Home କୋରାପୁଟ ଭାଲୁ କାମୁଡାରେ ଯୁବକ ଗୁରୁତର

ଭାଲୁ କାମୁଡାରେ ଯୁବକ ଗୁରୁତର

90

କୋରାପୁଟ ୦୯-୦୫(ଓଡିଆ ପୁଅ /ରଂଜନ ଦାସ) କାଜୁ ବାଡ ଜଗିଥିବାବେଳେ ଭାଲୁ କାମୁଡାରେ  କୋରାପୁଟ ବ୍ଲକ ଅନ୍ତର୍ଗତ ମହାଦେଇପୁଟ ପଂଚାୟତ ମାଛରା ଗ୍ରାମର ଟୁନା ପାଙ୍ଗୀ(୩୦) ଗୁରୁତର ଆହତ ହୋଇଥିବା ଜଣାପଡିଛି । ଟୁନା ଗ୍ରାମ ନିକଟ କାଜୁ ବାଡରେ ଥିବା ବେଳେ ଭାଲୁ ଆକ୍ରମଣ କରିଥିଲା । ଭାଲୁ ଆକ୍ରମଣରେ ଟୁନାର ମୁଣ୍ଡ,କାନ,ପେଟରେ ଗଭୀର ଆଘାତ ଲାଗିଛି । ଟୁନାର ଚିତ୍କାର ଶୁଣି ଗ୍ରାମବାସୀ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ନାଗେଶ୍ୱର ପାଂଜିଆ, ପୂର୍ବତନ ସରପଂଚ ଅର୍ଜୁନ ମୁଦୁଲି  ଘଟଣା ସ୍ଥଳରେ ପହଂଚି ଗୁରୁତର ଅବସ୍ଥାରେ ଟୁନାକୁ ଉଦ୍ଧାର କରି କୋରାପୁଟ  ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ନେଇଥିଲେ ।  କୋରାପୁଟ ବନାଂଚଳ ଅଧିକାରୀ ରୋହିତ କୁମାର ଓ  ବନ ବିଭାଗ  କର୍ମଚାରୀ ହସ୍ପିଟାଲରେ ପହଂଚି ଟୁନାର ଚିକିତ୍ସା ସମ୍ପର୍କରେ  ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି ।  ଡାକ୍ତରଙ୍କ ପରାମର୍ଶ କ୍ରମେ  ଗୁରୁତର ଆହତ ଟୁନାକୁ  ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ବନାଂଚଳ ଅଧିକାରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.