Home ଜିଲ୍ଲା ପରିକ୍ରମା ଯୁବଯାଦବ ସଙ୍ଗଠନ ଉତ୍ସବ; ସମ୍ବର୍ଦ୍ଧନା ଓ ବୃକ୍ଷରୋପଣ

ଯୁବଯାଦବ ସଙ୍ଗଠନ ଉତ୍ସବ; ସମ୍ବର୍ଦ୍ଧନା ଓ ବୃକ୍ଷରୋପଣ

117

ଭଦ୍ରକ, ୨୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ କଲ୍ୟାଣମଣ୍ଡପ ପରିସରରେ ଭଦ୍ରକ ଜିଲ୍ଲା ଯୁବ ଯାଦବ ସଙ୍ଗଠନ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର ଉତ୍ସବ ରବିନାରାୟଣ ଖିଲାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହ ବୃକ୍ଷରୋପଣ କରାଯାଇଛି । ଏହି ଉତ୍ସବକୁ ବିଜେପି ନେତା ବଦ୍ରୀନାରାୟଣ ଧଳ ଭଗବାନ ଶ୍ରୀକୃଷ୍ଣଙ୍କ ଫଟୋ ଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ । ଉଦଘାଟକ ଶ୍ରୀ ଧଳ ଭଗବାନ ଶ୍ରୀକୃଷ୍ଣଙ୍କ ଅଦର୍ଶରେ ସମର୍ପିତ ଯାଦବ ସମ୍ପ୍ରଦାୟର ଭାରତୀୟ ସଂସ୍କୃତି ପ୍ରତି ଅବଦାନ ସମ୍ପର୍କରେ ଉଲ୍ଲେଖ କରି ସତ୍ୟ ଓ ଧର୍ମମାର୍ଗରେ ପରିଚାଳିତ ହେଉଥିବା ସଙ୍ଗଠନର ସାମାଜିକ କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ସଙ୍ଗଠନର ରାଜ୍ୟ ସମ୍ପାଦକ ଅମର ନାୟକ, ଭଣ୍ଡାରିପୋଖରୀ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ଯାଦବ ସଂଘ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅନିଲ ବାରିକ, ବ୍ଲକ ସଭାପତି ଧ୍ରୁବଚରଣ ବାରିକ, ଜିଲ୍ଲା ଯୁବ ଯାଦବ ସଙ୍ଗଠନ ସମ୍ପାଦକ ସନ୍ତୋଷ ଦାସ, ବ୍ଳକ ସମ୍ପାଦକ ହରେକୃଷ୍ଣ ନାୟକ, ପ୍ରକାଶ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ମନୋରଞ୍ଜନ ବାରିକ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଓ ସନ୍ତୋଷ କୁମାର ଦାସ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ ଯୁବ ଯାଦବ ସଙ୍ଗଠନ ପକ୍ଷରୁ କଲ୍ୟାଣମଣ୍ଡପ ପରିସରରେ ବୃକ୍ଷ ରୋପଣ କରାଯିବା ସହ ଏକ ସମ୍ବର୍ଦ୍ଧନା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.