Home ଜିଲ୍ଲା ପରିକ୍ରମା ନୟାଗଡ଼ରେ ୧୮ରୁ ୪୪ ବୟସ୍କଙ୍କ ପାଇଁ ଟୀକାକରଣ

ନୟାଗଡ଼ରେ ୧୮ରୁ ୪୪ ବୟସ୍କଙ୍କ ପାଇଁ ଟୀକାକରଣ

38

ନୟାଗଡ଼, ୬ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ ସହରରେ ବାସ କରୁଥିବା ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଟୀକାକରଣ ଆସନ୍ତାକାଲି ସୋମବାର ୭ ତାରିଖ ଠାରୁ ଆରମ୍ଭ ହେବ ବୋଲି ସରକାରୀଭାବେ ଜଣାପଡ଼ିଛି। ନୟାଗଡ଼ ପୌରପରିଷଦ ମଧ୍ୟରେ ବାସ କରୁଥିବା ଏହି ବର୍ଗର ଲୋକଙ୍କୁ ଏହି ଟୀକା ଦିଆଯିବ। ଏଥିପାଇଁ କୋୱିନ୍ ପୋର୍ଟାଲ ମାଧ୍ୟମରେ ହିତାଧିକାରୀଙ୍କୁ ନିଜର ନାମ ପଂଜିକରଣ କରିବା ସହିତ ସ୍ଲଟ୍ ବୁକିଙ୍ଗ୍ କରାଇବା ବାଧ୍ୟତାମୂଳକ କରାଯାଇଛି। ପାଥମିକ ପର୍ଯ୍ୟାୟରେ ଏହା ନୟାଗଡ଼ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ଠାରେ ଅବସ୍ଥିତ କେନ୍ଦ୍ରରେ ଟୀକା ଦିଆଯିବ। ଟୀକା କରଣ ସମୟ ସକାଳ ୯ଟାରୁ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.