Home ଜିଲ୍ଲା ପରିକ୍ରମା ପ୍ରକୃତ ହିତାଧିକାରୀଙ୍କୁ ରାସନ୍ କାର୍ଡ ବଣ୍ଟନ ନେଇ ଭଦ୍ରକ ବିଡିଓଙ୍କୁ ଭେଟିଲା ଭାଜପା

ପ୍ରକୃତ ହିତାଧିକାରୀଙ୍କୁ ରାସନ୍ କାର୍ଡ ବଣ୍ଟନ ନେଇ ଭଦ୍ରକ ବିଡିଓଙ୍କୁ ଭେଟିଲା ଭାଜପା

100

ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଭାଜପା ପକ୍ଷରୁ ଜିଲା ସଭାପତି ହେମନ୍ତ ପାଢୀଙ୍କ ନେତୃତ୍ୱରେ ଜିଲା ପଦାଧିକାରୀଙ୍କ ଏକ ଟିମ୍ ଭଦ୍ରକ ଜିଲା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଭେଟି ଏକ ଦରଖାସ୍ତ ପ୍ରଦାନ କରିଛନ୍ତି । ଭାଜପା ଦଳ ପକ୍ଷରୁ ଗରିବ ଲୋକମାନଙ୍କର ରାସନ୍ କାର୍ଡ ଫର୍ମ ପକାଯାଇଥିଲେ ମଧ୍ୟ କେବଳ ଶାସକ ଦଳର କାର୍ଯ୍ୟକର୍ତ୍ତାଙ୍କର କିଛି ଲୋକ କାର୍ଡ ପାଇଥିବାର ଏହି ପତ୍ରରେ ସୂଚାଇଛନ୍ତି । ତେଣୁ କୌଣସି ବାଛବିଚାର ନକରି ପ୍ରକୃତ ଯୋଗ୍ୟ ରାସନ୍ କାର୍ଡ ହିତାଧିକାରୀଙ୍କୁ ରାସନ୍ କାର୍ଡ ପ୍ରଦାନ କରିବା ପାଇଁ ସେ ଅନୁରୋଧ କରିଛନ୍ତି । ତେବେ ଏକ ସପ୍ତାହ ମଧ୍ୟରେ ଆପଣ ଉଚିତ୍ ପଦକ୍ଷେପ ଗ୍ରହଣ ନକରନ୍ତି, ଭାଜପା ବାଧ୍ୟ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାର ଚେତାବନୀ ଦେଇଛନ୍ତି । ଏହି ଅଭିଯୋଗ ପତ୍ର ଦେବା କାଳରେ ଜିଲା ସଭାପତି ଶ୍ରୀ ପାଢୀଙ୍କ ସମେତ ମଣ୍ଡଳ ସଭାପତି ଆଦିକନ୍ଦ ନାୟକ, ପ୍ରଭାକର ସାମଲ, ଯୁବନେତା ବିକାଶ ଶ୍ରେଷ୍ଠା, ସପନ ଦାସ, ଅଶୋକ ପରିଜା, ପ୍ରତାପ ବାରିକ, ପୂର୍ଣ୍ଣଚନ୍ଦ୍ର ସାମଲ, ଭାଗୀରଥି ମହାକୁଡ, ଶଶାଙ୍କ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.