Home ଜିଲ୍ଲା ପରିକ୍ରମା ବାମନ ଅବକାଶ ଉଚ୍ଚ ବିଦ୍ୟାଳୟରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସମୀକ୍ଷା

ବାମନ ଅବକାଶ ଉଚ୍ଚ ବିଦ୍ୟାଳୟରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସମୀକ୍ଷା

59

ନୟାଗଡ଼, ୬ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ବ୍ଳକ ଇଟାମାଟି ବାମନ ଅବକାଶ ଉଚ୍ଚ ବିଦ୍ୟାଳୟରେ ଉଚ୍ଚଶିକ୍ଷା, କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ପହଂଚି ମୋ ବିଦ୍ୟାଳୟ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। କିପରି ଭାବରେ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ମୋ ବିଦ୍ୟାଳୟ କାର୍ଯ୍ୟକ୍ରମ ସହ ଯୋଡ଼ି ବିଦ୍ୟାଳୟର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସହ ଶୈକ୍ଷିକ ବାତାବରଣକୁ ସମୃଦ୍ଧି କରିବା ଉପରେ ଆଲୋଚନା କରିଥିଲେ। ଏଥିସହିତ ପୁରାତନ ଛାତ୍ରଛାତ୍ରୀମାନଙ୍କ ଠିକଣା ଓ ମୋବାଇଲ ନମ୍ବର ସଂଗ୍ରହ କରି ସେମାନଙ୍କୁ ବିଦ୍ୟାଳୟକୁ ଡଳାଇ ସେମାନଙ୍କ ସହିତ ମିଳିତ ଭାବେ ଆଲୋଚନା କରି ଏହାର ସଫଳ ରୂପାୟକ ନିମନ୍ତେ ପ୍ରୟାସ ଜାରି ରଖିବାକୁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁରେନ୍ଦ୍ର କୁମାର ସ୍ୱାଇଁ, ପ୍ରାକ୍ତନ ଛାତ୍ର ଅଶୋକ କୁମାର ନାୟକ, ଜଗନ୍ନାଥ ଦାସ, ଭାଗୀରଥି ବାଈ, ପ୍ରଫୁଲ୍ଲ କୁମାର ଜେନା ଏବଂ ପୁରାତନ ଛାତ୍ରସଂଘ ସଭାପତି ଶରତ କୁମାର ସାହୁ ପ୍ରମୁଖ ମନ୍ତ୍ରୀଙ୍କ ସହ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଏହାପରେ ମନ୍ତ୍ରୀ ଡ.ସାହୁ ନିର୍ମାଣ ଚାଲିଥିବା ସ୍ମାର୍ଟ କ୍ଳାସରୁମ୍, ଇ-ଲାଇବ୍ରେରୀ, ବିଜ୍ଞାନଗାର ଆଦିକୁ ବୁଲିବା ସହିତ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସମସ୍ତ କାର୍ଯ୍ୟ ସଠିକ୍ ଭାବେ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏତଦ୍ବ୍ୟତୀତ ଖେଳ ପଡ଼ିଆର ଉନ୍ନଚ୍ଛିକରଣ ଓ ପାଚେରୀ ନିର୍ମାଣ ସମ୍ବଦ୍ଧୀୟ ଉପରେ ସମୀକ୍ଷା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.