Home କୋରାପୁଟ     ବିଦ୍ୟୁତ ଆଘାତରେ ସେମିଲିଗୁଡା ଟିପିଏସଓଡିଏଲ  କର୍ମଚାରୀ ଆହତ 

    ବିଦ୍ୟୁତ ଆଘାତରେ ସେମିଲିଗୁଡା ଟିପିଏସଓଡିଏଲ  କର୍ମଚାରୀ ଆହତ 

58

କୋରାପୁଟ ୦୯-୦୫(ଓଡିଆ ପୁଅ /ରଂଜନ ଦାସ) ଖୁଂଟରେ ଚଢି କାମ କରୁଥିବାବେଳେ  ବିଦ୍ୟୁତ ଆଘାତରେ ସେମିଲିଗୁଡା ଟିପିଏସଓଡିଏଲ  କର୍ମଚାରୀ ରାଜେନ୍ଦ୍ର ମୁଠେଇ  ଗୁରୁତର ଆହତ ହୋଇଥିବା ଜଣାପଡିଛି । ରାଜେନ୍ଦ୍ରଙ୍କ ଘର ସେମିଲିଗୁଡା ବ୍ଲକ ବଡବଡେଙ୍ଗା ବୋଲି ଜଣାପଡିଛି । ସୂଚନା ମୂତାବକ ରବିବାର ପୂର୍ବାହ୍ନ୍ନରେ  ବିଦ୍ୟୁତ ସଂଯୋଗ କାଟି ରାଜେନ୍ଦ୍ର ସେମିଲିଗୁଡା ସହରରେ ଏକ ବିଦ୍ୟୁତ୍ ଖୁଂଟ ଉପରେ ଚଢି କାମ କରୁଥିବାବେଳେ  ହଠାତ କେହି  ବିଦ୍ୟୁତ ସଂଯୋଗ ଦେଇ ଦେବାରୁ ସେ ବିଦ୍ୟୁତ ଆଘାତ ପାଇ ତଳେ ଛିଟିକି ପଡିଥିଲେ । ଅନ୍ୟ କର୍ମଚାରୀମାନେ ରାଜେନ୍ଦ୍ରକୁ ଉଦ୍ଧାର କରି  ଚିକିତ୍ସା ନିମନ୍ତେ କୋରାପୁଟ ମେଡିକାଲ କଲେଜକୁ ନେଇଥିଲେ । ବର୍ତମାନ ରାଜେନ୍ଦ୍ରର ସ୍ୱାସ୍ଥ୍ୟାବସ୍ଥା  ଠିକ ଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.