Home ଜିଲ୍ଲା ପରିକ୍ରମା ଭଦ୍ରକରୁ ଚିହ୍ନଟ ହେଲେ ୨୬୭ ଆକ୍ରାନ୍ତ

ଭଦ୍ରକରୁ ଚିହ୍ନଟ ହେଲେ ୨୬୭ ଆକ୍ରାନ୍ତ

54

ଭଦ୍ରକ, ୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାରୁ ଚିହ୍ନଟ ହେଲେ୨୬୭ କରୋନା ଆକ୍ରାନ୍ତ । ଯାହାଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହୋଇଛି ୧୭ ହଜାର ୯୯୫ ଜଣ । ସେମାନଙ୍କ ମଧ୍ୟରୁ ସୁସ୍ଥ ହୋଇ ସାରିଛନ୍ତି ୧୫ ହଜାର ୪୮୭ ଜଣ । ଏବେ ସକ୍ରିୟ ଆକ୍ରାନ୍ତ ଅଛନ୍ତି ୨୪୭୪ଜଣ । ଚିହ୍ନଟ ନୂତନ ଆକ୍ରାନ୍ତ ଭଦ୍ରକ ପୌରପାଳିକାର କୁଆଁସ, ନରିପୁର, ଅପର୍ତ୍ତିବିନ୍ଧା, ଚନ୍ଦନବଜାର, ବାଇପାସ୍‌, ଶେକ୍‌ସାହି, ଗବସାହି, ଜଗନ୍ନାଥପୁର, ମୀର୍ଜାପୁର, ଚରମ୍ପାରୁ ମିଶାଇ ମୋଟ ୧୭ଜଣ, ବନ୍ତ ବ୍ଳକର ଆଡିଆ, ବଡମହିଷିଗୋଠ, ସାହୁପଡ଼ା, ବନ୍ତ, ଇଟୁଆ, ବେଲଗଡ଼ିଆ, ବସନ୍ତିଆ, କନ୍ତିଆ, ନିଳୋକ, ରାମଚନ୍ଦ୍ରପୁର, ଟିଲୋ, ଏରଝାଟିଆ, ଓଡଙ୍ଗ, ତୋଟାସାହି ଗ୍ରାମରୁ ମୋଟ ୭୬ଜଣ, ତିହିଡ଼ି ବ୍ଳକର ଭାଟପଡା, ପୀରହାଟ, ହାଟୁରୀ, ସୟା, ଅଚକ, ବାରୋ, ବିଲଣା, ଫତେପୁର, ଦୋଲସାହି, ଗୋଳାପୋଖରୀ, ବହରପାଳ, କରସାହି, ବାରିକପୁର, ସାହାପୁର, ସିନ୍ଦୋଳ, ତାଳପଦା ଗ୍ରାମରୁ ୨୧ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଧାମନଗର ବ୍ଲକର ଚୁଡାକୁଟି, ଦଇପୁର, ଦଳାଙ୍ଗ, କରଦା, ଖପରପଦା, ମୁସ୍ତାଫାପୁର, ଇଚ୍ଛଦା, ପାଳସାହି, ସାହାସପୁର ଗ୍ରାମରୁ ୧୩ଜଣ, ଧାମନଗର ଏନ୍‌ଏସିର ୧୦ ନଂ ୱାର୍ଡରୁ ୩ଜଣ, ଅନ୍ୟ ଜିଲ୍ଳା ଭାବେ କେନ୍ଦୁଝର ଜିଲ୍ଲା ହାଟଡିହି, ବାଲେଶ୍ୱର ଜିଲ୍ଲା ସିମୁଳିଆ ଓ ଖଇରା ବ୍ଳକରୁ ମୋଟ ୮ଜଣ, ବାସୁଦେବପୁର ବ୍ଲକରୁ ଜଣେ, ଭଦ୍ରକ ବ୍ଳକର ଆମ୍ବରୋଳି, ଖାନାବାଡି, ଅର୍ଣ୍ଣପାଳ, ବହୁଦରଡା, ବାଣିତିଆ, ବାଉଦପୁର, ବେନ୍ତାଳ, ଇଚ୍ଛାପୁର, ଚରମ୍ପା, ଏରେଇଁ, ଭଟପୁର, ବଳଭଦ୍ରପୁର, କାଉପୁର, ରାନ୍ଦିଆ, ସାହାଡା, ବନ୍ଧଗାଁ, ସାମରାଇପୁର, ଓଲଙ୍ଗ ଗ୍ରାମରୁ ମୋଟ ୨୭ଜଣ, ଭଣ୍ଡାରିପୋଖରୀ ବ୍ଳକର କୁମ୍ଭାରିଆ, ମହେଶପୁର, କୁରିଗାଁ, ଆଖୁଆପଦା, ରାମଚନ୍ଦ୍ରପୁର, ପାଟୁଳି, ବାରିକପୁର ଗ୍ରାମରୁ ୧୧ଜଣ ଚିହ୍ନଟ ହୋଇଛନ୍ତି । ଚାନ୍ଦବାଲି ବ୍ଳକର ଇଚ୍ଛାପୁର, ମତୋ, ନୂଆଗାଁ, ଓରାସାହି, ତେନ୍ତୁଲିଡିହ, ମାଣିପୁର, ଭାଯପଡା, ନୟାହାଟ, ନୂଆଗାଁ, ଆମ୍ବିଳିଗାଁ, ଦୋସିଂଗା, ଧାମରା, ଘଟପୁର, କଇଥକୋଲା, ନିଶ୍ଚିନ୍ତା, ନଳଗୋହିରା, ନାଲଗୁଣ୍ଡା, ଆରଡି ଗ୍ରାମରୁ ମୋଟି ୪୫ ଜଣ, ଚାନ୍ଦବାଲି ଏନ୍‌ଏସିର ୬ ନଂ ୱାର୍ଡ, ୧୫ ନଂ ୱାର୍ଡ, ୭ନଂ ୱାର୍ଡ, ୮ ନଂ ୱାର୍ଡ, ୯ ନଂ ୱାର୍ଡ, ୨ ନଂ ୱାର୍ଡ, ୪ ନଂ ୱାର୍ଡରୁ ମୋଟ ୧୨ଜଣ ଚିହ୍ନଟ ହୋଇଥିବା ବେଳେ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳର ମୋଟ ୩୩ ଜଣ ଜିଲ୍ଲା ବାହାରେ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.