Home ଓଡ଼ିଶା ପଟିଆ ଅର୍ଦ୍ଧନିର୍ମିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପାଲଟିଛି ପାଗଳଙ୍କ ଆଶ୍ରୟସ୍ଥଳୀ

ପଟିଆ ଅର୍ଦ୍ଧନିର୍ମିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପାଲଟିଛି ପାଗଳଙ୍କ ଆଶ୍ରୟସ୍ଥଳୀ

57

ନୟାଗଡ(ଓଡିଆପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ)-ପଂଚାୟତ ରାଜ ବ୍ୟବସ୍ଥାରେ ପଂଚାୟତ ଗୁଡିକ ଅନେକ ପୁରାତନ ଗୃହରେ କାର୍ଯ୍ୟ କରୁଥିଲା । ଯାହାକୁ ଲକ୍ଷ୍ୟ କରି ରାଜ୍ୟ ସରକାର ୨୦୧୦-୧୧ ମସିହାରେ ମନରେଗା ଯୋଜନାରେ ପ୍ରତି ଗ୍ରାମ ପଂଚାୟତରେ ୧୦ଲକ୍ଷ ଟଙ୍କା ବ୍ୟୟ ବିନିମୟ ରେ ଆରମ୍ଭ କରାଯାଇଥିଲା ରାଜୀବ ଗାନ୍ଧୀ ସେବା କେନ୍ଦ୍ର । ଅନେକ ଜାଗାରେ ୧୦ ବର୍ଷ ଧରି ପ୍ରଶାସନିକ ଅବହେଳାରୁ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡିରହିଛି । ସେ ଭଳି ଏକ ଅବହେଳିତ ସେବା କେନ୍ଦ୍ର ହେଉଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ପଟିଆ ଗ୍ରାମ ପଂଚାୟତ ରେ ଅର୍ଦ୍ଧନିର୍ମିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର । ୨୦୧୦-୧୧ ମସିହାରେ ରଣପୁର ବ୍ଲକ୍ ବିଭାଗୀୟ ଯନ୍ତ୍ରୀ ଙ୍କ ନାମରେ କାର୍ଯ୍ୟା ଦେଶ ଥାଇ କାର୍ଯ୍ୟ ଆରମ୍ଭ ହୋଇଥିଲା । ୧୦ ବର୍ଷ ହେଲା ଯନ୍ତ୍ରୀ ପରେ ଯନ୍ତ୍ରୀ ବଦଳୁଛନ୍ତି କିନ୍ତୁ ନିର୍ମାଣ କାର୍ଯ୍ୟ ସରୁନାହିିଁ । କେତେବେଳେ ଅସାମାଜିକ ଯୁବକଙ୍କ ଆଡାସ୍ଥଳୀ ପାଲଟୁଛି ତ ଆଉ କେତେବେଳେ ପାଗଳ ମାନଙ୍କ ର ଆଶ୍ରୟସ୍ଥଳୀ ପାଲଟୁଛି ପଟିଆ ଅର୍ଦ୍ଧନିର୍ମିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର । ଏବେ ପାଗଳ ମାନଙ୍କର ନିରାପଦ ଆଶ୍ରୟସ୍ଥଳୀ ହୋଇଛି ।

ଏ ସଂର୍ପକେ ଗ୍ରାମ ପଂଚାୟତ ର ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଦିଲିପ୍ ଉଦ୍ଦିନ୍ ଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଯେ ରାଜୀବ ଗାନ୍ଧୀ ସେବା କେନ୍ଦ୍ରର କାର୍ଯ୍ୟା ଦେଶ ବ୍ଲକ୍ ର  କନିଷ୍ଠ ଯନ୍ତ୍ରୀ ପୁଷ୍ପଲତା ମୁର୍ମ୍ମୁ ଙ୍କ ନାମରେ ରହିଅଛି । ସେ ଏହି କାର୍ଯ୍ୟ ପାଇଁ ଅଗ୍ରିମ ଏକ ଲକ୍ଷ ଟଙ୍କା ନେଇଛନ୍ତି । ତାହା କେଉଁଠାରେ କି ଭଳି କାର୍ଯ୍ୟ ହୋଇଛି ତାହା ବିଲ୍ ରେ ଦର୍ଶାଯାଇ ନାହିଁ । ତେଣୁ ନିର୍ମାଣ କାର୍ଯ୍ୟ ଆଗକୁ ବଢି ପାରୁ ନାହିିଁ । ଏ ସଂର୍ପକେ କନିଷ୍ଠ ଯନ୍ତ୍ରୀ ପୁଷ୍ପଲତା ମୁର୍ମ୍ମୁ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ପଟିଆ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ମୋ ନାମରେ କାର୍ଯ୍ୟା ଦେଶ ଅଛି ବୋଲି ମୁଁ ଜାଣି ନାହିିଁ । ସେହି କାର୍ଯ୍ୟ ପାଇଁ ମୁଁ ଏକ ଲକ୍ଷ ଟଙ୍କା ଅଗ୍ରିମ ନେଇ ନାହିଁ । ରଣପୁର ବ୍ଲକ୍ ରେ କିରାଣୀ ମାନେ ମନଇଚ୍ଛା ବିଭାଗୀୟ କାମକୁ ଅନ୍ୟ କନିଷ୍ଠ ଯନ୍ତ୍ରୀ ମାନଙ୍କ ନାମରେ ରଖୁଛନ୍ତି । କିନ୍ତୁ ପଂଚାୟତରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ କାର୍ଯ୍ୟ କରୁଛନ୍ତି । ଯାହା ଫଳରେ କାର୍ଯ୍ୟରେ ବିଳମ୍ବ ହେବା ସହ ତାଙ୍କ ନାମରେ କେଇଁ କାର୍ଯ୍ୟା ଦେଶ ଅଛି ସେ ଜାଣି ନଥିଲା ବେଳେ ଏକ ଲକ୍ଷ ଟଙ୍କା ଅଗ୍ରିମ ନେବା ପ୍ରଶ୍ନ ଉଠୁଛି କେଉଁଠି ? ଅପର ପକ୍ଷେ ପଟିଆ ଗ୍ରାମ ପଂଚାୟତ ସରପଂଚ ପ୍ରଭାତ୍ କୁମାର ସାହୁ ଏହି ଆର୍ଥିକ ଅନିୟମୀୟତା ର ତଦନ୍ତ ସହ ତୁରନ୍ତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର କାର୍ଯ୍ୟକ୍ଷମ କରିବାକୁ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.