୂଚନାବୋର୍ଡ଼ରେ ଦରର ମୂଲ୍ୟ ଲେଖିବାପାଇଁ ସ୍କ୍ୱାର୍ଡ଼ ପକ୍ଷରୁ ତାଗିଦ୍ କରାଯାଇଥିଲା । ଏଥିରେ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ଚନ୍ଦ୍ରଶେଖର ପାତ୍ର, ସହକାରୀ ଯୋଗାଣ ଅଧିକାରୀ ଶରତଚନ୍ଦ୍ର ଦାସ ଓ କେଦାରନାଥ ନାୟକ, ଧାମନଗର ଯୋଗାଣ ନିରିକ୍ଷକ ମନୋରଂଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଧାମନଗର ଅତିରିକ୍ତ ତହସିଲଦାର ଅନୁପ କୁମାର ବେହେରା, ଧାମନଗର ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଯତୀନ୍ଦ୍ର କୁମାର ମିଶ୍ର, ଧାମନଗର ସାନବଜାରର ୨ଟି ଲୁଗାଦୋକାନ ବେଆଇନ୍ ଭାବରେ କୋଭିଡ଼ ଆଇନ୍‌କୁ ଉଲଙ୍ଘନକରି ବିକ୍ରି କରୁଥିବାବେଳେ ସେମାନଙ୍କ ଦୋକାନକୁ ୭ଦିନ ପାଇଁ ସିଲ କରିଥିଲେ । ଅପରପକ୍ଷେ ବ୍ଲକର କରଦା ପଂଚାୟତର ଅଲ୍ଳୀନଗରରେ କେତେକ ପ୍ରବାସୀ ଆସି ସାଧାରଣ ଲୋକଙ୍କ ସହିତ ମିଶାମିଶି କରୁଥିବାବେଳେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଖବର ଦିଆଯାଇଥିଲା । ଖବରପାଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁର୍ଗାଚରଣ ମୁର୍ମୁ ଘଟଣା ସ୍ଥଳରେ ପହଂଚି ସେମାନଙ୍କୁ ତାଗିଦ କରିବା ସହିତ ପ୍ରାୟ ୭ଜଣ ପ୍ରବାସୀଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରେ ରହିବାପାଇଁ ତାଗିଦ୍ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.