Home କେନ୍ଦୁଝର ଗୋରୁ ବୋଝେଇ ଗାଡି ଜବଦ, ଦୁଇ ଗିରଫ

ଗୋରୁ ବୋଝେଇ ଗାଡି ଜବଦ, ଦୁଇ ଗିରଫ

205

ହାଟଡିହି, ୨୭ /୯: (ଓଡିଆପୁଅ/ବିକାଶ ବିଶ୍ୱାଳ) ନନ୍ଦିପଦା ଥାନା ଶାଳଣିଆଁ ଅଞ୍ଚଳରୁ ବୋଆଇନ ଗୋରୁ ଚାଲାଣ ହେଉଥିବା ସମୟରେ ଶାଳଣିଆଁ ବଜରଙ୍ଗ ଦଳର କର୍ମୀମାନେ ଗୋରୁ ଗାଡିକୁ ଅଟକ ରଖି ପୁଲିସକୁ ହସ୍ତାନ୍ତର କରିଛନ୍ତି । ଗତକାଲି ରାତିରେ ଷଡଙ୍ଗ ଅଞ୍ଚଳରୁ ୧୧ଟି ଗୋରୁ ବୋଝେଇକରି ଏକ ପିକଅପ ଭ୍ୟାନ ଯାଉଥିବାବେଳେ ବଜରଙ୍ଗ ଦଳର କର୍ମୀମାନେ ଗେଡମା ନିକଟରେ ଗାଡିଟିକୁ ଅଟକାଇ ପୁଲିସକୁ ଖବର ଦେଇଥିଲେ । ଗାଡିରେ ମାଲ ବୋଝେଇ ଭଳି ଗୋରୁ ଗୁଡିକୁ ବୋଝଇ କରିନେଉଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ପୁଲିସ ଏସ.ଆଇ ବିଶ୍ୱଜିତ ବେହେରା ଘଟଣାସ୍ଥଳରେ ପହଞ୍ଚି ଗାଡି ସହିତ ଦୁଇଜଣ ବ୍ୟକ୍ତିଙ୍କୁ ଧରି ନନ୍ଦିପଦା ପୁଲିସ ଜିମା ଦେଇଛନ୍ତି । ନନ୍ଦିପଦା ପୁଲିସ ଏନେଇ ଏକ ମାମଲା ରୁଜୁ କରିବା ସହିତ ଦୁଇଜଣଙ୍କୁ ଗିରଫ କରି କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.